Pollution: ନଭେମ୍ବର ୫ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆର୍‌ରେ ୫୦% କର୍ମଚାରୀରେ ଚାଲିବ ସମସ୍ତ କାର୍ଯ୍ୟାଳୟ

Oct 31, 2026 - 21:24
Pollution: ନଭେମ୍ବର ୫ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆର୍‌ରେ ୫୦% କର୍ମଚାରୀରେ ଚାଲିବ ସମସ୍ତ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା କମିସନ (ସିଏକ୍ୟୁଏମ୍‌)ଙ୍କ ପକ୍ଷରୁ କଠୋର ନିର୍ଦ୍ଦେଶ ଜାରି କରାଯାଇଛି।

ଶୁକ୍ରବାର ସିଏକ୍ୟୁଏମ୍‌ ପକ୍ଷରୁ ଜାରି ନିର୍ଦ୍ଦେଶରେ ଦିଲ୍ଲୀ ଓ ଏନ୍‌ସିଆର୍‌ ଜିଲ୍ଲାରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ନଭେମ୍ବର ୫ ରୁ ୨୦ ପର୍ଯ୍ୟନ୍ତ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବାକୁ ଓ ଅବଶିଷ୍ଟ କର୍ମଚାରୀମାନେ ଘରୁ କାମ କରିବାକୁ କୁହାଯାଇଛି।

ଏହି କଟକଣାଗୁଡ଼ିକ ଦିଲ୍ଲୀ, ହରିୟାଣାର ଗୁରୁଗ୍ରାମ, ଫରିଦାବାଦ ଓ ସୋନିପତ ଏବଂ ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗର (ନୋଏଡା) ପାଇଁ ପ୍ରଯୁଜ୍ୟ ହେବ।

ଯେଉଁ ଶିଳ୍ପ ପ୍ରତିଷ୍ଠାନ ଓ ଅତ୍ୟାବଶ୍ୟକ ସେବାଗୁଡ଼ିକ ଘରୁ କାମ କରିବା ବ୍ୟବସ୍ଥା ସମ୍ଭବ ନୁହେଁ ସେମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି।

Advertisment ସିଏକ୍ୟୁଏମ୍‌ ସଦସ୍ୟ ସଚିବ ତରୁଣ କୁମାର ପିଥୋଡଙ୍କ ଦ୍ୱାରା ସ୍ୱାକ୍ଷରିତ, ଏହି ନିର୍ଦ୍ଦେଶଗୁଡ଼ିକ ଏନ୍‌ସିଆର୍‌ ରାଜ୍ୟର ସରକାର ଓ ଦିଲ୍ଲୀ ସରକାରଙ୍କ ବିଭାଗ ଏବଂ ଏଜେନ୍ସିଗୁଡ଼ିକ ପାଇଁ ପ୍ରଯୁଜ୍ୟ।

କମିସନ ଉଲ୍ଲେଖ କରିଛନ୍ତି ଯେ, ପରୀକ୍ଷାଧୀନ ସମୟ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ଦିନରେ ଏକ୍ୟୁଆଇ ସ୍ତର ଭୀଷଣ ଓ ଭୀଷଣ+ ବର୍ଗରେ ପହଞ୍ଚିଛି।

Pollution Complaint ମଙ୍ଗଳମ ଟିମ୍ବର୍ସର ପରିବେଶ ପ୍ରଦୂଷଣ: ଏଟିଆର୍‌ ଦାଖଲ ପାଇଁ ଓପିସିବିକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ କମିସନ ଏନ୍‌ସିଆର୍‌ରେ ଧୂଳି ସୃଷ୍ଟିକାରୀ ଭଙ୍ଗାଭଙ୍ଗି କାର୍ଯ୍ୟ ଓ ବାହ୍ୟ ନିର୍ମାଣ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଜରୁରୀ ସାର୍ବଜନୀନ ଭିତ୍ତିଭୂମି, ଜାତୀୟ ସୁରକ୍ଷା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଏଥିରୁ ବାଦ୍‌ ଦିଆଯାଇଛି।

ତେବେ ରାଜପଥ, ରାସ୍ତା, ଫ୍ଲାଏଓଭର, ଓଭରବ୍ରିଜ୍, ବିଦ୍ୟୁତ୍ ପରିବହନ ଲାଇନ, ପାଇପଲାଇନ୍ ଏବଂ ଦୂରସଂଚାର ନିର୍ମାଣ ପ୍ରକଳ୍ପଗୁଡ଼ିକ ଉପରେ କଟକଣା ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)