Prashant Kishor: ପ୍ରଶାନ୍ତ କିଶୋରଙ୍କର ୯୬ କୋଟି ଟଙ୍କାର ସମ୍ପତ୍ତି

Jul 14, 2026 - 18:44
Prashant Kishor: ପ୍ରଶାନ୍ତ କିଶୋରଙ୍କର ୯୬ କୋଟି ଟଙ୍କାର ସମ୍ପତ୍ତି

"ପାଟନା: ବିହାରରେ ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଲଢ଼ୁଥିବା ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ମୂଲ୍ୟ ୯୬ କୋଟି ଟଙ୍କା।

ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ପ୍ରଶାନ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି।

ପ୍ରଶାନ୍ତ କିଶୋର ତାଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨୨.୧୯ କୋଟି ଘୋଷଣା କରିଥିବାବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭୩.୮୭ କୋଟି ଘୋଷଣା କରିଛନ୍ତି।

ପ୍ରଶାନ୍ତ କିଶୋରଙ୍କ ପତ୍ନୀ ଜାହ୍ନବୀ ଦାସ ହେଉଛନ୍ତି ଆସାମର ଜଣେ ଡାକ୍ତର ।

ସେ ପ୍ରଶାନ୍ତଙ୍କଠାରୁ ଅଧିକ ଧନୀ।

ତାଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୮୯.୫୧ କୋଟି ଥିବାବେଳେ ସ୍ଥାବର ସମ୍ପତ୍ତି ମୂଲ୍ୟ ୧୨.୪୨ କୋଟି ରହିଛି।Advertisment କିଶୋରଙ୍କ ସତ୍ୟପାଠରେ ଦର୍ଶାଯାଇଛି ଯେ ସେ ୫.୭୭ କୋଟି ଟଙ୍କାର ବ୍ୟାଙ୍କ ଋଣ କରିଛନ୍ତି।

ତାଙ୍କ ପତ୍ନୀଙ୍କର ୨ଟି ଫ୍ଲାଟ୍‌ ଅଛି ଏବଂ ଗୌହାଟୀରେ ଏକ ବଙ୍ଗଳାରେ ତାଙ୍କର ଏକ ତୃତୀୟାଂଶ ସେୟାର ଅଛି।

କିଶୋର ନିଜେ ମଧ୍ୟ ଗାଜିଆବାଦରେ ୨ଟି ଫ୍ଲାଟ୍‌ କିଣିଛନ୍ତି।

ଏଥିସହ ସେ ପାଟନାର ପାଟଳୀପୁତ୍ର କଲୋନି ଏବଂ ଦିଲ୍ଲୀର ବସନ୍ତ ବିହାରରେ ଜାଗା କିଣିଛନ୍ତି।

ପୈତୃକ ଗ୍ରାମରେ ମଧ୍ୟ ତାଙ୍କର ସମ୍ପତ୍ତି ଅଛି। 'ବିହାର ନିର୍ବାଚନରେ ​​ଲଢ଼ିବି ନାହିଁ, ଦଳର ସାଂଗଠନିକ କାର୍ଯ୍ୟ ଜାରି ରଖିବି': ପ୍ରଶାନ୍ତ କିଶୋର ସତ୍ୟପାଠରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ୮ଟି ମାମଲା ଥିବା ଦର୍ଶାଯାଇଛି।

କିନ୍ତୁ କୌଣସି ମାମଲାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରାଯାଇନାହିଁ।

ଉଲ୍ଲେଖଯୋଗ୍ୟ ଯେ ବିଜେପି ମୁଖ୍ୟ ନିତୀନ ନବୀନ ଗତ କିଛି ମାସ ତଳେ ବାଙ୍କୀପୁର ଆସନ ଛାଡ଼ିବାପରେ ଉକ୍ତ ଆସନରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି।

ପାରମ୍ପରିକ ଭାବେ ଏହା ବିଜେପି ଗଡ଼ ହୋଇଥିବାବେଳେ ଏବେ ଏହି ଆସନରେ ହାଇ ପ୍ରୋଫାଇଲ୍‌ ଲଢ଼େଇ ଚାଲିଛି।

ପ୍ରଶାନ୍ତ କିଶୋର ଉକ୍ତ ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ବିଜେପି ଉକ୍ତ ଆସନରେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ କରିଛି।

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଏହା କେବଳ ମୋର " ନାମାଙ୍କନ" ନୁହେଁ ବରଂ ଏହା ବିହାରରେ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ଆହ୍ବାନ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।