Politics: ପୂଜାରେ ଜମିଲା ରାଜନୀତି: ନଚେଇଲେ ଗୋବିନ୍ଦା

Oct 22, 2026 - 05:00
Politics: ପୂଜାରେ ଜମିଲା ରାଜନୀତି: ନଚେଇଲେ ଗୋବିନ୍ଦା

"ଭୁବନେଶ୍ବର: ୨୦୨୭ରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ହୋଇପାରେ।

ହାତରେ ଆଉ ୬ ମାସରୁ କମ୍‌ ସମୟ।

ହେଲେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି।

ଗୋଟିଏ କି ଦୁଇଟି ୱାର୍ଡ ନୁହେଁ, ବରଂ ଭୁବନେଶ୍ବରର ସମସ୍ତ ୬୭ ୱାର୍ଡରେ ସମାନ ଚିତ୍ର ଦେଖିବାକୁ ମିଳୁଛି।

ରାସ୍ତାପାର୍ଶ୍ବରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ, ସବୁଠି ଛାଇଯାଇଛି ଆଶାୟୀଙ୍କ ପାର୍ବଣର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା।

ଶୁଭେଚ୍ଛା ଆଳରେ ଆଶାୟୀମାନେ ନିଜର ଦବଦବା ଜାହିର କରିଛନ୍ତି।

କିଏ ଭୁବନେଶ୍ବର ସାଂସଦଙ୍କ ଫଟୋ ସହ ବ୍ୟାନର ଲଗାଇଛନ୍ତି ତ ଆଉ କିଏ ବିଧାୟକଙ୍କ ଫଟୋକୁ ବ୍ୟାନର୍‌ରେ ସ୍ଥାନ ଦେଇଛନ୍ତି।

କେହି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ବର ମେୟର, ବିଜେଡି ବିଧାୟକ ଓ କର୍ପୋରେଟରଙ୍କ ବ୍ୟାନର ଲାଗିଛି।

କାଁ ଭାଁ ସ୍ଥାନରେ କଂଗ୍ରେସ ନେତାଙ୍କ ବ୍ୟାନର ଝୁଲୁଛି।

କେବଳ ବ୍ୟାନର ସୀମିତ ନାହିଁ ଏଥରର ପୂଜା ରାଜନୀତି।

ଜନସମ୍ପର୍କ ବଢ଼ାଇବାକୁ ଭୁବନେଶ୍ବରିଆ ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି।

ଗୋଟିଏ ଗୋଟିଏ ଦିନରେ ବିଧାୟକମାନେ ୧୫ରୁ ୨୦ ପୂଜା ମଣ୍ଡପ ବୁଲିବାର ରେକର୍ଡ ସୃଷ୍ଟି କରିଛନ୍ତି।

ଏକାମ୍ର ହେଉ କି ଭୁବନେଶ୍ବର ଉତ୍ତର।

ଅଥବା ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ।

ବିଧାୟକମାନେ କୌଣସି ବି ପରିସ୍ଥିତିରେ ପୂଜା ମଣ୍ଡପ ବୁଲାକୁ ଆଦୌ ଭୁଲି ନାହାନ୍ତି।

ପୂର୍ବାହ୍ଣରୁ ରାତି ଅଧ ପର୍ଯ୍ୟନ୍ତ, ନିମନ୍ତ୍ରଣ ରକ୍ଷା କରି ସମର୍ଥକଙ୍କ ସହ ମଣ୍ଡପ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି।

ମା"ଙ୍କ ଦର୍ଶନ ଓ ଲୋକଙ୍କୁ ଭେଟି ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛନ୍ତି।

ବିଧାୟକଙ୍କ ସହ ସ୍ଥାନୀୟ କର୍ପୋରେଟର, ଆଶାୟୀ କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ସାମିଲ ହେଉଛନ୍ତି।Advertisment ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ମାଳ ମାଳ ନେତା ମଣ୍ତପ ବୁଲିବା ରାଜଧାନୀ ପୂଜା ରାଜନୀତିକୁ ଅଧିକ ସରଗରମ କରିଛି।

ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ନିଜ ନିଜ ସମର୍ଥକଙ୍କ ସହ ପୂଜା ମଣ୍ଡପ ବୁଲି ଶକ୍ତି ପ୍ରଦର୍ଶନ କରିଥିଲେ।

ଜଗନ୍ନାଥ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୂଜାରେ ଏକାଠି ଦେଖିବାକୁ ମିଳିଛି।

ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ଜଗନ୍ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମେଳଣ ପଡ଼ିଆରେ ହେଉଥିବା ପୂଜାରେ ଅପରାଜିତାଙ୍କ ଯୋଗଦାନ ଓ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ରାଜନୀତିକୁ ଅଧିକ ଖୋରାକ ଯୋଗାଇଥିଲା।

ଏମାନଙ୍କ ବ୍ୟତୀତ ବିଜେପି ନେତା ରୁଦ୍ରପ୍ରସାଦ ସାମନ୍ତରାୟ, ରାଣାପ୍ରତାପ ପାତ୍ର, ବିଜେଡି ନେତା ଅମରେଶ ଜେନା, ଭୁବନେଶ୍ବର ସାଙ୍ଗଠନିକ କଂଗ୍ରେସ ଜିଲ୍ଲା ସଭାପତି ପ୍ରକାଶ ଜେନା ପ୍ରମୁଖ ମଣ୍ଡପ ବୁଲିଥିଲେ।      ଦିନକୁ ୨୦ରୁ ଅଧିକ ମଣ୍ଡପ ବୁଲିଲେ ବିଧାୟକ    ଗୋଟିଏ ଫ୍ରେମ୍‌ରେ ଜଗନ୍ନାଥ-ଅପରାଜିତା    ମା"ଙ୍କ ଆଶୀର୍ବାଦ ନେଲେ ସହର ବାହାରର ନେତା    ନେତାଙ୍କ ପାଖରେ କର୍ପୋରେଟର ଆଶାୟୀଙ୍କ ଭିଡ଼ ଅନୁରୂପ ଭାବେ ଭୁବନେଶ୍ବର ଉତ୍ତରରେ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରିୟଦର୍ଶୀ ମିଶ୍ର, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ରାଉତ, କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି, ବିଜେପି ନେତା ଗୋଲକ ମହାପାତ୍ର ପ୍ରମୁଖ ବିଭିନ୍ନ ମଣ୍ଡପ ବୁଲିଛନ୍ତି।

ଏକାମ୍ର ଭୁବନେଶ୍ବରରେ ବିଧାୟକ ବାବୁ ସିଂହଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଜେପି ନେତା ସମୀର ମହାନ୍ତି, କଂଗ୍ରେସ ନେତା ସୁ‌ରେଶ କୁମାର ରାଉତରାୟ, ବିଜେଡି ନେତା ସଂଗ୍ରାମ ପାଇକରାୟ, ବିରଞ୍ଚି ନାରାୟଣ ମହାସୁପକାର, ରାଜେନ୍ଦ୍ର ସମର୍ଥା, ଅମୀୟ ଦାଶ ପ୍ରମୁଖ ପୁରୁଣା ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ବର ମେୟର ସୁଲୋଚନା ଦାସ ତିନୋଟି ଯାକ ନିର୍ବାଚନ ମଣ୍ଡଳୀ ବୁଲିଥିଲେ।

ଭୁବନେଶ୍ବରିଆ ନେତାଙ୍କ ବ୍ୟତୀତ ବାଚସ୍ପତି ସୁରମା ପାଢ଼ୀ, ସାଂସଦ ଦିଲୀପ ରାୟ ଓ ପ୍ରଦୀପ ପାଣିଗ୍ରାହୀ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା  ପ୍ରମୁଖ ପୂଜାମଣ୍ଡପ ବୁଲିବା ନୂଆ ରାଜନୈତିକ ଚର୍ଚ୍ଚା ପାଲଟିଛି।

ଓଡ଼ିଶା ଜନତା କଂଗ୍ରେସ(ଓଜେସି) ସଭାପତି ମହମ୍ମଦ ମୋକିମ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା"ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି।

ଟାଙ୍ଗୀବନ୍ତଠାରୁ ଆରମ୍ଭ କରି ନୂଆପଲ୍ଲୀ, ସାଲିଆସାହି, ଜୟଦେବ ବିହାର, ବାଣୀବିହାର ଟ୍ରାଫିକ ଛକ, ସହିଦନଗର, ସତ୍ୟନଗର, ପୁରୁଣା ଷ୍ଟେସନ ବଜାର, ଭୀମଟାଙ୍ଗୀ, ବଡ଼ଗଡ଼, ଝାରପଡ଼ା, ଚକେଇସିହାଣୀ ଇତ୍ୟାଦି ଅଞ୍ଚଳ ଗସ୍ତ କରି ମା"ଙ୍କ ଦର୍ଶନ କରିଥିଲେ।

ସେ କହିଥିଲେ କଟକ ଭାଇଚାରାର ସହରରୁ ମୁଁ ଆସିଛି।

ଭୁବନେଶ୍ୱର ବାସିନ୍ଦାଙ୍କ ସହ ମା"ଙ୍କ ପୂଜା କରିବାର ସୁଯୋଗ ପାଇଛି।

ଭକ୍ତି ଭାବନାରେ ନିମଗ୍ନ ରହି ହିଂସା, ଦ୍ୱେଷ, ଅଂହକାରରୁ ଦୂରେଇ ରହିବା ଉଚିତ।

ଅନ୍ୟମାନଙ୍କ ମଧ୍ୟରେ  ନଜିବୁର ରେହମାନ ଖାନ, ସଞ୍ଜୟ ରାୟ, ପ୍ରଶାନ୍ତ ଶତପଥୀ, ଅନୀଲ ବେଉରା, ଆର୍ଯ୍ୟବୀର ଲେଙ୍କା, ଆଦିତ୍ୟ ପରିଡା, ରାକେଶ ବେହେରା, ସୁଧୀର ରାଉତ, ସୋନାଲି ମହାପାତ୍ର, ଆଦିତ୍ୟ ଗିରି, ସୀତା ସାହୁ, ମିଲ୍ଲି ସାହୁ, ସଂଗ୍ରାମ କିଶୋର ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ନଚେଇଲେ ଗୋବିନ୍ଦାଭୁବନେଶ୍ବର: ଚଳିତବର୍ଷ ଦୁର୍ଗାପୂଜାରେ ନାମୀଦାମୀ ବଲିଉଡ୍‌, ଓଲିଉଡ୍‌ କଳାକାରଙ୍କ ସହ କଣ୍ଠଶିଳ୍ପୀ, ହାସ୍ୟ ଅଭିନେତାମାନେ ନୃତ୍ୟଗୀତ ସାଙ୍ଗକୁ ହସାଇ ହସାଇ ଶ୍ରଦ୍ଧାଳୁଙ୍କୁ ବେଦମ୍‌ କରାଇଛନ୍ତି।

ଏହି ପୂଜା ଭିଡ଼ରେ ଶ୍ରଦ୍ଧାଳୁଙ୍କ ମହଲରେ ଗୋବିନ୍ଦା କ୍ରେଜ୍‌ ଦେଖିବାକୁ ମିଳିଥିଲା।

ଝାରପଡ଼ା ମେଳଣ ପଡ଼ିଆଠାରେ ଆୟୋଜିତ ଦୁର୍ଗାପୂଜାରେ ଚଳିତବର୍ଷ ବଲିଉଡ୍‌ ଅଭିନେତା ଗୋବିନ୍ଦା ଆସିଥିବାରୁ ଶ୍ରଦ୍ଧାଳୁଙ୍କ ମହଲରେ ତାଙ୍କୁ ଦେଖିବାକୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ଗୋବିନ୍ଦା ବି ନିଜର ମିଠା ମିଠା କମେଡି ଓ ନୃତ୍ୟରେ ଶ୍ରଦ୍ଧାଳୁଙ୍କ ମନ ଜିଣିବାରେ ଊଣା କରିନଥିଲେ।

ଏଥିପାଇଁ କରତାଳିର ବି ସୁଅ ଛୁଟିଥିଲା।

ମଞ୍ଚ ଉପରେ "ଇସ୍‌କ ଲଢ଼ାଇ" ଗୀତରେ ଗୋବିନ୍ଦା ଠୁମ୍‌କା ଲଗାଉଥିବା ବେଳେ ମଞ୍ଚ ତଳେ ଯୁବକମାନେ ଧୂଳି ଉଡ଼ାଇ ଦେଇଥିଲେ।

ଆଜି ବି ଗୋବିନ୍ଦାଙ୍କ ସେହି ଅନ୍ଦାଜ୍‌ର ନାଚ ଯୁବପିଢ଼ିଙ୍କୁ ନାଚିବାକୁ ବାଧ୍ୟ କରିଥିଲା।

ସେପଟେ ଇଣ୍ଡିଆନ୍‌ ଆଇଡଲ୍‌ ଜ୍ୟୋତିର୍ମୟୀ ନାୟକ, ଶିବାନୀ, ମଣ୍ଟୁ ଛୁରିଆଙ୍କ ଭଳି କଳାକାରମାନେ ନିଜ ଗୀତରେ ଶ୍ରଦ୍ଧାଳୁଙ୍କୁ ବେଶ୍‌ ଝୁମାଇଥିଲେ।

ଅନେକ ପୂଜାମଣ୍ଡପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଧୁନିକ ଗୀତର ତାଳେ ତାଳେ ନୃତ୍ୟଗୀତର ମାହୋଲ ଦେଖିବାକୁ ମିଳିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)