Prabha frame: ପ୍ରଭା ଫ୍ରେମ୍‌ ପ୍ରସ୍ତୁତି ଶେଷ

Jun 24, 2026 - 12:42
Prabha frame: ପ୍ରଭା ଫ୍ରେମ୍‌ ପ୍ରସ୍ତୁତି ଶେଷ

"ପୁରୀ: ରଥ ନିର୍ମାଣ କାର୍ଯ୍ୟର ଆଜି ଥିଲା ୬୪ତମ ଦିନ।

ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ଆରମ୍ଭ ହୋଇଥିବା ତିନିରଥର ପ୍ରଭା ଫ୍ରେମ୍ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି।

ଫ୍ରେମ୍‌ରେ ପଟାପଡ଼ି ରୂପ ଖୋଦେଇ ପାଇଁ ପ୍ରଭାରେ ବାଙ୍କ କଟିଂ କରାଯାଇଥିଲା।

ଏଥିସହ ବଡ଼ କଳସରେ ସିଲଭର୍‌ ଚଦର ଫିଟିଂ ସରିଛି।

ଘୋଡ଼ା ଫିଟିଂ ପାଇଁ ତିନିରଥରେ ସଂଯୋଗ ହୋଇଥିବା "ଚାର ପରିଛା"କୁ ମୁଣ୍ଡାଇ ରଖିବାକୁ ୫ ଗୋଟି ଲେଖାଏଁ ଚାର ପରିଛା ଗୁଣ୍ଠି ବାଡ଼ିଆ ସରିଛି।Advertisment Special arrangements: ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି Screaming the loudest: ସବୁଠୁ ଉଚ୍ଚସ୍ବରରେ ଚିତ୍କାର  ନୂଆ ଚାରମାଳ ସେଟ୍‌ କଟାଯାଇଛି।

ରୂପକାର ସେବକମାନେ ନାଟ ଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଶେଷ କରି ସେ ଗୁଡ଼ିକରେ ପଲିସ୍‌ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ କରୁଛନ୍ତି।

ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ବେଦି ସିଂହାସନ ନିର୍ମାଣ ପାଇଁ ଜଗତପୃଷ୍ଠ ସେଣି କଣ୍ଟା, ଦୁଆର ବେଢ଼ା ପାଇଁ ଚଉରସ ଅଗ ପାତେଳି କଣ୍ଟା, ଧୂଳିଦଣ୍ଡା ଆଗ ପାତେଳି କଣ୍ଟା ନିର୍ମାଣ ଶେଷ କରିଛନ୍ତି।

ପୋଟଳ ଜଙ୍ଘା ଓ ଓଲଟ ଶୁଆ ପାଇଁ ନରାଜ କଣ୍ଟାଗୁଡ଼ିକର ମଠା କାର୍ଯ୍ୟ ଶେଷ କରିଛନ୍ତି।

ଚିତ୍ରକାର ସେବକମାନେ ପାର୍ଶ୍ୱ ଦେବ ଦେବୀମାନଙ୍କ ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ବାହ୍ୟ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ଦୋଳବେଦିରେ ପାହି ମହାରଣାମାନେ ରଥଯାତ୍ରାରେ ମହାପ୍ରଭୁଙ୍କ ସେବା ପୂଜା ନୀତି ପାଇଁ ଆବଶ୍ୟକ କାଠ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।"