Odisha Voters Cast Votes in AP ଓଡ଼ିଶାର ଗୋଲୁରୁ ଓ ଆମ୍ଫାବାଲି ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ବ ଲୋକ ଆନ୍ଧ୍ରରେ ଦେଲେ ଭୋଟ

Nov 05, 2026 - 19:36
Odisha Voters Cast Votes in AP ଓଡ଼ିଶାର ଗୋଲୁରୁ ଓ ଆମ୍ଫାବାଲି ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ବ ଲୋକ ଆନ୍ଧ୍ରରେ ଦେଲେ ଭୋଟ

କୋରାପୁଟ (ପ୍ରଦୀପ କୁମାର ପାଢ଼ୀ): ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ଚାଲିଛି।

ମତଦାନରେ ଯେପରି ଓଡ଼ିଶାର ସୀମାନ୍ତ ଗାଁ ଲୋକେ ଭାଗ ନେବେ ନାହିଁ ସେନେଇ ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଉଛି।

ଏସବୁସତ୍ବେ ଆଜି (ଗୁରୁବାର) ମତଦାନରେ ସୀମାନ୍ତ କୋରାପୁଟ ଜିଲ୍ଲା ତଳ ଗୋଲୁରୁ ପଞ୍ଚାୟତର ୪ ଓ ଆମ୍ପାବାଲି ପଞ୍ଚାୟତର ଗୋଟିଏ ଗାଁର ପ୍ରାୟ ୨ଶହ ଜଣ ଲୋକ ଆନ୍ଧ୍ରପ୍ରଦେଶର ବୁଥରେ ପହଞ୍ଚି ମତଜାହିର କରିଛନ୍ତି।

Advertisment CPI Odisha State Council ସିପିଆଇ ରାଜ୍ୟ ପରିଷଦ ବୈଠକ: ଚୌକି ବଞ୍ଚାଇବାକୁ କୋଟିଆକୁ ଆନ୍ଧ୍ରପ୍ରଦେଶକୁ ଟେକିଦେଇଛି ବିଜେପି ଖବର ନେବାରୁ ଜଣାଯାଇଛି, ଆନ୍ଧ୍ରସୀମାନ୍ତରେ ଥିବା କୋରାପୁଟ ପଟାଙ୍ଗି ବ୍ଲକ ତଳଗୋଲୁରୁ ପଞ୍ଚାୟତର ବାଙ୍ଗାରିଗୁଡି, ମଉଲାପାଡୁ, ବାଣିକିମେଟା , ପେଦାଗୁଡି, ଜାମଗୁଡା ଓ ଅଲାପାରୁ ଗାଁ ଏବଂ ଆମ୍ଫାବାଲି ପଞ୍ଚାୟତର ସପ୍ରାଇଗୁଡା ଏହିପରି ପ୍ରାୟ ୬ ଖଣ୍ଡ ଗାଁର ୨ଶହ ରୁ ଊର୍ଦ୍ଧ୍ବ ଭୋଟର ଆନ୍ଧ୍ରରେ ଯାଇ ମତ ଦାନ କରିଛନ୍ତି।

Panchayat elections in Kotia: କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ର: ନଭେମ୍ବର ୩ରେ ଭୋଟ, ୫ରେ ଗଣତି!

ସପ୍ରାଇଗୁଡା ଗାଁର ପ୍ରାୟ ୬୦ ଜଣ ଭୋଟର ଆନ୍ଧ୍ରର ନନ୍ଦିୱାଲସା ବୁଥ୍ ରେ ମତଦାନ କରିଥିବା ବେଳ ତଳଗୋଲୁରୁ ପଞ୍ଚାୟତର ବାଙ୍ଗାରିଗୁଡି ଗାଁର ୬୦ ଭୋଟର, ମଉଲାପାଡୁ ଗାଁର ୪୦ ଜଣ ଭୋଟର ଆନ୍ଧ୍ରର ମଣ୍ଡୁଗୁ ବୁଥ୍ ରେ ମତଦାନ କରିଛନ୍ତି।

ସେହିପରି ଭାବେ ପେଦାଗୁଡି, ଓଲାପାରୁ, ଜାମଗୁଡା ଓ ବଣିକିମେଟା ଗାଁର ଭୋଟର ମାନେ ଆନ୍ଧ୍ରର ନନ୍ଦିୱାଲସା ବୁଥ୍ ରେ ମତଦାନ କରିଛନ୍ତି।

Andhra Panchayat Elections Today: ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଆଜି: ଗଜପତି ସୀମା ଜଗିବେ, ସୀମାରେ ଚେକ୍‌ପୋଷ୍ଟ, ୨୪ ଘଣ୍ଟିଆ ପାଟ୍ରୋଲିଂ ଏ ନେଇ ତଳଗୋଲୁରୁ ପଞ୍ଚାୟତର ସରପଞ୍ଚ ବଳଦାଦେଇ ନିଲାମା ଓ ଆମ୍ଫାବାଲି ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣ ପଟାଙ୍ଗିଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ସମସ୍ତ ଗାଁରେ ପୁଲିସ, ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ସଚେତନତା କରାଯାଇଥିଲା।

ତଥାପି ଭୋଟର ଆନ୍ଧ୍ରରେ ଯାଇ ମତଦାନ କରିଛନ୍ତି।

ଭୋଟର ମାନେ ଆନ୍ଧ୍ରର ସମସ୍ତ ସୁବିଧା ଓ ଯୋଜନା ପାଉଥିବାରୁ ସେମାନେ ଆନ୍ଧ୍ରରେ ଯାଇ ମତଦାନ କରିଥିବା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)