Political Crisis: ନ୍ୟୁଜିଲାଣ୍ଡରେ କ୍ଷମତା ସଙ୍କଟ! ସଂଖ୍ୟାଗରିଷ୍ଠତା ହରାଇଲେ ପ୍ରଧାନମନ୍ତ୍ରୀ ଲକ୍ସନ୍
ୱେଲିଂଟନ୍: ନ୍ୟୁଜିଲାଣ୍ଡ ରାଜନୀତିରେ ନୂଆ ମୋଡ଼।
ସଂସଦୀୟ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତା ହରାଇଛି।
ଫଳରେ ଦେଶରେ ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ବଢ଼ିଛି।
Advertisment ନଭେମ୍ବର ୭ରେ ହୋଇଥିବା ନିର୍ବାଚନର ପ୍ରାରମ୍ଭିକ ଫଳାଫଳରେ ଲକ୍ସନ୍ଙ୍କ ମେଣ୍ଟ ସରକାର କ୍ଷମତା ବଜାୟ ରଖିବ ବୋଲି ଆଶା କରାଯାଉଥିଲା।
କିନ୍ତୁ ଚୂଡ଼ାନ୍ତ ଗଣତିରେ ତାଙ୍କ ଦଳ ଦୁଇଟି ଆସନ ହରାଇଛି।
ଫଳରେ ଏନ୍ଜେଡ୍ ଫାଷ୍ଟ ଓ ଏସିଟି ଦଳର ସମର୍ଥନ ଥିଲେ ମଧ୍ୟ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାଠାରୁ ଗୋଟିଏ ଆସନ ପଛରେ ରହିଛି।
ଏଭଳି ସ୍ଥିତିରେ ଛୋଟ ଦଳ ଅପରଚ୍ୟୁନିଟିର ନେତ୍ରୀ କିଉଲାଏ ୱଙ୍ଗ୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ତାଙ୍କ ଦଳର ସମର୍ଥନ ବିନା ଲକ୍ସନ୍ଙ୍କ ପାଇଁ ସରକାର ଗଠନ କରିବା କଷ୍ଟକର ହେବ।
ଅର୍ଥାତ୍ ଏବେ ନୂଆ ସରକାର ଗଠନର ଚାବିକାଠି ୱଙ୍ଗ୍ଙ୍କ ହାତରେ।
ରାଜନୀତିରେ ସ୍ୱଚ୍ଛତା ଆଣିବାକୁ ପ୍ରାଥମିକତା ୱଙ୍ଗ୍ କହିଛନ୍ତି, ତାଙ୍କ ଦଳ ଦେଶରେ ଜଳବାୟୁ ପରିବର୍ତ୍ତନ, ଜୀବନଧାରଣ ଖର୍ଚ୍ଚ ହ୍ରାସ ଓ ରାଜନୀତିରେ ସ୍ୱଚ୍ଛତା ଆଣିବାକୁ ପ୍ରାଥମିକତା ଦେବ।
ଏହି ପ୍ରସଙ୍ଗଗୁଡ଼ିକରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ, ଲକ୍ସନ୍ ସ୍ୱୀକାର କରିଛନ୍ତି ଯେ, ସରକାର ଗଠନ ପାଇଁ ଆଲୋଚନା ସହଜ ହେବ ନାହିଁ ଓ ଏଥିପାଇଁ ସମୟ ଲାଗିପାରେ।
ବିରୋଧୀ ଲେବର ପାର୍ଟିର ନେତା କ୍ରିସ୍ ହିପକିନ୍ସ ମଧ୍ୟ ୱଙ୍ଗ୍ଙ୍କ ସହ ଆଲୋଚନା କରିଛନ୍ତି।
ଯଦି କୌଣସି ଦଳ ମଧ୍ୟରେ ସହମତି ନ ହୁଏ, ତେବେ ନ୍ୟୁଜିଲାଣ୍ଡରେ ପୁଣି ନିର୍ବାଚନ ହେବାର ସମ୍ଭାବନା ରହିଛି।
ତେଣୁ ଆଗାମୀ କିଛି ସପ୍ତାହ ଦେଶର ରାଜନୈତିକ ଭବିଷ୍ୟତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।
Drone Attack: କୁଏତ୍ରେ ଡ୍ରୋନ୍ ଆକ୍ରମଣରେ ୨ ଇଟାଲୀୟଙ୍କ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
