Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ

Oct 22, 2026 - 00:48
Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ

"ନବରଙ୍ଗପୁର (ସୁରେଶ ନାଇଡୁ): ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଆରମ୍ଭ ପର ଠାରୁ ପ୍ରଥମ କରି ୪ଟି ଟରବାଇନ୍ ଗତ ଅଗଷ୍ଠନ ମାସ ଶେଷ ସପ୍ତାହରୁ ଲଗାଥାର ବୁଲୁଛି।

ତେ‌ବେ ଗତ ୧ତାରିଖରୁ ୧୮ତାରିଖ ଯାଏଁ ଲଗାତାର ଭାବେ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ କାଏମ୍ ହୋଇଛି।

ମୁଖୀଗୁଡାସ୍ଥିତ ୬୦୦ ମେଗାୱାଟ୍ ଘଣ୍ଟା କ୍ଷମତାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୪ଟି ଟରବାଇନ୍ ବୁଲି ୧୦ପ୍ରତିଶତ ଅଧିକା ସର୍ବକାଳୀନ ରେକର୍ଡ ୬୦୦ ମେଗାୱାଟ୍ ଘଣ୍ଟା ବିଦ୍ୟୁତ ଉତ୍ପାଦନ ଜାରୀ ରହିଛି।

ଗତ ୯ତାରିଖ ଦିନ ୬୦୩.୯୭୯ମେଗାୱାଟ୍ ଘଣ୍ଟା ବିଦ୍ୟୁତ ଉତ୍ପାଦନ ଜଳବିଦ୍ୟୁତ ପ୍ରକଳ୍ପ ଆରମ୍ଭ ପର ଠାରୁ ପ୍ରଥମ କରି ଏହି ରେକର୍ଡ ପରିମାଣର  ବିଦ୍ୟୁତ ଉତ୍ପାଦନ ହୋଇଛି।

Advertisment ସୂଚନାଯୋଗ୍ୟ, ଗତ ୧୮ଦିନ ଧରି ବିଦ୍ୟୁତ ଉତ୍ପାଦନ ୬୦୦ମେଗାୱାଟ୍ ଘଣ୍ଟା ଉପରେ ରହି ଆସିଛି।

ଗତ ୧ତାରିଖରେ ୬୦୧.୮୯୬ମେଗାୱାଟ ଘଣ୍ଟା, ୨ତାରିଖରେ ୬୦୧.୮୫୪, ୩ତାରିଖରେ ୬୦୩.୫୪୨, ୪ତାରିଖରେ  ୬୦୩.୭୫୦, ୫ତାରିଖରେ ୬୦୦.୮୧୩, ୬ତାରିଖରେ ୬୦୦.୬୮୮, ୭ତାରିଖରେ ୬୦୨.୮୭୫, ୮ତାରିଖ ୬୦୨.୧୬୭, ୯ତାରିଖରେ ୬୦୩.୯୭୯, ୧୦ତାରିଖରେ ୬୦୩,୧୧ରେ ୬୦୩.୪୧୭, ୧୨ତାରିଖରେ ୬୦୩.୬୮୮,୧୩ତାରିଖରେ ୬୦୩.୨୭୧, ୧୪ତାରିଖରେ ୬୦୩.୩୧୩, ୧୫ତାରିଖରେ  ୬୦୩.୦୨୧,୧୬ତାରିଖରେ ୬୦୨.୨୯୨ ,୧୭ତାରିଖରେ ୭୦୦.୩୧୩ ଓ ୧୮ତାରିଖରେ ୬୦୨.

୯୩୮  ମେଘାୱାଟ୍ ଘଣ୍ଟା ବିଦ୍ୟୁତ ଉତ୍ପାଦିତ ହୋଇଛି।

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଆଜି ୬୪୦.୩୧୦ ମିଟରରେ ଜଳସ୍ତର ପହଚିଂଛି।

ଗୋଟିଏ ପ‌ଟେ ଜଳଭଣ୍ଡାରର ଜଳଧାରଣ କ୍ଷମତା ବି ଗତ ବର୍ଷ ଆଜିର ତୁଳନାରେ ୪.୬୬ପ୍ରତିଶତ କମ୍ ଜଳ ରହିଛି।

Neglect: "ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)