Crime: ରାତିରେ ୨ ଯୁବକଙ୍କୁ ଗୋଡ଼େଇ ହାଣିଲେ: ଜେଲ୍‌ରୁ ବାହାରି ଦୁଇଦିନ ହେଲା ଆତଙ୍କ ଚଳାଇଛନ୍ତି

Jul 04, 2026 - 02:32
Crime: ରାତିରେ ୨ ଯୁବକଙ୍କୁ ଗୋଡ଼େଇ ହାଣିଲେ: ଜେଲ୍‌ରୁ ବାହାରି ଦୁଇଦିନ ହେଲା ଆତଙ୍କ ଚଳାଇଛନ୍ତି

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ଅଧୀନ ବୁଦ୍ଧବିହାର ଅଞ୍ଚଳରେ ଆଜି ବିଳମ୍ବିତ ରାତିରେ ଦୁଇଜଣ ଯୁବକଙ୍କୁ ଏକାଧିକ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି। ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଓ ଜୋନ୍ ଏସିପି ଦୁଇଟି ପିସିଆର୍‌ ଭ୍ୟାନ୍‌ ସହ ବୁଦ୍ଧବିହାରରେ ପହଞ୍ଚି କିଛି ଯୁବକଙ୍କୁ କାବୁ କରିଛନ୍ତି। ଗତକାଲି ବୁଦ୍ଧବିହାରରେ ସ୍ଥାନୀୟ ବସ୍ତି ଅଞ୍ଚଳର କେତେକ ଯୁବକ ହାତରେ ଖଣ୍ଡା, କଟୁରି ଓ ଭୁଜାଲି ଧରି ରାସ୍ତାରେ ଆତଙ୍କ ସୃଷ୍ଟି କରିଥିଲେ। ଆଜି ସେହି ଯୁବକମାନେ ବିଳମ୍ବିତ ରାତିରେ ବୁଦ୍ଧବିହାରରେ ପହଞ୍ଚି ସେଠାରେ ରହୁଥିବା ଗୌରାଙ୍ଗ ଦାସଙ୍କ ପୁଅ ଶୁଭମ୍ ସ୍ବରାଜଙ୍କୁ ଆକ୍ରମଣ କରିଛନ୍ତି। ସେହିଭଳି ଈଶାନେଶ୍ବର ବସ୍ତିର ଚନ୍ଦନ ନାୟକ ନାମକ ଜଣେ ଯୁବକର ପିଠିକୁ ଚୋଟ ମାରି ଗୁରୁତର କରିଦେଇଛନ୍ତି। ପୁଲିସ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ସୂଚନା ଅନୁଯାୟୀ ଆକ୍ରମଣ କରିଥିବା ଯୁବକମାନେ ସରସ୍ବତୀ ପୂଜାବେଳେ ବସ୍ତିରେ ଗଣ୍ଡଗୋଳ କରି ଜେଲ୍‌ ଯାଇଥିଲେ। ନିକଟରେ ସେମାନେ ଜାମିନରେ ଜେଲ୍‌ରୁ ମୁକୁଳିଛନ୍ତି। ସେହି ପୂଜା ଗଣ୍ଡଗୋଳର ପ୍ରତିଶୋଧ ନେବାକୁ ଯାଇ ଗତକାଲି ଅଭିଯୁକ୍ତମାନେ ନିଜ ଗ୍ୟାଙ୍ଗ ସହ ମିଶି ରାସ୍ତାରେ ହତିଆର ଧରି ଆତଙ୍କ ସୃଷ୍ଟି କରିଥିଲେ। ସ୍ଥାନୀୟ ଲୋକେ ପୁଲିସରେ ସୂଚନା ଦେବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଆଜି ରାତିରେ ଅଭିଯୁକ୍ତମାନେ ବୁଦ୍ଧବିହାର ଗେଟ୍ ନିକଟରେ ଛକି ଶୁଭମ୍‌ ଓ ଚନ୍ଦନ ନାୟକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପରେ ଦୁର୍ବୃତ୍ତମାନେ ବସ୍ତିରେ ଖଣ୍ଡା ଓ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିବା ପରେ ଫେରାର ହୋଇ ଯାଇଥିଲେ। କିଛି ଦେଖଣାହାରୀଙ୍କ କହିବା ଅନୁଯାୟୀ ପ୍ରାୟ ୫୦ ଜଣ ଯୁବକ ବିଳମ୍ବିତ ରାତିରେ ବସ୍ତିରେ ପଶି ଆତଙ୍କ ସୃଷ୍ଟି କରିଥିଲେ।

Crime in bhubanswer: ରାଜଧାନୀରେ କଥା କଥାକେ ବୁଲୁଛି ଖଣ୍ଡା: ସପ୍ତାହକରେ ୨୫ରୁ ଅଧିକଙ୍କୁ ହାଣିଲେଣି, ମୁଣ୍ଡ ଟେକୁଛନ୍ତି ଗ୍ୟାଙ୍ଗ ଅପରାଧ