Portfolio Allocation: ବିଭାଗ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ
"ବେଙ୍ଗାଲୁରୁ: କର୍ଣ୍ଣାଟକରେ ଡି କେ ଶିବକୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ମାତ୍ର ଦୁଇ ଦିନ ହୋଇଥିବାବେଳେ ତାଙ୍କ ବ୍ୟାବିନେଟ୍ରୁ ଜଣେ ମନ୍ତ୍ରୀ ଇସ୍ତଫା ଦେଇ ହଇଚଇ ସୃଷ୍ଟି କରିଛନ୍ତି।
କଂଗ୍ରେସ ନେତା ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ମନ୍ତ୍ରିପଦରୁ ଇସ୍ତଫା ଦେଇଛନ୍ତି।
ରେଡ୍ଡୀ କହିଛନ୍ତି ଯେ, ସେ ତାଙ୍କ ବିବେକ ବିରୋଧରେ କାମ କରିବେ ନାହିଁ।
ରାଜ୍ୟ କ୍ୟାବିନେଟରେ ବିଭାଗ ବଣ୍ଟନକୁ ନେଇ ରେଡ୍ଡୀ ଅସନ୍ତୁଷ୍ଟ ଥିଲେ।
ରେଡ୍ଡୀ ବେଙ୍ଗାଲୁରୁ ବିକାଶ ବିଭାଗ ଚାହୁଁଥିବାବେଳେ, ତାଙ୍କୁ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା।
ରେଡ୍ଡୀ କହିଛନ୍ତି , ସେ ଏହି ଅପମାନକୁ କେତେଦିନ ସହ୍ୟ କରିଥାନ୍ତେ ଓ ଇସ୍ତଫା ବ୍ୟତୀତ ତାଙ୍କ ପାଖରେ କିଛି ବିକଳ୍ପ ନଥିଲା।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶିବକୁମାର ଗୁରୁବାର ମନ୍ତ୍ରୀପଦ ବଣ୍ଟନ କରିଥିଲେ।
କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ମଝିରେ ରେଡ୍ଡୀଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ, ସେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ।
ତେବେ ସେ କଂଗ୍ରେସ ଦଳରେ ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।
ରେଡ୍ଡୀ କହିଛନ୍ତି ସେ କେବେବି ମନ୍ତ୍ରିପଦ ମାଗି ନଥିଲେ କିମ୍ବା ଲବି କରି ନଥିଲେ।
ସେ ଏମ୍ ବିରପ୍ପା ମୋଇଲି ଓ ଏସ୍ଏମ୍ କ୍ରିଷ୍ଣାଙ୍କ କ୍ୟାବିନେଟ୍ରେ ମଧ୍ୟ ମନ୍ତ୍ରୀ ଥିଲେ ବୋଲି କହିଛନ୍ତି।Advertisment ବାୟୋଟେକ୍ନୋଲୋଜି ବିଭାଗକୁ ବଜାୟ ରଖାଯାଇଛି ଜୁନ୍ ୩ ତାରିଖରେ କର୍ଣ୍ଣାଟକରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କୁ ରାଜସ୍ୱ ଓ କ୍ରୀଡା ବିଭାଗ, ପ୍ରିୟଙ୍କ ଖଡ଼ଗେଙ୍କୁ ଗୃହ (ଗୁଇନ୍ଦା ବିଭାଗ ବ୍ୟତୀତ) ଦାୟିତ୍ୱ ଦିଆଯାଇଛି।
ସିଦ୍ଦରମୈୟା କ୍ୟାବିନେଟରେ ସେ ପରିଚାଳନା କରିଥିବା ସୂଚନା ପ୍ରଯୁକ୍ତିବିଦ୍ୟା ଓ ବାୟୋଟେକ୍ନୋଲୋଜି ବିଭାଗକୁ ବଜାୟ ରଖାଯାଇଛି।
କେଜେ ଜର୍ଜ ଶକ୍ତି ବିଭାଗ ବଜାୟ ରଖିଥିବାବେଳେ ତାଙ୍କୁ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା, ଏମବି ପାଟିଲ ବୃହତ ଓ ମଧ୍ୟମ ଶିଳ୍ପ ବିଭାଗ ବଜାୟ ରଖିଲେ।
ସତୀଶ ଜାରିଖୋଲି ପୂର୍ତ୍ତ ବିଭାଗ ଜାରି ରଖିବେ।
କେ.ଏଚ୍.
ମୁନିୟାପ୍ପା ଖାଦ୍ୟ ଓ ସାଧାରଣ ଯୋଗାଣ ବିଭାଗ ବଜାୟ ରଖିଥିବାବେଳେ ଶରଣ ପ୍ରକାଶ ପାଟିଲ ଡାକ୍ତରୀ ଶିକ୍ଷା ବିଭାଗ ବଜାୟ ରଖିଥିଲେ।
କୃଷ୍ଣା ବାଇର ଗୌଡାଙ୍କୁ ବେଙ୍ଗାଲୁରୁ ନଗର ଉନ୍ନୟନ ଦାୟିତ୍ୱ ଦିଆଯାଇଥିଲା, ଯାହା ରେଡ୍ଡୀ ଚାହୁଁଥିଲେ।
ବୈରାଥି ସୁରେଶଙ୍କୁ ପରିବହନ ବିଭାଗ, ସିଦ୍ଧରମୈୟାଙ୍କ ପୁଅ ଯଥିନ୍ଦ୍ରଙ୍କୁ ନଗର ଉନ୍ନୟନ, ୟୁଟି ଖାଦେରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏବଂ ଈଶ୍ୱର ଖଣ୍ଡ୍ରେଙ୍କୁ ଗ୍ରାମୀଣ ବିକାଶ ଦାୟିତ୍ୱ ଦିଆଯାଇଥିଲା ।
ଆହୁରି ପଢ଼ନ୍ତୁ:Disappointment: ସଚିନଙ୍କ ଡାଇମଣ୍ଡ ଲିଗ୍ ପଦାର୍ପଣ ଫିକା ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।