Political Heat Over Books: ବହି ତ୍ରୁଟି ପ୍ରସଙ୍ଗ; ତେଜିଲା ରାଜନୀତି, ସରକାରଙ୍କୁ କାଉଣ୍ଟର କଲା ବିଜେଡ଼ି
ବହି ତ୍ରୁଟି ପଛରେ ରହିଛି ଷଡଯନ୍ତ୍ର। ଫେରାଯିବ ଭୁଲ ଛପା ଥିବା ସମସ୍ତ ବହି। ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଦେଖାଦେଇଥିବା ତ୍ରୁଟିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଅସାଧାରଣ ଭାବରେ ଅଧିକ ରହିଛି। ସ୍କ୍ରିପ୍ଟ୍ ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଯାଞ୍ଚ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରକୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ସନ୍ଦେହ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ବହି ତ୍ରୁଟି ବିବାଦରେ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସାରଦା ଜେନା। କହିଛନ୍ତି, ଯଦି ଷଡ଼ଯନ୍ତ୍ର ଅଛି ବାହାର କରନ୍ତୁ, ଲୋକଲୋଚନକୁ ଆଣନ୍ତୁ। ଅନ୍ୟ ଉପରେ ଦୋଷ ଲଦନ୍ତୁ ନାହିଁ। ସେହିପରି ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି ଯେଉଁ ସମ୍ପାଦନା ମଣ୍ଡଳୀ ଗଠନ ହୋଇଥିଲା ତାହା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ହୋଇଥିଲା। ସେ ବାହାର କରନ୍ତୁ କିଏ ତାଙ୍କୁ ଷଡ଼ଯନ୍ତ୍ରରେ ଫସାଇବାକୁ ଉଦ୍ୟମ କରିଥିଲେ। ତାଙ୍କ ହାତରେ ତଦନ୍ତକାରୀ ଟିମ୍ ଅଛନ୍ତି। ଦଣ୍ଡ ବିଧାନ ବି ସେ କରିପାରିବେ।