Police Force: ପୁଲିସ ବ୍ୟବସ୍ଥା: ୧୯୬୬ ପଦବି ଖାଲି, କାମ ଚାପରେ କର୍ମଚାରୀ ଚେପା
ଭୁବନେଶ୍ବର: ରାଜଧାନୀର କଳେବର ବଢ଼ୁଛି।
ପ୍ରତିବର୍ଷ ନୂଆ ନୂଆ ଶିକ୍ଷାନୁଷ୍ଠାନ, ଶିଳ୍ପ ପ୍ରତିଷ୍ଠାନ, ବ୍ୟାବସାୟିକ ସଂସ୍ଥା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗଢ଼ି ଉଠୁଛି।
ଜୀବିକା, ଶିକ୍ଷା ଓ ବ୍ୟବସାୟ ଅନ୍ୱେଷଣରେ ଜିଲ୍ଲାରୁ ଆରମ୍ଭ କରି ଅନ୍ୟ ରାଜ୍ୟରୁ ହଜାର ହଜାର ଲୋକ ଭୁବନେଶ୍ୱର ମୁହାଁ ହେଉଛନ୍ତି।
ରାଜ୍ୟର ସମସ୍ତ ପ୍ରମୁଖ ସରକାରୀ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଏଠାରେ ଥିବାରୁ ଶିଳ୍ପପତିଙ୍କଠାରୁ ଆରମ୍ଭ କରି ଶୀର୍ଷ ପ୍ରଶାସକଙ୍କ ପର୍ଯ୍ୟନ୍ତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଚଳପ୍ରଚଳ ଏଠାରେ ଲାଗି ରହିଛି।
ହେଲେ ରାଜଧାନୀର ଏହି ବର୍ଦ୍ଧିତ ପରିସର ଓ ଦାୟିତ୍ୱ ସହ ତାଳ ଦେଇ କମିସନରେଟ ପୁଲିସର ଲୋକବଳ ବଢ଼ୁନି।
ଏହି ବିଭାଗରେ ଗ୍ରୁପ୍ ଏ'ର ଆଇପିଏସ୍ ରୢାଙ୍କ୍ଠୁ ଆରମ୍ଭ କରି ଗ୍ରୁପ୍ ଡି'ର ଝାଡ଼ୁଦାର ବା ପିଅନଙ୍କ ପର୍ଯ୍ୟନ୍ତ ସବୁ ବିଭାଗରେ କର୍ମଚାରୀ ଅଭାବ ଦେଖିବାକୁ ମିଳିଛି।
Advertisment Prince William: ପ୍ରିନ୍ସ ୱିଲିୟମ୍ ଓ କେଟ୍ଙ୍କ ଗ୍ରାମୀଣ ବାସଭବନରେ ଅନୁପ୍ରବେଶ ଉଦ୍ୟମ, ୨ ଗିରଫ ସୂଚନାନୁସାରେ, କମିସନରେଟ୍ ପୁଲିସରେ ଗ୍ରୁପ ଏ' ଠୁ ଆରମ୍ଭ କରି ଡି' ପର୍ଯ୍ୟନ୍ତ ସର୍ବମୋଟ ୮୭୬୯ଟି ପଦବିକୁ ମଞ୍ଜୁରୀ ମିଳିଛି।
ସେଥିମଧ୍ୟରୁ ବିଭିନ୍ନ ବିଭାଗରେ ୧୯୬୬ଟି ପଦବି ଖାଲି ପଡ଼ିଛି।
ଅର୍ଥାତ୍ ଆବଶ୍ୟକ କର୍ମଚାରୀଙ୍କ ତୁଳନାରେ ପ୍ରାୟ ୨୨ ପ୍ରତିଶତ ଲୋକବଳର ଅଭାବ ରହିଛି।
ଯେଉଁଥିରେ ଗ୍ରୁପ୍ ଏ ଅର୍ଥାତ୍ ଏସିପି ବା ତଦୂର୍ଦ୍ଧ୍ବ ରୢାଙ୍କରେ ୨୬ଟି ପଦବି ଖାଲି ପଡ଼ିଥିବା ବେଳେ ଗ୍ରୁପ୍ 'ବି'ରେ ଅର୍ଥାତ୍ ଥାନାରେ ତଦନ୍ତ ଦାୟିତ୍ବରେ ରହୁଥିବା ଇନ୍ସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ରୢାଙ୍କ୍ରେ ୨୫୨ ପଦବି ଫାଙ୍କା ପଡ଼ିଛି।
ସେହିଭଳି ଗ୍ରୁପ୍ ସି ରେ ଅର୍ଥାତ୍ କନେଷ୍ଟବଳ, ପୁଲିସ ଡ୍ରାଇଭର ଭଳି ପଦବିରେ ସର୍ବାଧିକ ସର୍ବାଧିକ ୧୫୩୧ଜଣ ଓ ଗ୍ରୁପ ଡି' ରେ ୧୫୭ଜଣ କର୍ମଚାରୀ ମରୁଡ଼ି ପଡ଼ିଛି।
ସବୁଠାରୁ ଉଦ୍ବେଗଜନକ କଥା ହେଉଛି, ମୋ୍ଟ ଖାଲି ପଦବିର ପ୍ରାୟ ୭୮ ପ୍ରତିଶତ କେବଳ ଗ୍ରୁପ୍-ସି' ବା କନେଷ୍ଟବଳ ରୢାଙ୍କ୍ରେ ରହିଛି।
ରାତିରେ ବ୍ଲକିଂ, ଚେକିଂଠାରୁ ଆରମ୍ଭ କରି ଆନ୍ଦୋଳନ ବେଳେ ଲୋକଙ୍କୁ ନିୟନ୍ତ୍ରଣ କରିବା, ବିଭିନ୍ନ ସରକାରୀ ଦପ୍ତରରେ ମୁତୟନ, ଥାନାରୁ କୋର୍ଟକୁ ଅଭିଯୁକ୍ତଙ୍କୁ ନେବା ଭଳି ଗୁରୁଦାୟିତ୍ବ ଏମାନଙ୍କ ଉପରେ ନ୍ୟସ୍ତ।
ମାତ୍ର ଏହ ବିଭାଗରେ କର୍ମଚାରୀ ଅସଙ୍ଗତି ଦ୍ବୈତନଗରୀର ଶୃଙ୍ଖଳା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠାଇଛି।
ଏସବୁ ବ୍ୟତୀତ ରାଜଧାନୀରେ ପ୍ରତିଦିନ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ଲାଗି ରହୁଛି।
ସେମାନଙ୍କ ସୁରକ୍ଷା, ରାସ୍ତା ନିୟନ୍ତ୍ରଣ ଓ ଗସ୍ତ ପରିଚାଳନା ପାଇଁ ବହୁ ସଂଖ୍ୟକ ପୁଲିସ କର୍ମଚାରୀ ମୁତୟନ ହେଉଛନ୍ତି।
ଏହାବ୍ୟତୀତ ବିଧାନସଭା ଅଧିବେଶନ, ବିଭିନ୍ନ ସଂଗଠନର ଆନ୍ଦୋଳନ ଓ ଧାରଣା, ପର୍ବପର୍ବାଣି, ମେଳା ମହୋତ୍ସବ ଏବଂ ବିଭିନ୍ନ ଜନସମାଗମ କାର୍ଯ୍ୟକ୍ରମରେ ପୁଲିସ ବଳ ନିୟୋଜିତ ହେଉଛି।
ଫଳରେ ଥାନା, ପାଟ୍ରୋଲିଂ ଓ ନିୟମିତ ଆଇନଶୃଙ୍ଖଳା ଦାୟିତ୍ୱ ପାଇଁ ଉପଲବ୍ଧ କର୍ମଚାରୀଙ୍କ ଉପରେ ଅତିରିକ୍ତ ଚାପ ପଡ଼ୁଛି।
ନିକଟରେ କଟକ ୟୁପିଡିର ମହିଳା ଇନ୍ସପେକ୍ଟର ବିଉଟି ମହାନ୍ତି ମଧ୍ୟ ଆତ୍ମହତ୍ୟା କରିଥିଲେ।
ଏହା ପଛରେ କାମ ଚାପ ଥିବା ଚର୍ଚ୍ଚା ହୋଇଥିଲା।
କେବଳ ସେତିକି ନୁହେଁ, ଆଇପିଏସ୍ ଜଗମୋହନ ମୀନା ମଧ୍ୟ ମାତ୍ରାଧିକ କାମ ଚାପରେ ନିକଟରେ ପୁଲିସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବୋଲି ଚର୍ଚ୍ଚା ଏବେ ବି ଥମିନାହିଁ।
Neglect: ମୁଣ୍ଡ ଗୁଂଜିବାକୁ ଦୃଷ୍ଟିହୀନ ଯଦୁଙ୍କ ନାହିଁ ଘର, ମିଳିନି ତିନି ମାସର ଭତ୍ତା ତେବେ ଏନେଇ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି, ରାଜଧାନୀରେ ଜନସଂଖ୍ୟା ବୃଦ୍ଧି ସହ ନୂଆ ନୂଆ ଆବାସିକ ଅଞ୍ଚଳ ଓ ବ୍ୟାବସାୟିକ କେନ୍ଦ୍ର ଗଢ଼ି ଉଠୁଛି।
ଯାନବାହନ ସଂଖ୍ୟା ବଢ଼ିବା ସହ ଟ୍ରାଫିକ୍ ନିୟନ୍ତ୍ରଣ ମଧ୍ୟ ଏକ ବଡ଼ ଆହ୍ୱାନ ପାଲଟିଛି।
ଏଭଳି ସ୍ଥିତିରେ ପାଟ୍ରୋଲିଂ, ଅପରାଧ ନିୟନ୍ତ୍ରଣ, ମାମଲାର ତଦନ୍ତ, ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଧିକ ପୁଲିସ କର୍ମଚାରୀଙ୍କ ଆବଶ୍ୟକତା ରହିଛି।
ସେହିଭଳି କର୍ମଚାରୀ ଅଭାବର ଅନ୍ୟ ଏକ ପ୍ରଭାବ ହେଉଛି ଉପଲବ୍ଧ ପୁଲିସ କର୍ମଚାରୀଙ୍କ ଉପରେ ବଢ଼ୁଥିବା କାର୍ଯ୍ୟଭାର।
ଲଗାତାର ଡ୍ୟୁଟି, ଅତିରିକ୍ତ ଦାୟିତ୍ୱ ଓ ବିଶ୍ରାମର ଅଭାବ କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରୁଛି।
ତେଣୁ ସରକାର କେବଳ ଆଧୁନିକ ଉପକରଣ, ସିସିଟିଭି ଓ ନୂଆ ପ୍ରଯୁକ୍ତି ସୀମିତ ନ ରହି ପର୍ଯ୍ୟାପ୍ତ ମାନବସମ୍ବଳ ନିଯୁକ୍ତି ଉପରେ ଗୁରୁତ୍ବ ଦେବା ଆବଶ୍ୟକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
