police: ଡୁଡା ଆଉଟସୋର୍ସିଙ୍ଗ କର୍ମଚାରୀ ଫେରାର ଘଟଣାରେ ପୁଲିସ ଓ ପ୍ରଶାସନ ଚୁପ, ବାବାଟବଣା ହେଉଛି ତଦନ୍ତ
"ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା) କାର୍ଯ୍ୟାଳୟରେ ସରକାରୀ ପାଣ୍ଠିରୁ ୧ କୋଟି ୯ ଲକ୍ଷ ଟଙ୍କା ଆତ୍ମସାତ୍ ଘଟଣାରେ ପ୍ରଶାସନ ଏବଂ ପୋଲିସର ତଦନ୍ତକୁ ନେଇ ଆନ୍ତରିକତା ନଥିବା ଏବଂ ତଦନ୍ତ ପ୍ରକ୍ରିୟା ଧିରେ ଧିରେ ବାଟବଣା ହେଉଥିବା ସାଧାରଣରେ ଆଲୋଚନା ହେଉଛି ।
ଜିଲ୍ଲାପାଳ ବଦଳୁଥିଲେ, ଜିଲ୍ଲା ଉନ୍ନୟନ ଅଧିକାରୀ ବଦଳୁଥିଲେ କିନ୍ତୁ ଜଣେ ସାଧାରଣ ଠିକା କର୍ମଚାରୀ କିପରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ କରିପାରିଲେ ତାକୁ ନେଇ ଅଧିକାରୀଙ୍କ ଦାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜିଲ୍ଲା ଉନ୍ନୟନ ଅଧିକାରୀ ଏହି ଘଟଣାରେ ଏତଲା ଦାୟର କରି ଚୁପ୍ ରହିଥିବା ବେଳେ ପୁଲିସ ଚୋରୀ ଡକାୟତି, ଟ୍ରାଫିକ ଏବଂ ଆଇନ୍ ଶୃଙ୍ଖଳାକୁ ନେଇ ବ୍ୟସ୍ତ ।Advertisment ଆହୁରି ପଢନ୍ତୁ :Mobile towers: ମୋବାଇଲ ଟାୱାର ପାଇଁ ବାଧକ ସାଜିଛି ରାସ୍ତା, ରାସ୍ତା ନାହିଁ ବୋଲି ବସିପାରୁନି ୧୬ ଟାୱାର ଏଭଳି ପରିସ୍ଥିତିରେ ତଦନ୍ତ ଧିରେ ଧିରେ ବାଟବଣା ହେଉଥିବା ଅଭିଯୋଗ ହେଉଛି ।
ଏପରିକି ପୁଲିସର ତଦନ୍ତ ପ୍ରକ୍ରିୟା ସାମାନ୍ୟ ମାତ୍ର ଆଗକୁ ଯାଇନଥିବା ସୂଚନାରୁ ଜଣାପଡିଛି ।
ରାୟଗଡା ଥାନାର ପୂର୍ବତନ ଆଇଆଇସି ପ୍ରସନ୍ନ କୁମାର ବେହେରା ବର୍ତ୍ତମାନ ସାଇବର ସେଲରେ କାର୍ଯ୍ୟରତ ନୂତନ ଆଇଆଇସି ଅନ୍ୟାନ୍ୟ କାର୍ଯ୍ୟ ଚାପରୁ ମୁକ୍ତ ହୋଇପାରୁନାହାନ୍ତି ।ଏଭଳି ପରିସ୍ଥିତିରେ ପ୍ରଶାସନ ଏବଂ ପୁଲିସ୍ ସରକାରକା ମାଲ ଦରିଆ ମେ ଡାଲ୍ ନ୍ୟାୟରେ ଚୁପ୍ ପଡି ବସିଥିବା ଆଲୋଚନା ହୋଇଛି ।
ପୂର୍ବରୁ ରାୟଗଡା ବିଧାୟକ ଆପଲାସ୍ବାମି କାଡ୍ରାକା ଅଭିଯୋଗ କରି କହିଥିଲେ ଯେ ଅର୍ଥ ବିଭାଗର ନିୟମ ଅନୁଯାୟୀ ଆଉଟସୋର୍ସିଂ କର୍ମଚାରୀମାନେ କେବଳ ଡାଟା ଏଣ୍ଟ୍ରି, କମ୍ପ୍ୟୁଟରୀକରଣ, ରେକର୍ଡ ସଂରକ୍ଷଣ ଓ ଫାଇଲ ପରିଚାଳନା ଭଳି ସହାୟକ କାର୍ଯ୍ୟ କରିପାରିବେ।
ସରକାରୀ ଅର୍ଥ କାରବାର, ଆର୍ଥିକ ଅନୁମୋଦନ, କ୍ୟାସବୁକ ପରିଚାଳନା କିମ୍ବା ଚୂଡ଼ାନ୍ତ ନିଷ୍ପତ୍ତି ନେବା ଭଳି ଦାୟିତ୍ୱ ସେମାନଙ୍କୁ ସ୍ଥାୟୀ ଭାବେ ଦେବା ପାଇଁ କୌଣସି ବିଧାନ ନାହିଁ।
ଆହୁରି ପଢନ୍ତୁ :Lakhmanananda saraswati: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ସମ୍ବଲପୁର ସାଂସଦ ତେବେ ଗତ ପାଞ୍ଚ ବର୍ଷ ଧରି ବିନୟ ହରିଜନଙ୍କ ହାତରେ ଅନଲାଇନ ବ୍ୟାଙ୍କିଙ୍ଗ, ୟୁଜର ଆଇଡି, ପାସୱାର୍ଡ ଏବଂ କେସିଅର ଭଳି ଦାୟିତ୍ୱ କିଏ ଦେଇଥିଲେ।
କେଉଁ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ବ୍ୟବସ୍ଥା ଚାଲିଥିଲା।
ଏହା ପଛରେ କାହାର ସ୍ୱାର୍ଥ ଥିଲା କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଶ୍ରୀ କାଡ୍ରାକା ।
ସେ ଆହୁରି କହିଛନ୍ତି ଏତେ ବର୍ଷ ଧରି ଏଭଳି ବ୍ୟବସ୍ଥା ଚାଲିଥିବା ସତ୍ତ୍ୱେ କୌଣସି ଅଧିକାରୀଙ୍କ ନଜରକୁ ନ ଆସିବା ବିଶ୍ୱାସଯୋଗ୍ୟ ନୁହେଁ।
ଏହା ଅବହେଳା ନା ଜାଣିଶୁଣି ନିରବ ସମର୍ଥନ ତାହାର ମଧ୍ୟ ତଦନ୍ତ ହେବା ଦରକାର ବୋଲି ବିଧାୟକ ଶ୍ରୀ କାଡ୍ରାକା ଦାବି କରିଛନ୍ତି।
ଟଙ୍କା ଟ୍ରାନ୍ସଫର କରିବାର ଦୀର୍ଘ ୪୧ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଜଣକ ଫେରାର ଅଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି।
ତେବେ ଗତ ଜୁଲାଇ ୧୦ ତାରିଖରେ ଏହି ଘଟଣା ପଦାକୁ ଆସିଥିଲା।
ପ୍ରଥମେ ମାତ୍ର ୧୦ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା କୁହାଯାଉଥିବା ବେଳେ ପରେ ଏହା ୧ କୋଟି ୯ ଲକ୍ଷ ବୋଲି ସ୍ପଷ୍ଟ ହୋଇଥିଲା।
ଆହୁରି ପଢନ୍ତୁ :Kidney Chain: ଧର୍ମର ସୀମା ଡେଇଁ ଜିତିଲା ମାନବିକତା: କିଡନୀ ଚେନ୍ ଜରିଆରେ ୪ ପରିବାର ଦେଲେ ୪ ଜଣଙ୍କୁ ନୂଆ ଜୀବନ ଘଟଣାର ୮ ଦିନ ପରେ ଅର୍ଥାତ୍ ୧୮ ତାରିଖରେ ଡୁଡା କାର୍ଯ୍ୟାଳୟ ପକ୍ଷରୁ ରାୟଗଡ଼ା ଥାନାରେ ଏତଲା ଦିଆଯାଇଥିଲା।
ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୨୭୫/୨୬ ରେ ଏକ ଅପରାଧିକ ମାମଲା ରୁଜୁ କରିଛି ଡୁଡା ଅଫିସରୁ ମାମଲା ସମ୍ପର୍କିତ ଅନେକ ନଥିପତ୍ର ଜବତ କରିଥିଲା ।
ଏନେଇ ଜିଲ୍ଳା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ଖେମୁଣ୍ଡୁ କହିଛନ୍ତି ଯେ ପ୍ରଶାସନ ତରଫରୁ ପୁଲିସରେ ମାମଲା ରୁଜୁ ହୋଇଛି।
ପୁଲିସ ଏବେ ଯାହା ପଦକ୍ଷେପ ଗ୍ରହଣ କରିବ।
ଅତିରିକ୍ତ ଏସପି ସତ୍ୟ କୁମାର ନନ୍ଦ କହିଛନ୍ତି ଯେ, ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି।
ଅର୍ଥ ଅନିୟମିତତା ଘଟଣାର ସମସ୍ତ ଦିଗକୁ ଦୃଷ୍ଟି ଦେଇ ତଦନ୍ତ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
