Sonam: ସୋନମଙ୍କୁ ଭେଟିବା ନିଷ୍ପତ୍ତି ଅଟକିଲା: କେନ୍ଦ୍ର ବିଜେପି ପ୍ରତି ବିଜେଡି ଏବେ ବି ନରମ
"ଭୁବନେଶ୍ବର: ବିଜୁ ଜନତା ଦଳ ଏକ ବିଚିତ୍ର ପରିସ୍ଥିତି ଦେଇ ଗତି କରୁଛି।
ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ବି ଶାସକ ଦଳ ପ୍ରତି କି ଆଭିମୁଖ୍ୟ ନେବ, ତାହା ସ୍ଥିର ହୋଇପାରୁନି।
ଏପରିକି ନୂଆଦିଲ୍ଲୀରେ ଚାଲିଥିବା ସିଜେପି ଓ ସୋନମ ୱାଙ୍ଗଚୁକଙ୍କ ଅନଶନ ପ୍ରସଙ୍ଗକୁ ନେଇ ବିଜେଡି ଦୋଛକିରେ ଠିଆ ହୋଇଛି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କାମଚଳା ଢଙ୍ଗରେ ଟ୍ବିଟ୍ କରି କାମ ସାରି ଦେଇଛନ୍ତି।
ଆହୁରି ରୋଚକ କଥା ହେଉଛି, ହସ୍ପିଟାଲ୍ରେ ସୋନମଙ୍କୁ ଭେଟିବା ପାଇଁ ବିଜେଡି ପକ୍ଷରୁ ଦୁଇଦିନ ହେଲା ଚାଲିଥିବା ଯୋଜନା ଶେଷ ମୁହୂର୍ତ୍ତରେ ତାହାକୁ ବାତିଲ କରାଯାଇଛି।
ଏହାକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ସରଗରମ।Advertisment BJD: ବେଲପାହାଡ଼ ପୌରପାଳିକାରେ ବିଜେଡିକୁ ବଡ଼ ଝଟକା: ଉପନଗରପାଳ ସମେତ ଦୁଇ-ତୃତୀୟାଂଶ କାଉନସିଲରଙ୍କ ଇସ୍ତଫା ନୂଆଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନକୁ ବିଜେଡି ସମର୍ଥନ କରିବ କି ନାହିଁ, ତାହାକୁ ନେଇ ତିନି ଚାରିଦିନ ହେଲା ଦଳ ଭିତରେ ମାନସ ମନ୍ଥନ ଚାଲିଥିଲା।
ଶେଷରେ ନିଷ୍ପତ୍ତି ହେଲା ଯେ ଏହି ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ସିଧାସଳଖ କିଛି ମନ୍ତବ୍ୟ ଦେବନି।
ସୋନମ ୱାଙ୍ଗଚୁକଙ୍କୁ ଭେଟି କେବଳ ନୈତିକ ସମର୍ଥନ ଦେବ।
ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପରିପ୍ରେକ୍ଷୀରେ ସାଂସଦମାନେ ଶନିବାର ସୁଦ୍ଧା ନୂଆଦିଲ୍ଲୀରେ ପହଞ୍ଚି ଯାଇଥିଲେ।
ଉପରମହଲରୁ ଡାକରା ପାଇ ମହିଳା, ଯୁବ ଓ ଛାତ୍ର ଶାଖା ସଭାପତି ସ୍ନେହାଙ୍ଗିନୀ ଛୁରିଆ, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ରବିବାର ସକାଳୁ ନୂଆଦିଲ୍ଲୀରେ ପହଞ୍ଚିଥିଲେ।
ସାଂସଦମାନଙ୍କ ସହ ଏହି ତିନି ଜଣ ସୋନମଙ୍କୁ ଭେଟିବା ନିଷ୍ପତ୍ତି ହୋଇଥିଲା।
ସ୍ଥିର ହୋଇଥିଲା, ପ୍ରସ୍ତାବିତ ଏହି ଭେଟଘାଟ ପୂର୍ବରୁ ରବିବାର ସଭାପତି ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ନୂଆଦିଲ୍ଲୀ ଘରେ ଏକ ବୈଠକ ହେବ।
ହଠାତ ରବିବାର ନିଷ୍ପତ୍ତି ବଦଳିଗଲା।
ସୋନମ ଚିକିତ୍ସିତ ହେଉଥିବା ହସ୍ପିଟାଲ୍ରେ ୧୬୩ ଧାରା ଲାଗୁ ହୋଇଥିବାରୁ ସେଠାକୁ ଯିବା ଠିକ୍ ହେବ ନାହିଁ ବୋଲି ନେତାମାନଙ୍କୁ କୁହାଗଲା।
ଏପରିକି ନବୀନଙ୍କ ସହ ଆଉ ବୈଠକ ହେଲା ନାହିଁ।
ଖବର ଅନୁସାରେ ବାସ୍ତବତା କିନ୍ତୁ ଭିନ୍ନ ଥିଲା।
ସୋନମକୁ ଭେଟିଲେ ବିଜେପି ରାଗି ପାରେ।
ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ଚାହୁ ନ ଥିଲା ବିଜେଡି।
ସେଥିପାଇଁ ଦଳ ଏହି ପ୍ରସଙ୍ଗରେ ପଛଘୁଞ୍ଚା ଦେଇଛି।
BJD leader: ମାନଭଞ୍ଜନରେ ବିଜେଡି ନେତା ସଫଳ: ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେଲେ ବିରଞ୍ଚି ରାଜନୈତିକ ମହଲର କହିବା କଥା, ଗତକାଲି ନବୀନଙ୍କ ଟ୍ବିଟ୍ରୁ ହିଁ ବିଜେଡିର ଅସ୍ପଷ୍ଟ ଆଭିମୁଖ୍ୟ ଧରାପଡ଼ିଯାଇଥିଲା।
ନିଜେ ନବୀନ ଦ୍ବନ୍ଦ୍ବରେ ଅଛନ୍ତି।
ନିର୍ଦ୍ଦିଷ୍ଟ ଭାବେ ଯନ୍ତରମନ୍ତର ଆନ୍ଦୋଳନ କି ସୋନମଙ୍କ ଅନଶନ କଥା ସେ ଉଠାଇ ନଥିଲେ।
କେବଳ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା ଠିକ୍ କରିବାକୁ ମତ ଦେଇଥିଲେ।
ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହ ସରକାର ଆଲୋଚନା କରିବାକୁ ଆହ୍ବାନ ଦେଇଥିଲେ।
ଛାତ୍ରଛାତ୍ରୀମାନଙ୍କ ଦାବି ଯୁକ୍ତିଯୁକ୍ତ କି ନାହିଁ ସେ ସମ୍ପର୍କରେ କହି ନଥିଲେ।
ଏହି ଟ୍ବିଟ୍କୁ ନେଇ ବିଜେପିର ଉପରସ୍ତରରେ ଖପ୍ପା ହୋଇଥିଲେ।
ଗତକାଲି ନବୀନ ବିଜେପି ପ୍ରତି ଯେତିକି କଡ଼ା ଆଭିମୁଖ୍ୟ ଦେଖାଇ ନ ଥିଲେ, ତାହାଠାରୁ ଅଧିକ ଆକ୍ରମଣାତ୍ମକ ହୋଇଥିଲେ ବିଜେପି ବିଧାୟକମାନେ।
କଡ଼ା ଭାଷାରେ ଜବାବ ଦେଇଥିଲେ।
ଏଥିରୁ ବିଜେପିର ହାବଭାବ ବୁଝି ଯେତିକି ଆଗକୁ ଯିବାକୁ ବିଜେଡି ଯୋଜନା କରୁଥିଲା, ସେତିକି ପଛକୁ ଫେରିବା ପାଇଁ ବାଧ୍ୟ ହୋଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।