Pmsvanidi: ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬: 'ଫାଷ୍ଟେଷ୍ଟ ମୁଭର୍' ବର୍ଗରେ ଓଡ଼ିଶା ସମ୍ମାନିତ

Nov 21, 2026 - 09:29
Pmsvanidi: ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬: 'ଫାଷ୍ଟେଷ୍ଟ ମୁଭର୍' ବର୍ଗରେ ଓଡ଼ିଶା ସମ୍ମାନିତ

ନୂଆଦିଲ୍ଲୀ / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (PM SVANidhi) ଯୋଜନାର ଦ୍ରୁତ କାର୍ଯ୍ୟକାରିତା ପାଇଁ 'ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬'ର 'ବେଷ୍ଟ ପରଫର୍ମିଂ – ଫାଷ୍ଟେଷ୍ଟ ମୁଭର୍' (Best Performing – Fastest Mover) ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ସମ୍ମାନିତ ହୋଇଛି।

Advertisment ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖାନ ସାହୁଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୁଶାନ୍ତ ସିଂହ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଚଳିତ ବର୍ଷ ଏହି ପୁରସ୍କାର ସମାରୋହର ବିଷୟବସ୍ତୁ (ଥିମ୍) "ଫ୍ରମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଟୁ ଷ୍ଟ୍ରିଟ୍ ୱଣ୍ଡର୍ସ" (From Street Vendors to Street Wonders) ରଖାଯାଇଥିଲା।

୧ ସେପ୍ଟେମ୍ବର ୨୦୨୫ରୁ ୩୧ ଅଗଷ୍ଟ ୨୦୨୬ ମଧ୍ୟରେ ଉଠାଦୋକାନୀମାନଙ୍କୁ ବିନା ବନ୍ଧକରେ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ, ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଏବଂ ଉଠାଦୋକାନୀ ପରିବାରଗୁଡ଼ିକୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତିକୁ ଭିତ୍ତି କରି ଏହି ସ୍ୱୀକୃତି ମିଳିଛି।

ଆହୁରି ପଢନ୍ତୁ: Earthquake: ପେରୁରେ ୬.୮ ତୀବ୍ରତାଯୁକ୍ତ ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଶଙ୍କା ନାହିଁ ଉଠାଦୋକାନୀମାନଙ୍କୁ "ଷ୍ଟ୍ରିଟ୍ ୱଣ୍ଡର୍ସ" ଭାବେ ଅଭିହିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ସେମାନଙ୍କର ଉଦ୍ୟୋଗୀ ମନୋଭାବ ଏବଂ ଦୃଢ଼ତାର ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ପ୍ରତ୍ୟେକ ଯୋଗ୍ୟ ଉଠାଦୋକାନୀଙ୍କ ନିକଟରେ ପିଏମ୍ ସ୍ୱନିଧି ଯୋଜନା ପହଞ୍ଚିଲେ ହିଁ 'ଅନ୍ତ୍ୟୋଦୟ'ର ସ୍ୱପ୍ନ ସାକାର ହେବ ଏବଂ ଏହା 'ବିକଶିତ ଭାରତ @୨୦୪୭' ଗଠନରେ ସହାୟକ ହେବ।

କେନ୍ଦ୍ର, ରାଜ୍ୟ, ବ୍ୟାଙ୍କ ଏବଂ ପୌରସଂସ୍ଥାଗୁଡ଼ିକର ମିଳିତ ପ୍ରୟାସ ଉପରେ ହିଁ ଏହି ଯୋଜନାର ସଫଳତା ନିର୍ଭର କରେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୧ ଜୁନ୍ ୨୦୨୦ରେ ଏହି ଯୋଜନାର ଶୁଭାରମ୍ଭ ହେବା ପରଠାରୁ ଦେଶର ପ୍ରାୟ ୮୧ ଲକ୍ଷ ଉଠାଦୋକାନୀ ପ୍ରାୟ ୨୦,୦୦୦ କୋଟି ଟଙ୍କା ମୂଲ୍ୟର ୧.୨୧ କୋଟିରୁ ଅଧିକ ଋଣ ପାଇସାରିଛନ୍ତି।

ଯୋଜନାର ପୁନର୍ଗଠନ ପରବର୍ତ୍ତୀ ପ୍ରଥମ ବର୍ଷରେ ୧୦.୬ ଲକ୍ଷ ନୂତନ ହିତାଧିକାରୀଙ୍କ ସମେତ ପ୍ରାୟ ୨୨ ଲକ୍ଷ ଋଣ ବାବଦକୁ ୬,୨୯୪ କୋଟି ଟଙ୍କା ବଣ୍ଟନ କରାଯାଇଛି।

ବର୍ତ୍ତମାନ ଯୋଗ୍ୟ ଉଠାଦୋକାନୀମାନେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମା ବିଶିଷ୍ଟ ୟୁପିଆଇ-ଲିଙ୍କ୍ଡ୍ ରୁପେ କ୍ରେଡିଟ୍ କାର୍ଡ (UPI-linked RuPay Credit Card) ମଧ୍ୟ ପାଇପାରିବେ।

୨୦୨୬ ପୁରସ୍କାର ସମାରୋହରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ, ପୌରସଂସ୍ଥା, ଋଣ ପ୍ରଦାନକାରୀ ସଂସ୍ଥା ଏବଂ ସହଯୋଗୀ ସଂଗଠନଗୁଡ଼ିକୁ ମୋଟ ୫୨ଟି ପୁରସ୍କାର ଏବଂ ୫ଟି ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)