Cuttack Congress: କଟକ କଂଗ୍ରେସକୁ ରାଜ୍ୟ ନେତୃତ୍ବଙ୍କ ଅଣଦେଖା! ନେତା ଓ କର୍ମୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
କଟକ: କଟକରେ କଂଗ୍ରେସ ନେତା ଓ କର୍ମୀ ଏବେ ଦ୍ବନ୍ଦ୍ବ ଆଉ ଆଶଙ୍କାରେ। ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ନୂଆଦଳ ଓଜେସି ଗଠନ କରିବା ଏବଂ ବିଧାୟିକା ସୋଫିଆ ଫିରଦୋସ କଂଗ୍ରେସରୁ ନିଲମ୍ବିତ ହେବା ସହିତ ଦଳଠୁ ଦୂରେଇ ଯିବା ପରେ କଂଗ୍ରେସ ପାଇଁ ଅତ୍ୟନ୍ତ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ମୋକିମ ଦଳରୁ ଯିବା ପରେ ଆଶା କରାଯାଉଥିଲା ଯେ ବରିଷ୍ଠ ନେତା ସୁରେଶ ମହାପାତ୍ର ଅଥବା ସେହିଭଳି କୌଣସି ପ୍ରଭାବୀ ନେତାଙ୍କୁ ଦଳ କଟକରେ ସାମନାକୁ ଆଣିବ। କିନ୍ତୁ ଦଳ କଟକ ଜିଲ୍ଲାରେ ପ୍ରଦୀପ୍ତ କୁମାର ଦାସ ଓ କଟକ ନଗର ଜିଲ୍ଲାରେ ଶାନ୍ତାୟନ ମିଶ୍ରଙ୍କୁ ସଭାପତି କରିବା ସହିତ ସେମାନଙ୍କୁ ସାଙ୍ଗଠନିକ ଦାୟିତ୍ବ ଦେଲା। ଶାନ୍ତାୟନ ନିର୍ବିବାଦୀୟ ଓ ଗ୍ରହଣୀୟ ଚେହେରା ଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଦଳକୁ ଗତି ଦେବାର ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ସହିଦ ଭବନରେ ଆୟୋଜିତ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମ ସବୁ ବିଗାଡ଼ି ଦେଲା। କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଭାପତି ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ଶାନ୍ତାୟନଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଗଲା।
Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ
ସେହି କାର୍ଯ୍ୟକ୍ରମରେ ବିଶ୍ବଜିତ ମହାନ୍ତି, ହରିଶଙ୍କର ରାଉତଙ୍କ ଭଳି ନେତାଙ୍କୁ ଗୁରୁତ୍ବ ମିଳିଲା। କିନ୍ତୁ ଶାନ୍ତାୟନ ମଞ୍ଚକୁ ଯିବାର ସୁଯୋଗ ପାଇଲେନି। ତା’ ପରଠାରୁ ନଗର ଜିଲ୍ଲା କଂଗ୍ରେସର ସଭାପତି ଥାଇ ବି ଶାନ୍ତାୟନ ଆଉ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉ ନାହାନ୍ତି। ଏମିତିକି ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମରେ ବି ଶାନ୍ତାୟନ ସାମିଲ ହେଲେ ନାହିଁ। କଟକରେ ବନ୍ଦ ପାଳନ ପାଇଁ ବିଭିନ୍ନ ନେତା ନିଜନିଜ ସ୍ତରରେ ପ୍ରସ୍ତୁତି ବୈଠକ କଲେ। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସାଂଗଠନିକ ଦୁର୍ବଳତା ଓ ସମନ୍ବୟର ଅଭାବ ଧରାପଡ଼ିଗଲା। କଟକ ପୌର ନିଗମରେ କଂଗ୍ରେସର ୮ ଜଣ କର୍ପୋରେଟର ଅଛନ୍ତି। କିନ୍ତୁ କଟକ ପ୍ରତି ରାଜ୍ୟ ନେତୃତ୍ବଙ୍କ ନିଷ୍କ୍ରିୟତା ଦଳ ଭିତରେ ଏବେ ଅସନ୍ତୋଷର କାରଣ ହୋଇଛି। ପୂର୍ବରୁ ଅନ୍ୟ ବରିଷ୍ଠ ନେତା ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ବେଳେ ଖୋଦ ନଗର କଂଗ୍ରେସ ସଭାପତି ଶାନ୍ତାୟନଙ୍କ ଏଭଳି ଆଚରଣ ଦଳକୁ ଅକଳରେ ପକାଇଛି। ଶାନ୍ତାୟନ ବି ନିଜର ଅସନ୍ତୋଷକୁ ଖୋଲାଖୋଲି ଜାହିର କରି ଦଳର ନେତୃତ୍ବକୁ ଚ୍ୟାଲେଞ୍ଜ ଦେଇଛନ୍ତି।
ସବୁ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି ନଗର କଂଗ୍ରେସ ସଭାପତି
ଇସ୍ତଫା ଦେବିନି, ଦଳ ଯାହା ନିଷ୍ପତ୍ତି ନେଉଛି ନେଉ: ଶାନ୍ତାୟନ
କଟକରେ ଏବେ ଦଳର ସ୍ଥିତି ଶୋଚନୀୟ: ସୁରେଶ
ଏ ସଂପର୍କରେ ଶାନ୍ତାୟନ କହିଛନ୍ତି ଯେ ତାଙ୍କର କାହା ବିରୋଧରେ କିଛି ଅଭିଯୋଗ କରିବାର ନାହିଁ। କିନ୍ତୁ ନଗର କଂଗ୍ରେସ ସଭାପତି ପଦରୁ ସେ ଇସ୍ତଫା ଦେବେ ନାହିଁ। ଦଳ ଯଦି ତାଙ୍କ ଉପରେ ଅସନ୍ତୁଷ୍ଟ ତେବେ ତାଙ୍କୁ ସଭାପତି ପଦରୁ କାଢ଼ି ଦେଇପାରେ। ଦଳ ଯାହା ନିଷ୍ପତ୍ତି ନେଉଛି ନେଉ ବୋଲି ଶାନ୍ତାୟନ କହିଛନ୍ତି। କିନ୍ତୁ କେଉଁ କାରଣରୁ ଛାତ୍ରୋଁ କି ଗୁଞ୍ଜ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ଶାନ୍ତାୟନଙ୍କୁ କୋଣଠେସା କରାଗଲା, ତାହାର ଉତ୍ତର କାହା ପାଖରେ ନ ଥିବାରୁ ଶାନ୍ତାୟନଙ୍କୁ ବି କେହି ପ୍ରଶ୍ନ କରି ପାରୁ ନଥିବା କୁହାଯାଉଛି।
Drought: ବଦଳିଲାନି ବ୍ୟବସ୍ଥା; ନିଅଣ୍ଟିଆ ବର୍ଷା ଓ ଟାଣ ଖରାରେ ମଉଳୁଛି ଧାନଗଛ, ଚିନ୍ତାରେ ଚାଷୀ
ଅନ୍ୟପଟେ ବରିଷ୍ଠ ନେତା ସୁରେଶ ମହାପାତ୍ର କହିଛନ୍ତି ଯେ କଟକରେ ଓ କଟକ ଜିଲ୍ଲାରେ ଦଳର ସ୍ଥିତି ଏବେ ଅତ୍ୟନ୍ତ ସାଂଘାତିକ ଆଉ ଶୋଚନୀୟ। ଆଗକୁ ପୌର ନିଗମ ନିର୍ବାଚନ ଆସୁଛି। ଦଳର କର୍ମୀଙ୍କୁ ସଂଗଠିତ କରି କାମ କରିବାର ଅଛି। ଆମେ ଶୃଙ୍ଖଳିତ କର୍ମୀ ଭାବେ ସବୁ ବେଳେ କଂଗ୍ରେସରେ ଅଛୁ, ଆଗକୁ ବି ରହିବୁ। ଦଳର ସଭାପତି ଯେଉଁ ଦାୟିତ୍ବ ଦେବେ ତାହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିିବୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
