Investment: ତୈଳ ଓ ଗ୍ୟାସ କ୍ଷେତ୍ରରେ ୫ ବିଲିଅନ ଡଲାର ନିବେଶ କରିବ ବେଦାନ୍ତ

Jul 14, 2026 - 18:44
Investment: ତୈଳ ଓ ଗ୍ୟାସ କ୍ଷେତ୍ରରେ ୫ ବିଲିଅନ ଡଲାର ନିବେଶ କରିବ ବେଦାନ୍ତ

"ନୂଆଦିଲ୍ଲୀ: ବେଦାନ୍ତ ପକ୍ଷରୁ ବ୍ୟାପକ ସମ୍ପ୍ରସାରଣ ଯୋଜନା ରହିଛି।

କମ୍ପାନିର ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେଇ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଉତ୍ପାଦନ ସମ୍ପ୍ରସାରଣ ଓ ନିବେଶ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି।

୨୦୩୧ ସୁଦ୍ଧା କମ୍ପାନି ଏହାର ଦସ୍ତା ଓ ସୀସା ଉତ୍ପାଦନ କ୍ଷମତା ପ୍ରାୟ ୩ ଗୁଣା ବଢ଼ାଇ ୩ ନିୟୁତ ଟନ୍‌ କରିବ।Advertisment ଆସନ୍ତା ୩ ବର୍ଷ ମଧ୍ୟରେ ବେଦାନ୍ତ ଏହାର ଆଲୁମିନିୟମ ଉତ୍ପାଦନ କ୍ଷମତାକୁ ଦୁଇଗୁଣା କରି ୬ ନିୟୁତ ଟନ୍‌ରେ ପହଞ୍ଚାଇବ।

ଲୁହା ଓ ଇସ୍ପାତ ଉତ୍ପାଦନ କ୍ଷମତା ୪ ନିୟୁତ ଟନ୍‌ରୁ ୧୫ ନିୟୁତ ଟନ୍‌କୁ ବଢ଼ାଇବ।

ତୈଳ ଓ ଗ୍ୟାସ ଉତ୍ପାଦନ ବଢ଼ାଇବା ପାଇଁ କମ୍ପାନି ଆଗାମୀ ୩ରୁ ୫ ବର୍ଷ ମଧ୍ୟରେ ୫ ବିଲିଅନ ଡଲାର ନିବେଶ କରିବ।

କମ୍ପାନି ଦୈନିକ ୫ ଲକ୍ଷ ବ୍ୟାରେଲ୍‌ର ଅଶୋଧିତ ତେଲ ଉତ୍ପାଦନ ଲକ୍ଷ୍ୟ ରଖିଛି।

Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।