Podampeta: ପୋଡ଼ମପେଟାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା: ସିଲ୍ କଲା ପ୍ରଶାସନ, ପର୍ଯ୍ୟଟକଙ୍କୁ ମନା

ଛତ୍ରପୁର/ହୁମ୍ମା: ସମୁଦ୍ର କୂଳ ଖାଇ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନ କଣ୍ଟିଆଗଡ଼, ଖଟୁଆକୁଦା, ନୀଳାଦ୍ରିପୁର ସମେତ ପାଳିବନ୍ଧ ଓ ସାନରାମଚନ୍ଦ୍ରପୁର ପଞ୍ଚାୟତର ଅନେକ ଉପକୂଳବର୍ତ୍ତୀ ଗାଁ ଏବେ ବିପଦମୁହଁରେ। ଏହି ଅଞ୍ଚଳଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହେବା ସହ ଜନବସତି, ଚାଷଜମି ଓ ଜୀବନଜୀବିକା ଉପରେ ସଙ୍କଟ ସୃଷ୍ଟି ହୋଇଛି। ଏନେଇ ଗତକାଲି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତ୍ୱରିତ ହସ୍ତକ୍ଷେପ ଲୋଡ଼ିଥିଲେ। ଆଜି ବିଧାୟକଙ୍କ ଉପସ୍ଥିତିରେ, ଜିଲ୍ଲାପାଳ, ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଛି। ବୈଠକ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ଜେସିବି ସହାୟତାରେ ବିପଦପୂର୍ଣ୍ଣ ସ୍ଥାନକୁ ସିଲ୍ କରିଥିବା ବେଳେ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଉକ୍ତ ଅଞ୍ଚଳକୁ ନ ଯିବା ପାଇଁ ସତର୍କ କରାଯାଇଛି।
Earthquake: ଭେନେଜୁଏଲାରେ ଯୁଗଳ ଭୂକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ୁଛି
ନିଷିଦ୍ଧାଞ୍ଚଳ ଘୋଷଣା ବଦଳରେ ସ୍ଥାୟୀ ସମାଧାନ ଦାବି
ଏକ ପ୍ରତିନିଧିଦଳ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ବାସ୍ତବ ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ
ପରାମର୍ଶ ଦେଇଛନ୍ତି। ସେହିପରି ସମୁଦ୍ର କୂଳ କ୍ଷୟର କାରଣ ଓ ସ୍ଥାୟୀ ପ୍ରତିକାର ପାଇଁ ଡିପିଆର୍ ପ୍ରସ୍ତୁତ କରି ଶୀଘ୍ର ଦାଖଲ କରିବାକୁ ଜଳସମ୍ପଦ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘି ସ୍ଥଳଭାଗ ସମୁଦ୍ରରେ ଲୀନ ହେଉଥିବାରୁ ପୋଡ଼ମପେଟାର ସମସ୍ତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ପୂର୍ବରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଆଖପାଖ ଗାଁଗୁଡ଼ିକ ପାଇଁ ନୂଆ ବିପଦ ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଉପକୂଳ ସୁରକ୍ଷା ବ୍ୟବସ୍ଥା କରାନଗଲେ ସ୍ଥିତି ଆହୁରି ଭୟଙ୍କର ହେବ। ତେଣୁ ସରକାରଙ୍କ ତ୍ୱରିତ ହସ୍ତକ୍ଷେପ ହିଁ ଏବେ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ଶେଷ ଭରସା ପାଲଟିଛି।
Climate Panchayat: ପରିବେଶ ସୁରକ୍ଷା ପାଇଁ ଆହ୍ବାନ
ଅନ୍ୟପଟେ କେବଳ ନିଷିଦ୍ଧାଞ୍ଚଳ ଘୋଷଣା ନେଇ ଜିଲ୍ଲାପାଳଙ୍କ ତରବରିଆ ପଦକ୍ଷେପକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ଜାହିର କରିଛନ୍ତି। ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳ ବୈଠକ ଡାକି ପ୍ରଥମେ ପ୍ରତିଶ୍ରୁତି ଦେଲେ ଏବଂ ପରେ ସେଠାକୁ ଯିବାକୁ ଥିବା ରାସ୍ତା ଖୋଳିଦେଇ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ। ଗତ କିଛିଦିନ ହେବ ସମୁଦ୍ରର ଅସ୍ୱାଭାବିକ ଉଚ୍ଚ ଜୁଆରର ପ୍ରଖର ସ୍ରୋତ ସିଧାସଳଖ ଗାଁ’ ମଧ୍ୟକୁ ମାଡ଼ି ଆସୁଛି। ଏନେଇ ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ନନେବେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତବନୀ ଦେଇଛନ୍ତି।