Political controversy: ମୋଦୀଙ୍କ ସହ ରାହୁଲଙ୍କ ବିତର୍କ ଆହ୍ବାନର ଜବାବ ଦେଲେ ରିଜିଜୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶୀ ସହାୟତାରେ କ୍ଷମତାକୁ ଆସିଥିବା ଏବଂ ଏବେ ମଧ୍ୟ ବିଦେଶୀ ଶକ୍ତିଙ୍କ ସମର୍ଥନରେ ପଦବିରେ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।
ଏହାକୁ ନେଇ ରାଜନୈତିକ ବାଗ୍ଯୁଦ୍ଧ ତୀବ୍ର ହୋଇଛି।
ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି ଯେ, ତାଙ୍କ ଅଭିଯୋଗ ଭାରତୀୟ ପତାକା ଧରିଥିବା ବିଚ୍ଛିନ୍ନତାବାଦୀଙ୍କ ଭଳି।
ଏହା ଦେଶର ଶତ୍ରୁମାନଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଇବା ସହ ସମାନ ବୋଲି ସେ ଅଭିଯୋଗ କରିଛନ୍ତି।
Advertisment ସୋମବାର ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ୍ କରି ମୋଦୀଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଥିଲେ।
ଭାରତର ଆର୍ଥିକ ବ୍ୟବସ୍ଥା ବିଦେଶୀଙ୍କ ନିୟନ୍ତ୍ରଣ ଓ ସମର୍ଥନରେ ରହିଥିବା ଏବଂ ବିଦେଶୀ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମୋଦୀଙ୍କୁ ସମର୍ଥନ କରୁଥିବା ସେ ଅଭିଯୋଗ କରିଥିଲେ।
ଯେକୌଣସି ମଞ୍ଚରେ ଓ ଯେକୌଣସି ସମୟରେ ବିତର୍କ ପାଇଁ ସେ ପ୍ରସ୍ତୁତ ବୋଲି ରାହୁଲ କହିଥିଲେ।
ମଙ୍ଗଳବାର ଏହାର ଜବାବ ଦେଇ ରିଜିଜୁ କହିଥିଲେ, ଇସ୍ଲାମୀୟ ମୌଳବାଦୀମାନେ ଧର୍ମନିରପେକ୍ଷତାର କଥା କହିବା, ବିଚ୍ଛିନ୍ନତାବାଦୀମାନେ ଭାରତୀୟ ପତାକା ଧରିବା ଏବଂ ଅରାଜକତାବାଦୀମାନେ ସମ୍ବିଧାନର ବହି ଦେଖାଇବା ଭଳି ରାହୁଲଙ୍କ ଆଚରଣ।
ଭାରତର ଶତ୍ରୁମାନଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଇବା ସହ ଅନ୍ୟମାନଙ୍କ ଉପରେ ବିଦେଶୀ ସମର୍ଥନର ଅଭିଯୋଗ ଆଣିବା ନିଜକୁ ନିଜେ ଉପହାସ କରିବା ସହ ସମାନ ବୋଲି ସେ କହିଛନ୍ତି।
ଉଚ୍ଚସ୍ତରୀୟ ବିତର୍କ ପରିପକ୍ୱ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ ବୋଲି ମଧ୍ୟ ରିଜିଜୁ ମତ ଦେଇଛନ୍ତି।
PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣସୀ ଗସ୍ତ ଆଜି, ଅରବିନ୍ଦ ଲିମିଟେଡ୍ର ନୂଆ ୟୁନିଟ୍ ଉଦ୍ଘାଟନ ସହ ଦେଖିବେ ଏୟାର ଶୋ' ଏହି ବିବାଦର ଆରମ୍ଭ ଗତ ଶନିବାର ଗୁଜରାଟରେ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମରେ ମୋଦୀଙ୍କ ଭାଷଣରୁ ହୋଇଥିଲା।
ବିରୋଧୀ ଦଳଗୁଡ଼ିକ ସରକାରଙ୍କ ନୀତିକୁ ସମାଲୋଚନା କରିବା ପରିବର୍ତ୍ତେ ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା ମୋଦୀ ଅଭିଯୋଗ କରିଥିଲେ।
ବିରୋଧୀ ଦଳ ଏବେ 'ବିରୋଧୀ ପକ୍ଷ' ପରିବର୍ତ୍ତେ 'ଅବରୋଧ ପକ୍ଷ' ପାଲଟିଛି ବୋଲି ସେ କହିଥିଲେ।
ବିଦେଶରେ କିଏ କାହାକୁ ଗୁପ୍ତରେ ଭେଟୁଛି ଏବଂ ଭାରତବିରୋଧୀ ଶକ୍ତି କାହାକୁ ସମର୍ଥନ କରୁଛନ୍ତି, ତାହା ଚିହ୍ନଟ କରିବା ଆବଶ୍ୟକ ବୋଲି ମୋଦୀ କହିଥିଲେ।
ଏହାର ଜବାବରେ ରାହୁଲ ମୋଦୀଙ୍କ ଉପରେ ବିଦେଶୀ ସହାୟତା ନେଇ ପାଲଟା ଅଭିଯୋଗ ଆଣିବା ସହ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି।
ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
