Welcome!

Unlock your personalized experience.
Sign Up

Pond: ଦିନେ ପାହାଡ଼ ଥିଲା, ଏବେ ପୋଖରୀ! ଖଞ୍ଜାମହାଲରୁ ଲୁଟ୍‌ ହେଉଛି ପଥର

Jul 21, 2026 - 04:33
Pond: ଦିନେ ପାହାଡ଼ ଥିଲା, ଏବେ ପୋଖରୀ! ଖଞ୍ଜାମହାଲରୁ ଲୁଟ୍‌ ହେଉଛି ପଥର

ଅଭୟ ପତ୍ରୀ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମହୁମୁହାଣ ପଞ୍ଚାୟତ ଅନ୍ତର୍ଗତ ଖଞ୍ଜାମହାଲ ପାହାଡ଼ର ୬୩ଟି ପଥର ଖାଦାନକୁ ସରକାରୀ ଭାବେ ନିଲାମ ଦିଆଯାଉଥିଲା। ପରେ ଉକ୍ତ ପାହାଡ଼ ଦେଇ ହାତୀ ଚଳପ୍ରଚଳ କରିବାରୁ ଖାଦାନ ପାଇଁ ପରିବେଶ ମଞ୍ଜୁରି ମିଳିଲାନି। ୫ ବର୍ଷ ହେଲା ଖାଦାନଗୁଡ଼ିକ ବନ୍ଦ ରହିଛି। ତେବେ ବେଆଇନ ଭାବେ ପଥର ଲୁଟ୍‌ ଚାଲିଛି। ଦିନେ ଯେଉଁଠି ପାହାଡ଼ ଥିଲା ଏବେ ପୋଖରୀରେ ପରିଣତ ହୋଇଯାଇଛି। ସରକାର ରାଜସ୍ବ ହରାଉଥିବା ବେଳେ ପଥର ମାଫିଆ ମାଲାମାଲ୍‌ ହେଉଛନ୍ତି। 

Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ

ଖଞ୍ଜାମହାଲରୁ ଲୁଟ୍‌ ହେଉଛି ପଥର
ବିଭାଗୀୟ କର୍ମଚାରୀ ଓ ମାଫିଆଙ୍କ ସଲାସୁତୁରା

 ପାହାଡ଼ ନିଲାମ ପରେ ପଥର ଉତ୍ତୋଳନ ପାଇଁ ଏହାର ୬ ମିଟର ଉପରକୁ ଏବଂ ୬ ମିଟର ତଳକୁ ଖୋଳାଯାଇପାରିବ। ସେହିପରି, ଖୋଳାଯାଇଥିବା ସ୍ଥାନକୁ ମାଟି କିମ୍ବା ବାଲି ଦ୍ୱାରା ପୋତାଯିବ ବୋଲି ସରକାରୀ ନିୟମ ରହିଛି। ହେଲେ, ଅମାନିଆ ପଥର ବ୍ୟବସାୟୀମାନେ ପୂର୍ବରୁ ଖଞ୍ଜାମହାଲ ପାହଡ଼କୁ ମନଇଚ୍ଛା ଖୋଳି ପଥର ଉତ୍ତୋଳନ କରିଥିଲେ ମଧ୍ୟ ଉକ୍ତ ସ୍ଥାନକୁ ପୋତି ନାହାନ୍ତି। ଗତ ୫ ବର୍ଷ ଭିତରେ ସେଠାରେ ବିରାଟକାୟ ପୋଖରୀ ହୋଇଯାଇଛି। ପ୍ରାୟ ବର୍ଷସାରା ଶତାଧିକ ଫୁଟ୍‌ରୁ ଅଧିକ ପାଣି ଜମି ରହିବା କାରଣରୁ ସ୍ଥାନୀୟ ଲୋକ ଓ ଜୀବଜନ୍ତୁ ସେଥିରେ ପଡ଼ି ଜୀବନ ହରାଉଛନ୍ତି। ଆଗାମୀ ଦିନରେ ଭୂ-ସ୍ଖଳନ ଭଳି ପରିସ୍ଥିତି ଉପୁଜିପାରେ ବୋଲି ପରିବେଶବିତ୍‌ମାନେ କହୁଛନ୍ତି।

Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍‌କେ ବିଧାୟକ ଗିରଫ

ଖଣି ବିଭାଗର ନିଷ୍କ୍ରିୟତା ଯୋଗୁ ମାଫିଆମାନେ ମନଇଚ୍ଛା ପଥର ଲୁଟ୍‌ କରି ଚାଲିଛନ୍ତି। ପ୍ରତିଦିନ ଶହ ଶହ ଟ୍ରିପ୍‌ ପଥର ଚୋରାଚାଲାଣ ହେଉଛି। ଏଥିଯୋଗୁ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରି ସ୍ଥିତିକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି। ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା, ଯୁବନେତା ଅକ୍ଷୟ କୁମାର ଜେନା ଓ ଶେଖ ତାଜୁଦ୍ଦିନ ପ୍ରମୁଖ ସିଧାସଳଖ ଖଣି ବିଭାଗର କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ଉଠାଇଛନ୍ତି। ଏମାନେ ଅଭିଯୋଗ କରିଛନ୍ତି, ବିଭାଗୀୟ କର୍ମଚାରୀ, ରାଜନୈତିକ ବ୍ୟକ୍ତିବିଶେଷ ଓ ମାଫିଆଙ୍କ ମଧ୍ୟରେ ଭିତିରି ବୁଝାମଣା ଯୋଗୁ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ ସମ୍ପର୍କରେ ଉପଜିଲ୍ଲାପାଳ ଶିବ ମାଲବ୍ୟ କହିଛନ୍ତି, ଘଟଣାର ତଦନ୍ତ କରି ବିହିତ ପଦ‌କ୍ଷେପ ନିଆଯିବ। ପଥର ମାଫିଆଙ୍କୁ ସାବାଡ଼ କରିବା ପାଇଁ ଯୋଜନା ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।