Power bank explosion: ପାୱାର ବ୍ୟାଙ୍କ ବିସ୍ଫୋରଣରୁ ଟ୍ରେନ୍ରେ ନିଆଁ: ୧୫ ମିନିଟ୍ ଅଟକିଲା ମୁମ୍ବାଇ-ହାୱଡ଼ା ମେଲ୍
ବନ୍ଧମୁଣ୍ଡା: ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ହଠାତ୍ ପାୱାର ବ୍ୟାଙ୍କରେ ବିସ୍ଫୋରଣ ହୋଇ ବଗିରେ ନିଆଁ ଲାଗିବା ସହ ଧୂଆଁ ଖେଳିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ। ସ୍ୱୟଂଚାଳିତ ଫାୟାର ଆଲାର୍ମ ବାଜିବା ପରେ ଅଟକିଲା ମୁମ୍ବାଇ-ହାୱଡ଼ା ମେଲ୍। ଶନିବାର ଭୋର୍ ସମୟରେ ରାଉରକେଲା ସହର ଉପକଣ୍ଠ ବନ୍ଧମୁଣ୍ଡା ଇଲେକ୍ଟ୍ରିକ୍ ସେଡ୍ ନିକଟରେ ଘଟିଥିବା ଏହି ଘଟଣା ପାଇଁ କିଛି ସମୟ ରେଳଯାତ୍ରା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।
Narendra Modi: ଓଡ଼ିଶାରେ ଆଜି ଆରବିଆଇ ଡାଟା ସେଣ୍ଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଶନିବାର ଭୋର୍ ୩ଟା ୩୮ରୁ ୩ଟା ୫୩ ମଧ୍ୟରେ ମୁମ୍ବାଇ-ହାୱଡ଼ା ମେଲ୍ (ଟ୍ରେନ୍ ନଂ ୧୨୮୦୯) କୋଚ୍ ବି-୩ର ୬ ନମ୍ବର ବର୍ଥରେ ଥିବା ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କ ହଠାତ୍ ବିସ୍ଫୋରଣ ହେବାରୁ ସେଠାରେ ନିଆଁ ଲାଗିଥିଲା। କୋଚ୍ ଭିତରେ ଧୂଆଁ ବ୍ୟାପିଯିବା ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଧୂଆଁ କାରଣରୁ କୋଚ୍ରେ ଲାଗିଥିବା ଫାୟାର ଆଲାର୍ମ ଆପେଆପେ ସକ୍ରିୟ ହୋଇଯିବାରୁ ଟ୍ରେନ୍ଟି ବନ୍ଧମୁଣ୍ଡା ଇଲେକ୍ଟ୍ରିକ୍ ସେଡ୍ ନିକଟ ଡାଉନ୍ ଲାଇନ୍ର କିଲୋମିଟର ୪୦୮/୨୬ ପାଖରେ ଅଟକି ଯାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଟ୍ରେନ୍ଟି ହାୱଡ଼ା ଅଭିମୁଖେ ଯାଇଥିବା ଜଣାପଡ଼ିଛି।
Border tension: ଅରୁଣାଚଳର ଦୁଇଟି ସେକ୍ଟରରେ ଏବେ ବି ସମ୍ବେଦନଶୀଳ ସ୍ଥିତି; ସୀମା ସ୍ଥିତି ନିୟନ୍ତ୍ରଣରେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
