Pollution: ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୋଳ: ମିଳୁନି ବିଶୁଦ୍ଧ ବାୟୁ, ପ୍ରଦୂଷିତ ଜଳାଶୟ

Sep 04, 2026 - 03:06
Pollution: ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୋଳ: ମିଳୁନି ବିଶୁଦ୍ଧ ବାୟୁ, ପ୍ରଦୂଷିତ ଜଳାଶୟ

"ଅନୁଗୋଳ: ବାୟୁ ପ୍ରଦୂଷଣ ପାଇଁ ବର୍ଷକୁ ଅଧାଦିନ ରେଡ୍‌ ଜୋନ୍‌ରେ ରହୁଛି ଅନୁଗୋଳ।

ତାଳଚେର ସ୍ଥିତି ଆହୁରି ଖରାପ।

ଏପ‌ଟେ ଖଣିଖାଦାନ ଓ କଳକାରଖାନା ପାଇଁ ନଦୀନାଳ ବି ପ୍ରଦୂଷିତ।

ମାଟି ତଳ ପାଣିର ଅବସ୍ଥା ବି ଭଲ ନାହିଁ।

ଜିଲ୍ଲାର ପାଣି, ପବନ‌ରେ ଏମିତି ବିଷ ଚରି ଯାଇଥିଲା ବେଳେ ଆଗକୁ ଆହୁରି ୧୦ରୁ ଅଧିକ ଖଣି ଖନନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏଣୁ ଅନୁଗୋଳବାସୀ ପ୍ରଦୂଷଣର ବିଷ ବଳୟରୁ ତ୍ରାହି ପାଇବେନି।Advertisment Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଆଇକ୍ୟୁଏୟାର ପକ୍ଷରୁ ୨୦୨୫ ମସିହା ପାଇଁ ପ୍ରକାଶିତ ପ୍ରଦୂଷିତ ସହର ତାଲିକାରେ ତାଳଚେର ରାଜ୍ୟର ପ୍ରଥମ ସ୍ଥାନରେ ଥିଲା ବେଳେ ଦ୍ବିତୀୟରେ ଅନୁଗୋଳ ରହିଥିଲା।

ପ୍ରଦୂଷଣରେ ୧ ନମ୍ବରରେ ରହିବା ପାଇଁ ଦୁଇ ସହର ଭିତରେ ଏକ ଅଲୋଡ଼ା ପ୍ରତିଯୋଗିତା ବର୍ଷ ସାରା ଚାଲିଥିଲା।

ପିଏମ୍‌ ୨.୫ ମାତ୍ରା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗାଇଡ୍‌ଲାଇନ୍‌ରେ ରହିଥିବା ମାନଦଣ୍ଡ ତୁଳନାରେ ଦୁଇ ସହରର ବାୟୁର ମାନ ୧୦ ଗୁଣ ଖରାପ ରହିଥିଲା।

ତାଳଚେର ସହରରେ ୨୦୨୫ ଜାନୁଆରି, ଫେବ୍ରୁଆରି, ମାର୍ଚ୍ଚ, ନଭେମ୍ବର ଓ ଡିସେମ୍ବରରେ ବାୟୁର ମାନ ଅତି ଖରାପ ସ୍ତରକୁ ଯାଇଥିଲା।

କେବଳ ଜୁଲାଇ ଓ ସେପ୍ଟେମ୍ବରରେ ଲୋକେ ସ୍ବଚ୍ଛ ପବନ ଟିକିଏ ପାଇଥିଲେ।

ସେହିପରି ଅନୁଗୋଳ ସହରରେ ମଧ୍ୟ ଜାନୁଆରି, ଫେବ୍ରୁଆରି, ମାର୍ଚ୍ଚ, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ବାୟୁ ପ୍ରଦୂଷଣ ଶୀର୍ଷ ଛୁଇଁଥିଲା।

ଏଠାରେ କେବଳ ଜୁଲାଇ ଓ ଅଗଷ୍ଟରେ ବାୟୁର ମାନ ଭଲ ରହିଥିଲା।

ଅପରପକ୍ଷରେ ୨୦୨୪ ମସିହାରେ ସର୍ବାଧିକ ପ୍ରଦୂଷିତ ସହର ତାଲିକାର ଶୀର୍ଷରେ ଅନୁଗୋଳ ଓ ଦ୍ବିତୀୟ‌ରେ ତାଳଚେର ରହିଥିଲା।

ମିଳୁନି ବିଶୁଦ୍ଧ ବାୟୁ, ପ୍ରଦୂଷିତ ଜଳାଶୟଭୂତଳ ଜଳରେ ଫ୍ଲୋରାଇଡ୍‌ ମାତ୍ରାଧିକ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ଅନୁସାରେ, ଦୀପାବଳିରୁ ହୋଲି ପର୍ଯ୍ୟନ୍ତ ଅନୁଗୋଳ ଓ ତାଳଚେରରେ ପ୍ରଦୂଷଣର ମାତ୍ରା ଉତ୍କଟ ରହୁଛି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ୨୦୨୫ ମସିହାରେ ମାତ୍ର ୨୪ ଦିନ ଅନୁଗୋଳ ଲୋକଙ୍କୁ ବିଶୁଦ୍ଧ ବାୟୁ ମିଳିଛି।

୧୩୫ ଦିନ ସ୍ଥିତି ସନ୍ତୋଷଜନକ ରହିଥିଲା।

୫୪ ଦିନ ବାୟୁର ମାନ ଖରାପ ରହୁଥିଲାବେଳେ ୩୩ ଦିନ ଅତି ଖରାପ ସ୍ତରକୁ ଯାଉଛି।

୧୧୯ ଦିନ ଏକ୍ୟୁଆଇ ୧୦୦ରୁ ୨୦୦ ଭିତରେ ରହୁଛି।

ଡିସେମ୍ବର, ଜାନୁଆରି ମାସରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୩ ଶହ ଉପରେ ରହୁଛି।

କେତେବେଳେ ବାୟୁମଣ୍ଡଳରେ ପିଏମ୍‌ ୨.୫ ମାତ୍ରା ବଢ଼ି ଯାଉଛି ତ ପୁଣି ଓଜୋନ ସ୍ତର ସମସ୍ୟାର କାରଣ ସାଜୁଛି।

ପବନରେ ପିଏମ୍‌ ୧୦ ମାତ୍ରା ବି ଅଧିକ ରହୁଛି।

ଏଠାରେ ବର୍ଷକୁ ୨୦୬ ଦିନ ଏକ୍ୟୁଆଇ ଶହେ ଉପରେ ରହୁଛି।

El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ ଏହାସହ କଳକାରଖାନା ଓ ଖଣିର ବର୍ଜ୍ୟଜଳ ପାଇଁ ବିଭିନ୍ନ ଜଳାଶୟ ପ୍ରଦୂଷିତ ହୋଇଗଲାଣି।

ବ୍ରାହ୍ମଣୀ ନଦୀ ସମେତ ୧୦ରୁ ଅଧିକ ନାଳର ପାଣି ମାନ ଖରାପ ହେବାରେ ଲାଗିଛି।

କୋଇଲା ଗୁଣ୍ଡ ଉଡ଼ି କୂଅ, ପୋଖରୀ ପାଣି ଉପରେ ଆସ୍ତରଣ ଜମି ରହୁଛି।

ପୁଣି ଭୂତଳ ଜଳରେ ଫ୍ଲୋରାଇଡ୍‌ ମାତ୍ରା ଅଧିକ ରହୁଛି।

ଅନ୍ୟ ଧାତବ ଅଂଶ ପାଣିରେ ଅଧିକ ରହୁଥିବାରୁ ଏହା ବିଭିନ୍ନ ରୋଗର କାରଣ ସାଜୁଛି।

ଏହାର ନିରାକରଣ ନେଇ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନି।

ବରଂ, ଅଧିକ ଖଣି ଖୋଳିବାକୁ ଅନୁମତି ଦିଆଯାଇଥିବାରୁ ଆଗକୁ ଅନୁଗୋଳ ସ୍ଥିତି ଆହୁରି ଖରାପ ହେବା ନିଶ୍ଚିତ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)