06 JUNE 2026

Welcome!

Unlock your personalized experience.
Sign Up

BJP: ବିଜେପି ଛାଡ଼ିଲେ କେ ଅନ୍ନାମଲାଇ

Jun 05, 2026 - 14:26
BJP: ବିଜେପି ଛାଡ଼ିଲେ କେ ଅନ୍ନାମଲାଇ

ଚେନ୍ନାଇ: କେ ଅନ୍ନାମଲାଇ ବିଜେପି ଛାଡ଼ିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ଶୁକ୍ରବାର ତାମିଲନାଡୁରେ ଦଳର ପୂର୍ବତନ ମୁଖ୍ୟ କେ ଆନ୍ନାମଲାଇ ଇସ୍ତଫା ଦେଇଥିବା କହିଛି। ବିଜେପି ଏକ ବିଜ୍ଞପ୍ତିରେ କହିଛି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦଳର ପ୍ରାଥମିକ ସଦସ୍ୟତାରୁ ଅନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ପୂର୍ବତନ ଆଇପିଏସ୍ ଅଧିକାରୀ


କୁପ୍ପୁସାମୀ ଅନ୍ନାମଲାଇ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ। ବିଜେପିରେ ଯୋଗଦେବା ଓ ଦକ୍ଷିଣ ଭାରତୀୟ ରାଜ୍ୟରେ ବିଜେପିର ନେତୃତ୍ୱ ନେବା ପରେ ତାମିଲନାଡୁରେ ଚର୍ଚ୍ଚିତ ହୋଇଯାଇଥିଲେ। ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ମାସକ ମଧ୍ୟରେ ବିଜେପିକୁ ତାମିଲନାଡ଼ୁରେ ଏତେ ବଡ଼ ଝଟ୍‌କା ମିଳିଛି। ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜେପି ଅନ୍ନାମଲାଇଙ୍କୁ ପ୍ରାର୍ଥୀ ନ କରିବା ପରେ ପୂର୍ବତନ ଆଇପିଏସ୍‌ ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଦଳର ବଡ଼ ପରାଜୟ ପରେ ନିକଟରେ ଅନ୍ନାମଲାଇ ଦିଲ୍ଲୀ ଯାଇ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିଥିଲେ। ଅନ୍ନାମଲାଇ ନୂତନ ଦଳ ଆରମ୍ଭ କରିବାକୁ ଯୋଜନା କରୁଥିବା କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: Shakira: ଫିଫା ବିଶ୍ବକପ୍‌ ଉଦ୍‌ଘାଟନୀରେ ସାକିରା ଦେଖାଇବେ ଜଲୱା

ଆହୁରି ଦେଖନ୍ତୁ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।