Rajasthan Maternal Deaths: ରାଜସ୍ଥାନରେ ପ୍ରସବ ପରେ ୧୮ ମହିଳାଙ୍କ ମୃତ୍ୟୁ
"ଜୟପୁର : ରାଜସ୍ଥାନରେ ଗତ ମେ" ମାସରୁ ୧୮ ଜଣ ମହିଳାଙ୍କର ପିଲା ଜନ୍ମ ଦେବାପରେ ମୃତ୍ୟୁ ହୋଇଯାଇଛି।
ଅନ୍ୟ ୭ ଜଣଙ୍କର ପ୍ରସବ ପରେ କିଡ୍ନି ଖରାପ୍ ହୋଇଯାଇଛି ଏବଂ ସେମାନଙ୍କର ଡାଏଲେସିସ୍ କରାଯାଉଛି।
ତେବେ ସରକାରୀ ହସ୍ପିଟାଲ୍ ଗୁଡ଼ିକରେ ମାତୃ ମୃତ୍ୟୁ ଏଭଳି ଭାବେ ବଢ଼ିବାରୁ ରାଜ୍ୟ ସରକାର ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜୁଲାଇ ୫ରୁ ଜୁଲାଇ ୧୦ ତାରିଖ ମଧ୍ୟରେ ଭିଲୱାଡ଼ା ଏବଂ ବଂସୱାଡ଼ାରେ ୯ ମହିଳାଙ୍କର ମୃତ୍ୟୁ ହୋଇଯିବାରୁ ଏହି ଘଟଣାକୁ ନେଇ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।Advertisment ରାଜ୍ୟରେ ମାତୃ ସ୍ବାସ୍ଥ୍ୟସେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଭିଲୱାଡ଼ାର ମହାତ୍ମା ଗାନ୍ଧୀ ହସ୍ପିଟାଲ୍ ସହ ଜଡ଼ିତ ଏକ ମ୍ୟାଟରନିଟି ହସ୍ପିଟାଲରେ ୬ ଦିନ ମଧ୍ୟରେ ୫ ମହିଳାଙ୍କ ମୃତ୍ୟୁ ହୋଇଛି।
ସମସ୍ତଙ୍କର ସି ସେକ୍ସନ୍ ଡେଲିଭରି ହୋଇଥିଲା।
ହସ୍ପିଟାଲ ରେକର୍ଡ ଅନୁଯାୟୀ ୫ ଜଣ ମହିଳାଙ୍କର ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟ ଜଟିଳତା ଦେଖାଦେଇଥିଲା ଏବଂ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି।
ତେବେ ଗତ ମେ"ରେ କୋଟା ସରକାରୀ ହସ୍ପିଟାଲରେ ୫ ଜଣଙ୍କର ମୃତ୍ୟୁ ହୋଇଯିବାପରେ ଭିଲୱାଡ଼ାରେ ୫ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି।
ଅନ୍ୟପକ୍ଷେ ବିକାନେରରେ ଗତ ଜୁନ୍ ମାସରେ ୬ ଜଣ ମହିଳାଙ୍କ ସି ସେକ୍ସନ୍ପରେ ସେମାନଙ୍କ କିଡନି ଠିକ୍ ଭାବେ କାମ କରିନଥିଲା।
1098 ଦଶପଲ୍ଲାରୁ ୧୦ ବର୍ଷର ନାବାଳକକୁ ଉଦ୍ଧାର ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ତେବେ ମିଳିଥିବା ସୂଚନାନୁଯାୟୀ ମୋଟ୍ ୭ ଜଣ ମହିଳାଙ୍କର ଏବେ କିଡନି ଡାଏଲେସିସ୍ କରାଯାଉଛି।
ରାଜସ୍ଥାନ ସ୍ବାସ୍ଥ୍ୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିମସାର କହିଛନ୍ତି, କାହିଁକି ମୃତ୍ୟୁ ହେଉଛି ତା"ର କାରଣ ଆମେ ଜାଣିପାରୁନୁ।
ମୃତ୍ୟୁର କାରଣ ଜାଣିବାପାଇଁ ବିଶେଷଜ୍ଞଙ୍କୁ ଡକାଯାଇଛି।
ପ୍ରଥମେ ଆମେ ଭାବୁଥିଲୁ ଯେ ଗରମ ପାଇଁ ମୃତ୍ୟୁ ହେଉଛି।
କିନ୍ତୁ ଏବେ ଆଉ ଗରମ ନାହିଁ।
ମନ୍ତ୍ରୀ କହିଛନ୍ତି, କୋଟା, ଯୋଧପୁର ଏବଂ ବିକାନେର ସମେତ ପ୍ରଭାବିତ ଜିଲ୍ଲାର ସୁପରିନଟେଣ୍ଡେଣ୍ଟ୍, ହସ୍ପିଟାଲ ପ୍ରିନ୍ସପାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଆଲୋଚନା ପାଇଁ ଡକାଯାଇଛି।
ସରକାର ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜସ୍ଥାନର ପ୍ରମୁଖ ଗାଇନେକୋଲୋଜିଷ୍ଟଙ୍କର ସହଯୋଗ ଲୋଡ଼ିଛନ୍ତି।
ମନ୍ତ୍ରୀ କହିଛନ୍ତି, ଯଦି ଡାକ୍ତର କିମ୍ବା ନର୍ସଙ୍କର ଦାୟିତ୍ବରେ ଅବହେଳା ହୋଇଥିବା ଜଣାପଡ଼ିବ ତେବେ ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।
ଇତି ମଧ୍ୟରେ ମୃତକଙ୍କ ପରିବାର ସଦସ୍ୟ ଏହି ମୃତ୍ୟୁ ପାଇଁ ହସ୍ପିଟାଲ ପ୍ରଶାସନ ଏବଂ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଛନ୍ତି।
ସେମାନଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ଆନ୍ଦୋଳନ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।