Pollution: ଦିଲ୍ଲୀରେ ଏକ୍ୟୁଆଇ ୩୩୭କୁ ବୃଦ୍ଧି, ଗ୍ରାପ୍-୧ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ କମୁନି
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି।
ଗୁରୁବାର ଅପରାହ୍ଣରେ ପ୍ରଦୂଷଣ ର ମାତ୍ରା କିଛି ହ୍ରାସ ପାଇଥିବା ବେଳେ ରାତିରେ ଏହା ପୁଣି ବଢ଼ିଥିଲା।
ଶୁକ୍ରବାର ସକାଳ ୯ଟା ୩୧ ମିନିଟ୍ରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୩୭ରେ ପହଞ୍ଚିଥିବା ଏକ୍ୟୁଆଇ ଡଟ୍ ଇନ୍ର ତଥ୍ୟରୁ ଜଣାପଡ଼ିଛି।
ଏହା 'ଅତି ଖରାପ' ବର୍ଗରେ ଆସୁଛି।
ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନିଆଯିବା ସତ୍ତ୍ୱେ ସ୍ଥିତିରେ ସୁଧାର ନ ଆସିବା ଚିନ୍ତା ବଢ଼ାଇଛି।
Advertisment ଦଶହରା ପରେ ପ୍ରଦୂଷଣ ବଢ଼ିବାରୁ ବାୟୁ ଗୁଣବତ୍ତା ପରିଚାଳନା କମିସନ (ସିଏକ୍ୟୁଏମ୍) ଅକ୍ଟୋବର ୨୧ରେ ଦିଲ୍ଲୀ-ଏନ୍ସିଆର୍ରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ର ପ୍ରଥମ ପର୍ଯ୍ୟାୟ (ଗ୍ରାପ୍-୧) ଲାଗୁ କରିଥିଲା।
ଏହାର ମାତ୍ର ଦୁଇ ଦିନ ପରେ ଏକ୍ୟୁଆଇ ୩୦୦ ଅତିକ୍ରମ କରିବାରୁ ଏହି ପଦକ୍ଷେପର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି।
ଗୁରୁବାର ଅପରାହ୍ଣରେ ଦିଲ୍ଲୀର ଏକ୍ୟୁଆଇ ପ୍ରାୟ ୧୧୦ରୁ ୧୧୫ ମଧ୍ୟରେ ଥିଲା।
କିନ୍ତୁ ସନ୍ଧ୍ୟା ପରଠାରୁ ଏହା ଧୀରେ ଧୀରେ ବଢ଼ିବା ସହ ରାତିରେ ୨୦୦ ଅତିକ୍ରମ କରିଥିଲା।
ଶୁକ୍ରବାର ସକାଳେ ଏହା ୩୩୭ରେ ପହଞ୍ଚିଥିଲା।
ଭାରତର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ବର୍ଗୀକରଣ ଅନୁଯାୟୀ, ୩୦୧ରୁ ୪୦୦ ମଧ୍ୟରେ ଥିବା ଏକ୍ୟୁଆଇ 'ଅତି ଖରାପ' ବର୍ଗରେ ଆସେ।
ଗ୍ରାପ୍ର ପ୍ରଥମ ପର୍ଯ୍ୟାୟରେ ନିର୍ମାଣସ୍ଥଳରେ ଧୂଳି ନିୟନ୍ତ୍ରଣ, ଯାନ୍ତ୍ରିକ ଉପାୟରେ ରାସ୍ତା ସଫା ଏବଂ ଖୋଲା ସ୍ଥାନରେ ଆବର୍ଜନା ଜାଳିବା ରୋକିବା ଭଳି ପଦକ୍ଷେପ ରହିଛି।
ତେବେ ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏୟାର୍ (ସିଆର୍ଇଏ)ର ଅକ୍ଟୋବର ୨୨ରେ ପ୍ରକାଶିତ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୨୦୨୨ରେ ଗ୍ରାପ୍ର ସଂଶୋଧନ ପରଠାରୁ ଦିଲ୍ଲୀର ଶୀତକାଳୀନ ବାୟୁ ଗୁଣବତ୍ତାରେ ନିୟମିତ ଉନ୍ନତି ହୋଇନାହିଁ।
୨୦୨୨-୨୩ ଶୀତଋତୁରେ ହାରାହାରି ଏକ୍ୟୁଆଇ ୨୮୦ ଥିବା ବେଳେ ୨୦୨୫-୨୬ରେ ଏହା ୨୯୫କୁ ବଢ଼ିଥିଲା।
Air Pollution: ମୁମ୍ବାଇରେ ପ୍ରଦୂଷଣ ଦେଖି ବର୍ଷିଲେ ହାଇକୋର୍ଟ, 'ତୁମେ କେମିତି ଶାନ୍ତିରେ ଶୋଇପାରୁଛ' ଅଧ୍ୟୟନରେ ଅନୁଧ୍ୟାନ କରାଯାଇଥିବା ୧୨ଟି ପ୍ରଦୂଷଣ ପର୍ଯ୍ୟାୟ ମଧ୍ୟରୁ ୧୦ଟିରେ କଠୋର କଟକଣା ଲାଗୁ ହେବା ପରବର୍ତ୍ତୀ ସପ୍ତାହରେ ହାରାହାରି ଏକ୍ୟୁଆଇ ଆହୁରି ବଢ଼ିଥିଲା।
ଏହା ସହିତ ୨୦୨୬ରେ ନିର୍ମାଣସ୍ଥଳ ଯାଞ୍ଚ ଓ ରାସ୍ତା ସଫା ଭଳି ପଦକ୍ଷେପରେ ୭ ପ୍ରତିଶତରୁ ପ୍ରାୟ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଭାବ ରହିଥିବା କମିସନ ଚିହ୍ନଟ କରିଥିଲା।
ତେଣୁ କେବଳ ଜରୁରିକାଳୀନ କଟକଣା ନୁହେଁ, ପ୍ରଦୂଷଣର ଉତ୍ସଗୁଡ଼ିକ ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଓ ନିୟମର କଡ଼ାକଡ଼ି ଅନୁପାଳନ ଆବଶ୍ୟକ ବୋଲି ବିଶ୍ଳେଷଣରେ ଗୁରୁତ୍ୱ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
