PM Narendra Modi: ଯେଉଁମାନେ ବିଶ୍ବାସ କଲେ ସେମାନେ ଆଜି ଲାଭ ପାଇଲେ: ‌ମୋଦୀ

Nov 22, 2026 - 19:02
PM Narendra Modi: ଯେଉଁମାନେ ବିଶ୍ବାସ କଲେ ସେମାନେ ଆଜି ଲାଭ ପାଇଲେ: ‌ମୋଦୀ

ଲକ୍ଷ୍ନୌ: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଘଟିଛି।

ରୁପା ଦର ଏହାର ସର୍ବକାଳୀନ ଉଚ୍ଚ ସ୍ତରରୁ ପ୍ରାୟ ୬୩ ପ୍ରତିଶତ ଶସ୍ତା ହୋଇଯାଇଛି, ଅନ୍ୟପକ୍ଷରେ ସୁନା ଦର ମଧ୍ୟ ଯଥେଷ୍ଟ କମି ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୬୯,୦୦୦ ଟଙ୍କାକୁ ଖସି ଆସିଛି।

ସୁନା ଓ ରୂପା ଦରରେ ଏହି ହ୍ରାସ ପଛରେ ଅନେକ କାରଣ ରହିଛି।

Advertisment ଶନିବାର ଲକ୍ଷ୍ନୌରେ ଆୟୋଜିତ ପଞ୍ଚମ 'କୌଶଳ ଦୀକ୍ଷାନ୍ତ ସମାରୋହ' କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସୁନା-ରୁପା ଦର ହ୍ରାସ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ମୋଦୀ କହିଛନ୍ତି, ଯେ, ଗୋଟିଏ ବର୍ଷ ପୂର୍ବେ ସେ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ଯେ, ଯଦି ଅତ୍ୟନ୍ତ ଆବଶ୍ୟକ ନ ହୁଏ, ତେବେ ସୁନା କିଣିବାରୁ ନିବୃତ୍ତ ରୁହନ୍ତୁ।

ସେ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ, ଲୋକମାନେ ତାଙ୍କ ପରାମର୍ଶକୁ ଗ୍ରହଣ କଲେ, ଯାହା ଫଳରେ ସୁନା କିଣାକିଣି କମିଗଲା ଏବଂ ଫଳସ୍ୱରୂପ ଏହାର ଦର ମଧ୍ୟ ହ୍ରାସ ପାଇଲା।ଲୋକମାନେ ମୋ କଥା ଶୁଣିଲେ; ଏବେ ସେମାନେ କହୁଛନ୍ତି, "ଆମ ଟଙ୍କା ସଞ୍ଚୟ ହୋଇଗଲା''।

୨୦୨୩ ମସିହାରେ ସେ ସଂସଦରେ ଲୋକମାନଙ୍କୁ ଭାରତ ସରକାରଙ୍କ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ଦ୍ୱାରା ଜାରି କରାଯାଇଥିବା ବଣ୍ଡ୍‌ରେ ନିବେଶ କରିବାକୁ ପରାମର୍ଶ ଦେଇଥିଲେ।

ସେତେବେଳେ ତାଙ୍କର ଏହି ପରାମର୍ଶକୁ ନେଇ ତାଙ୍କୁ ଉପହାସ କରାଯାଇଥିଲା; କିନ୍ତୁ ସେ କହିଲେ ଯେ, ଯେଉଁମାନେ ସେତେବେଳେ ନିବେଶ କରିଥିଲେ, ସେମାନେ ଲାଭବାନ ହୋଇଛନ୍ତି।' ଅନାବଶ୍ୟକ ଭାବେ ସୁନା ନ କିଣିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତୀତରେ ଦେଇଥିବା ପରାମର୍ଶକୁ ପ୍ରଶଂସା କରିଛି ବ୍ୟବସାୟୀ ସଂଘ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ)।

ଏହି ପରାମର୍ଶ ଯୋଗୁଁ ଦେଶର ଲକ୍ଷ ଲକ୍ଷ ଗହଣା ବ୍ୟବସାୟୀ, ଛୋଟ ବ୍ୟବସାୟୀ ଓ ନିବେଶକ ବଡ଼ ଆର୍ଥିକ କ୍ଷତିରୁ ରକ୍ଷା ପାଇଥିବା ସଂଘ ଦାବି କରିଛି।

ଏଥିପାଇଁ ଆଜି ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଧନ୍ୟବାଦପତ୍ର ଲେଖାଯାଇଛି।

ସିଟିଆଇର ଚିଠି ଅନୁସାରେ, ପ୍ରଧାନମନ୍ତ୍ରୀ ସୁନା କିଣାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେବା ସମୟରେ କିଲୋ ପିଛା ସୁନା ଦାମ୍ ପ୍ରାୟ ୧ କୋଟି ୯୦ ଲକ୍ଷ ଟଙ୍କା ଥିଲା।

ଏବେ ଏହା ୧ କୋଟି ୨୫ ଲକ୍ଷ ଟଙ୍କାକୁ ଖସିଆସିଛି।

ଅର୍ଥାତ୍ କିଲୋ ପିଛା ୬୫ ଲକ୍ଷ ଟଙ୍କା ହ୍ରାସ ପାଇଛି।

ସିଟିଆଇ କହିଛି, ଯଦି ବ୍ୟବସାୟୀମାନେ ସେତେବେଳେ ଅଧିକ ଦାମ୍‌ରେ ସୁନା କିଣି ମହଜୁଦ ରଖିଥାନ୍ତେ, ତେବେ ଏବେ ସେମାନଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥାନ୍ତା।

ବିଶେଷକରି ଅନେକ ମାସର ସୁନା ମହଜୁଦ ରଖୁଥିବା ଗହଣା ବ୍ୟବସାୟୀମାନେ ଋଣଗ୍ରସ୍ତ ହୋଇପଡ଼ିଥାନ୍ତେ।

ଏହା ସହିତ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ସୁନା କାରବାର କରୁଥିବା ଛୋଟ ବ୍ୟବସାୟୀ ଏବଂ ସେୟାର ବଜାରର ନିବେଶକମାନେ ମଧ୍ୟ ସମ୍ଭାବ୍ୟ କ୍ଷତିରୁ ରକ୍ଷା ପାଇଥିବା ସିଟିଆଇ କହିଛି।

ଅନ୍ୟପକ୍ଷରେ, ସୁନା ଦାମ୍ ହ୍ରାସ ଯୋଗୁଁ ବିବାହ ଋତୁରେ ସାଧାରଣ ପରିବାର ମଧ୍ୟ ଲାଭବାନ ହେଉଛନ୍ତି।

ଚଳିତ ବିବାହ ଋତୁରେ ପ୍ରାୟ ୫୨ ଲକ୍ଷ ବିବାହ ହେବାକୁ ଥିବାରୁ କମ୍ ଦାମ୍‌ରେ ସୁନା କିଣିବାର ସୁଯୋଗ ମିଳୁଛି ବୋଲି ସଂଘ କହିଛି।

ଗତକାଲି ଲକ୍ଷ୍ନୌଠାରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଦେବା ସମୟରେ ଲୋକଙ୍କୁ ବର୍ଷକ ପାଇଁ ସୁନା ନ କିଣିବାକୁ ଦେଇଥିବା ପରାମର୍ଶ କଥା ମନେ ପକାଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ସପ୍ତାହରେ ଗୋଟିଏ ବକ୍ତ ନଖାଇବା ପାଇଁ ଦେଇଥିବା ପରାମର୍ଶକୁ ଲୋକମାନେ ଯେଭଳି ମାନିଥିଲେ ମୋ ଭଳି ଜଣେ ସାଧାରଣ ଲୋକ କରିଥିବା ଆବେଦନକୁ ମଧ୍ୟ ମାନି କମ୍‌ ସୁନା କିଣିଛନ୍ତି।

ଏହା ପରେ ସୁନା ଦର କମିଛି।

ଲୋକମାନେ ଏବେ ‌ମୋତେ କହୁଛନ୍ତି, ମୋଦୀଜୀ ଆପଣ କହିଥିଲେ।

ଆମେ ଆପଣଙ୍କ ଉପଦେଶ ଶୁଣିବାରୁ ଆମର ଅର୍ଥ ସଞ୍ଚୟ ହୋଇଛି।

ମୋଦୀଙ୍କ ଭାଷଣର ପରଦିନ ସିଟିଆଇ ପକ୍ଷରୁ ଆଜି ଏହି ଚିଠି ଲେଖାଯାଇଛି।

ଚିଠିରେ ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ, ସାଧାରଣ ସମ୍ପାଦକ ରମେଶ ଆହୁଜା, ଗୁରମିତ ଅରୋରା, ବରିଷ୍ଠ ଉପସଭାପତି ଦୀପକ ଗର୍ଗ, ପୃଷ୍ଠପୋଷକ ସୁରେଶ ଅଗରୱାଲ, ଆବାହକ ପ୍ରିୟଙ୍କା ସାକସେନା ଓ ଅନ୍ୟ ପଦାଧିକାରୀମାନଙ୍କ ଦସ୍ତଖତ ରହିଛି।

ପ୍ରକାଶଥାଉକି, ପଶ୍ଚିମ ଏସିଆ ସଂଘର୍ଷ ଓ ଅଶୋଧିତ ତୈଳ ଦାମ୍ ବୃଦ୍ଧି ଯୋଗୁଁ ବୈଦେଶିକ ମୁଦ୍ରା ଉପରେ ଚାପକୁ ଦୃଷ୍ଟିରେ ରଖି ମୋଦୀ ସୁନା କିଣା କମାଇବା ସହ ବିଦେଶ ଯାତ୍ରା ହ୍ରାସ ଓ ଇନ୍ଧନ ସଞ୍ଚୟ ଭଳି ପରାମର୍ଶ ଚଳିତ ବର୍ଷ ମେ' ୧୦ ତାରିଖରେ ଦେଶବାସୀଙ୍କୁ ଦେଇଥିଲେ।

Lucknow, Uttar Pradesh: At the Kaushal Deekshant Samaroh, PM Narendra Modi says, "Today you must have seen—a big discussion is going on in the media, on social media.

And in that discussion, everyone is saying today that Modi ji had said in Parliament in 2023 that you invest… pic.twitter.com/GbX66KomLv — IANS (@ians_india) November 21, 2026 ମୂଲ୍ୟବାନ ଧାତୁ ଦରରେ ଲଗାତାର ହ୍ରାସ ଉ‌ଲ୍ଲେଖଯୋଗ୍ୟ,ଦେଶରେ ଉଭୟ ମୂଲ୍ୟବାନ ଧାତୁର ଦରରେ ଲଗାତାର ହ୍ରାସ ଦେଖାଦେଇଛି।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ଠାରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ ସୁନା ଓ ରୁପାର ଦର ଖସିଛି।ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ଠାରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ ସୁନା ଓ ରୁପାର ଦର ଖସିଛି।

ରିପୋର୍ଟ ଅନୁସାରେ, ରୁପା ନିଜର ସର୍ବୋଚ୍ଚ ଦରଠାରୁ କିଲୋ ପିଛା ୨.୭୧ ଲକ୍ଷ ଟଙ୍କାରୁ ଅଧିକ ଶସ୍ତା ହୋଇଥିବା ବେଳେ ୧୦ ଗ୍ରାମ ସୁନା ଦର ୭୨ ହଜାର ଟଙ୍କାରୁ ଅଧିକ କମିଛି।

ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳବିଶିଷ୍ଟ ରାଜସ୍ୱଭବନ; ଖର୍ଚ୍ଚ ହେବ ପ୍ରାୟ ୩୪୮ କୋଟି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)