PM Modi Speech: ଲାଲକିଲ୍ଲାରେ ମୋଦୀଙ୍କ ସମ୍ବୋଧନ: କହିଲେ, ୨୦୪୭ରେ ବିକଶିତ ଭାରତ ସ୍ବପ୍ନ ପୂରଣ ହେବ
"ନୂଆଦିଲ୍ଲୀ: ଦେଶ ଆଜି ଗର୍ବ, ଉତ୍ସାହ ଓ ଦେଶଭକ୍ତିର ଭାବନା ସହ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ।
ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ଜାତୀୟ ପତାକାକୁ ସଲାମୀ ଦେଇଛନ୍ତି।
ଏହା ପରେ ସେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।Advertisment ଏହି ଐତିହାସିକ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।
ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ସ୍ୱାଗତ କରିଥିଲେ।
ପ୍ରଥମଥର ଲାଲକିଲ୍ଲାରେ ଗୁଞ୍ଜିଲା "ବନ୍ଦେ ମାତରମ୍"ଚଳିତ ବର୍ଷର ସ୍ୱାଧୀନତା ଦିବସ ସମାରୋହର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଲାଲକିଲ୍ଲାରେ ପ୍ରଥମଥର "ବନ୍ଦେ ମାତରମ୍"ର ସାମୂହିକ ଗାନ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମଥର ଲାଲକିଲ୍ଲାରେ "ବନ୍ଦେ ମାତରମ୍" ଗୁଞ୍ଜିଛି। "ବନ୍ଦେ ମାତରମ୍"ର ୧୫୦ ବର୍ଷ ପାଳନ ହେଉଥିବା ସମୟରେ ଏହାଠାରୁ ଉତ୍ତମ ଅବସର ଆଉ କ"ଣ ହୋଇପାରେ ବୋଲି ସେ କହିଛନ୍ତି।
ବନ୍ୟା ଓ ଭୂସ୍ଖଳନ ପୀଡ଼ିତଙ୍କ ସହ ପୂରା ଦେଶଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଅଞ୍ଚଳରେ ନିକଟରେ ହୋଇଥିବା ବନ୍ୟା ଓ ଭୂସ୍ଖଳନକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ଏହା ଯୋଗୁଁ ଅନେକ ପରିବାର ପ୍ରଭାବିତ ହୋଇଥିବା ଉଲ୍ଲେଖ କରି ସେ ପୀଡ଼ିତ ପରିବାରଗୁଡ଼ିକୁ ଭରସା ଦେଇଥିଲେ ଯେ ସରକାର ଓ ସମଗ୍ର ଦେଶ ସେମାନଙ୍କ ସହ ଛିଡ଼ା ହୋଇଛି। "ବଡ଼ ସ୍ୱପ୍ନ" ଦେଖିବାକୁ ଦେଶବାସୀଙ୍କୁ ଆହ୍ୱାନପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ରାଷ୍ଟ୍ର ନିଜର ସ୍ୱପ୍ନ, ସଂକଳ୍ପ ଓ ସାମର୍ଥ୍ୟ ଆଧାରରେ ଆଗକୁ ବଢ଼ିଲେ ହିଁ ମହାନ ହୁଏ।
ଭାରତ ଏବେ ଛୋଟ ସ୍ୱପ୍ନ ନେଇ ଆଗକୁ ବଢ଼ିବ ନାହିଁ।
ବଡ଼ ସ୍ୱପ୍ନ ଆମ ଚିନ୍ତାଧାରାକୁ ବିସ୍ତାର କରେ ଏବଂ ଦୃଢ଼ ସଂକଳ୍ପ ଆମକୁ କଠିନ ପରିସ୍ଥିତିରୁ ବାହାରିବାର ସାମର୍ଥ୍ୟ ଦିଏ।ସେ କହିଥିଲେ ଯେ ସ୍ୱପ୍ନ ଯେତେ ଉଚ୍ଚ ହେବ, ଦେଶର ସାମର୍ଥ୍ୟର ସୀମା ମଧ୍ୟ ସେତେ ବଢ଼ିବ।
ତେଣୁ ଦେଶବାସୀଙ୍କ ସଂକଳ୍ପ ଓ ଲକ୍ଷ୍ୟ ମଧ୍ୟ ଉଚ୍ଚ ହେବା ଆବଶ୍ୟକ।
Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ "ହର ଘର ତ୍ରିରଙ୍ଗା", "ହର ମନ ତ୍ରିରଙ୍ଗା"ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନନ୍ତି, “ଆଜି ପ୍ରତ୍ୟେକ ହୃଦୟର ସ୍ପନ୍ଦନ "ବନ୍ଦେ ମାତରମ୍"ର ନାଦରେ ଗୁଞ୍ଜରିତ।” ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଏବଂ ପ୍ରତ୍ୟେକ ମନରେ ତ୍ରିରଙ୍ଗାର ଭାବନା ରହିଛି ବୋଲି ସେ କହିଥିଲେ।ନୂଆ ସଂକଳ୍ପ ଓ ଉତ୍ସାହ ସହ ଭାରତ ଆଗକୁ ବଢ଼ୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ।
ଲାଲକିଲ୍ଲାରେ କଡ଼ା ସୁରକ୍ଷାସ୍ୱାଧୀନତା ଦିବସ ସମାରୋହକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ, ବିଶେଷକରି ଲାଲକିଲ୍ଲା ପରିସରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଐତିହାସିକ ଲାଲକିଲ୍ଲା ଆଜି ତ୍ରିରଙ୍ଗାର ରଙ୍ଗରେ ରଙ୍ଗିତ ହୋଇଥିବା ବେଳେ ସମଗ୍ର ପରିସରରେ ଉତ୍ସାହ, ଗର୍ବ ଓ ଦେଶଭକ୍ତିର ମାହୋଲ ଦେଖିବାକୁ ମିଳିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
