Panchayat & ULB elections ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି:  ଅକ୍ଟୋବରରୁ ସର୍ଭେ, ଫେବ୍ରୁଆରି ୧୦ରେ ଚୂଡ଼ାନ୍ତ ତାଲିକା

Jul 21, 2026 - 17:55
Panchayat & ULB elections ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି:  ଅକ୍ଟୋବରରୁ ସର୍ଭେ, ଫେବ୍ରୁଆରି ୧୦ରେ ଚୂଡ଼ାନ୍ତ ତାଲିକା

"ଭୁବନେଶ୍ୱର: ୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ।

ଏନେଇ ଏକ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ବ ଦେଇଛନ୍ତି।

ଏଥିପାଇଁ ଚଳିତ ବର୍ଷ ଅକ୍ଟୋବରରୁ ରାଜ୍ୟରେ ଘରକୁ ଘର ସର୍ବେକ୍ଷଣ କରାଯିବ ଏବଂ ୨୦୨୭ ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖଯାଇଛି।

Advertisment Panchayat elections: ପଞ୍ଚାୟତ ନିର୍ବାଚନ ପାଇଁ ହାତ ଖୋଲିଲେ: ରାସ୍ତା, ସେତୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୩୨ ହଜାର କୋଟି ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଅଧ୍ୟକ୍ଷତା କରିଥିଲେ।

ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାଶଙ୍କ ସମେତ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ(କମିଶନର),ସମସ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟରମାନେ ସାମିଲ ହୋଇଥିଲେ।

Panchayat Elections: ରାଜ୍ୟରେ ଏଥର ବିଳମ୍ବରେ ହୋଇପାରେ ପଞ୍ଚାୟତ ନିର୍ବାଚନ ବୈଠକରେ ଆଗାମୀ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ବୈଠକରେ କୁହାଯାଇଥିଲା ଯେ, ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍‌ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ।

ଏହା ସହିତ ପ୍ରତ୍ୟେକ ଘରକୁ କ୍ରମିକ ଘର ନମ୍ବର ପ୍ରଦାନ, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ କରିବା, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରଯିବାକୁ ଆଲୋଚନା ହୋଇଥିଲା।

ସର୍ଭେ ପାଇଁ ପ୍ରତ୍ୟେକ ଦଳରେ ସମ୍ପୃକ୍ତ ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ଟିମ୍ ଲିଡର ଭାବେ ନିଯୁକ୍ତ କରାଯିବ।

ତାଙ୍କୁ ଦୁଇଜଣ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିବେ।

ଆବଶ୍ୟକ ସ୍ଥଳେ ଆଶା କର୍ମୀ, ଜଳ ସାଥୀ କିମ୍ବା ସ୍ୱଚ୍ଛ ସାଥୀଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ।

ବ୍ଲକ ଓ ସହରାଞ୍ଚଳ ସ୍ତରରେ ସୁପରଭାଇଜର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମଗ୍ର ପ୍ରକ୍ରିୟାର ତଦାରଖ କରିବେ।

ଏ ସମସ୍ତ ପ୍ରକ୍ରିୟା ଜୁଲାଇ ୩୧ ସୁଦ୍ଧା ଶେଷ ହେବ।

ଭୋଟରଙ୍କ ସୁବିଧା ଦୃଷ୍ଟିରୁ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯେପରି କ୍ରମାନୁସାରେ ଗୋଟିଏ  ବୁଥ୍‌ରେ ରହିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

SIR before Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍‌ଆଇଆର୍!

ସୋମବାର ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ବୈଠକରେ ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଆସନ୍ତା ଜାନୁଆରି ୧, ୨୦୨୭ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ଏବଂ ଫେବୃଆରି ୧୦, ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଲକ୍ଷ୍ୟ ରଖାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।