ନିର୍ଦ୍ଦେଶ ପାଳନରେ ବିଫଳତା: ବିଏମ୍‌ସି କମିସନରଙ୍କ ନଭେମ୍ବର ଦରମା ବନ୍ଦ କଲେ ସୁପ୍ରିମ୍‌କୋର୍ଟ

Nov 03, 2026 - 22:45
ନିର୍ଦ୍ଦେଶ ପାଳନରେ ବିଫଳତା: ବିଏମ୍‌ସି କମିସନରଙ୍କ ନଭେମ୍ବର ଦରମା ବନ୍ଦ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ସଂକ୍ରାନ୍ତ କୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ବିଫଳ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ଆଜି ବିଏମ୍‌ସି (ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌) କମିସନର ଅଶ୍ୱିନୀ ଭିଡେ ଓ ଅନ୍ୟ ପୌର ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ବିଚାର ଆରମ୍ଭ କରିଛନ୍ତି ।

ଏଥିସହ ସେମାନଙ୍କ ନଭେମ୍ବର ମାସର ଦରମା ବନ୍ଦ କରିଦେଇଛନ୍ତି ।

Advertisment ମୁମ୍ବାଇର ବୋରିଭଲିରେ ବେଷ୍ଟ୍‌ (ବୃହନ୍‌ମୁମ୍ବାଇ ଇଲେକ୍ଟ୍ରିକ୍‌ ସପ୍ଲାଏ ଆଣ୍ଡ ଟ୍ରାନ୍ସପୋର୍ଟ) ବସ୍‌ ଷ୍ଟେସନ୍‌ ପାଇଁ ଜମି ଚିହ୍ନଟ କରିବା ଏବଂ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ସଂକ୍ରାନ୍ତ ପୂର୍ବ ନିର୍ଦ୍ଦେଶ ପାଳନ କରିବାକୁ ଅଧିକ ୩୦ ଦିନ ସମୟ ଦେବା ପାଇଁ ପୌର ସଂସ୍ଥା ଆବେଦନ କରିଥିଲା ।

ତେବେ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

Political controversy: ମୋଦୀଙ୍କ ସହ ରାହୁଲଙ୍କ ବିତର୍କ ଆହ୍ବାନର ଜବାବ ଦେଲେ ରିଜିଜୁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କମିସନର ଭିଡେଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।

ଅଦାଲତ ଅବମାନନା ପାଇଁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ, ତାହାର ଜବାବ ଦେବାକୁ କୋର୍ଟ କହିଛନ୍ତି ।

ଏହି ନୋଟିସ୍‌ ଉପରେ ନିଷ୍ପତ୍ତି ନ ହେବା ଏବଂ ପୂର୍ବ ନିର୍ଦ୍ଦେଶ ପାଳନ ନ ହେବା ପର୍ଯ୍ୟନ୍ତ କମିସନର ଓ ଅନ୍ୟ ଅଧିକାରୀଙ୍କୁ ଦରମା ମିଳିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

ଏପରିକି ୨୦୨୬ ଡିସେମ୍ବର ୧ ପର୍ଯ୍ୟନ୍ତ ସେମାନେ ଦରମା ପାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଶୁଣାଣି ସମୟରେ ପୌର ଅଧିକାରୀଙ୍କ ଆଚରଣକୁ ନେଇ ମଧ୍ୟ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)