Price Hike: ଭୋଜନ ଥାଳିରେ ଦରବୃଦ୍ଧି ଚାପ
ନୂଆଦିଲ୍ଲୀ: ଦେଶରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ରୋଷେଇ ଖର୍ଚ୍ଚ ବଢ଼ିଛି।
ପିଆଜ, ଚାଉଳ, ଖାଇବା ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ଲୋକଙ୍କ ଘରୋଇ ବଜେଟ୍କୁ ପ୍ରଭାବିତ କରିଛି।
ଏହାର ପ୍ରଭାବରେ ଗତ ସେପ୍ଟେମ୍ବରରେ ଘରେ ପ୍ରସ୍ତୁତ ନିରାମିଷ ଭୋଜନ ଥାଳିର ହାରାହାରି ଖର୍ଚ୍ଚ ୧୦% ବଢ଼ିଛି।
ସେହିପରି ଆମିଷ ଥାଳି ପ୍ରସ୍ତୁତି ଖର୍ଚ୍ଚ ୬% ବୃଦ୍ଧି ପାଇଛି।
କ୍ରିସିଲ୍ ଇଣ୍ଟେଲିଜେନ୍ସର ମାସିକ ରିପୋର୍ଟ ଅନୁଯାୟୀ, ନିରାମିଷ ଥାଳି ପ୍ରସ୍ତୁତି ଖର୍ଚ୍ଚ ୨୮ ଟଙ୍କା ୧୦ ପଇସାରୁ ବଢ଼ି ୩୦ ଟଙ୍କା ୮୦ ପଇସା ହୋଇଛି।
ଆମିଷ ଥାଳି ପାଇଁ ଖର୍ଚ୍ଚ ୫୬ ଟଙ୍କାରୁ ବଢ଼ି ୫୯ ଟଙ୍କା ୫୦ ପଇସାରେ ପହଞ୍ଚିଛି।
Advertisment ଖାଦ୍ୟ ସାମଗ୍ରୀ ମଧ୍ୟରେ ପିଆଜ ଦରରେ ସର୍ବାଧିକ ବୃଦ୍ଧି ଦେଖାଦେଇଛି।
ବର୍ଷକ ମଧ୍ୟରେ ପିଆଜ କିଲୋ ପିଛା ଦର ୨୮ ଟଙ୍କାରୁ ବଢ଼ି ୫୩ ଟଙ୍କା ହୋଇଛି।
ଅର୍ଥାତ ଏହାର ଦର ୮୯% ବଢ଼ିଛି।
ପିଆଜ ଉତ୍ପାଦନ ହ୍ରାସ ଓ ନୂଆ ଫସଲ ବଜାରକୁ ଆସିବାରେ ବିଳମ୍ବ ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଛି।
ଏହା ସହିତ ଚାଉଳ ଦର ୮ ପ୍ରତିଶତ, ଖାଇବା ତେଲ ଦର ୧୨% ଓ ରନ୍ଧନ ଗ୍ୟାସ୍ ଦର ୧୦% ବଢ଼ିଛି।
ଖାଦ୍ୟ ସାମଗ୍ରୀ ଯୋଗାଣକୁ ପ୍ରଭାବିତ କେବଳ ଦର ବୃଦ୍ଧି ନୁହେଁ, ପାଣିପାଗର ଅନିୟମିତତା ମଧ୍ୟ ଖାଦ୍ୟ ସାମଗ୍ରୀ ଯୋଗାଣକୁ ପ୍ରଭାବିତ କରିଛି।
ଚଳିତ ବର୍ଷ ଜୁନ୍ରେ ସ୍ୱାଭାବିକ ହାରାହାରି ତୁଳନାରେ ବର୍ଷା ପ୍ରାୟ ୪୦ ପ୍ରତିଶତ କମ୍ ହୋଇଥିଲା।
ଏହା ଖରିଫ୍ ପିଆଜ ଚାଷକୁ ପ୍ରଭାବିତ କରିବା ସହ ନୂଆ ଫସଲ ବଜାରକୁ ଆସିବାରେ ବିଳମ୍ବ କରିଛି।
ଏହାବ୍ୟତୀତ ରବି ଋତୁରେ ପିଆଜ ଉତ୍ପାଦନ ୫ରୁ ୬% କମିଥିବା ଆକଳନ କରାଯାଇଛି।
ଚାଉଳ ଉତ୍ପାଦନ ମଧ୍ୟ ୫ରୁ ୬% କମିବା ଆଶଙ୍କା ରହିଛି।
ଅନ୍ତର୍ଜାତୀୟ ସ୍ତରରେ ଅନିଶ୍ଚିତତା ଓ ଯୋଗାଣ ଶୃଙ୍ଖଳରେ ବାଧା ଯୋଗୁଁ ଖାଇବା ତେଲ ଓ ରନ୍ଧନ ଗ୍ୟାସ୍ ଦର ଉପରେ ମଧ୍ୟ ଚାପ ରହିଛି।
ଭାରତ ନିଜର ଖାଇବା ତେଲ ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନି ମାଧ୍ୟମରେ ପୂରଣ କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ଦର ପରିବର୍ତ୍ତନର ପ୍ରଭାବ ଦେଶରେ ଅନୁଭୂତ ହେଉଛି।
ଚାହିଦା ବୃଦ୍ଧି ଦର ହ୍ରାସରେ ବାଧା ସୃଷ୍ଟି କରିପାରେ ଅନ୍ୟପକ୍ଷରେ, ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୮୩%ରୁ ବଢ଼ି ୫.୫୪% ହୋଇଛି।
ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ୫.୯୭%ରୁ ବଢ଼ି ୭.୭୪%ରେ ପହଞ୍ଚିଛି।
ତେବେ ଅକ୍ଟୋବର ଶେଷ ଆଡ଼କୁ ନୂଆ ପିଆଜ ବଜାରକୁ ଅଧିକ ପରିମାଣରେ ଆସିଲେ ଦର କିଛିଟା କମିବା ଆଶା ରହିଛି।
କିନ୍ତୁ ପାର୍ବଣ ସମୟରେ ଚାହିଦା ବୃଦ୍ଧି ଦର ହ୍ରାସରେ ବାଧା ସୃଷ୍ଟି କରିପାରେ।
ଚାଉଳ, ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚା ରହିଲେ ରୋଷେଇ ଖର୍ଚ୍ଚ ତୁରନ୍ତ କମିବା ସମ୍ଭାବନା କମ୍ ବୋଲି ଆକଳନ କରାଯାଉଛି।
Satellite spots Cyclone Arnab: ଉପଗ୍ରହ ଚିତ୍ରରେ ବିଶାଳ ବାତ୍ୟା 'ଅର୍ଣ୍ଣବ', ଅଧା ଭାରତକୁ ଘୋଡ଼ାଇଲା ମେଘମାଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
