India Chem 2026: ଦ୍ରୁତ ଗତିରେ ଆଗଉଛି ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା: ମୁଖ୍ୟମନ୍ତ୍ରୀ

Oct 22, 2026 - 18:52
India Chem 2026: ଦ୍ରୁତ ଗତିରେ ଆଗଉଛି ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା: ମୁଖ୍ୟମନ୍ତ୍ରୀ

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇର ବମ୍ବେ ଏକ୍ସିବିସନ୍ ସେଣ୍ଟରଠାରେ 'ଇଣ୍ଡିଆ କେମ୍ ୨୦୨୬'ର ୧୪ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଫିକି (FICCI)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଶିଳ୍ପ ମହାକୁମ୍ଭରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍-ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର କରାଇବାର ସଂକଳ୍ପ ପ୍ରକାଶ କରିଛନ୍ତି।

୨୦୪୦ ସୁଦ୍ଧା ଭାରତର ୧ ଟ୍ରିଲିୟନ୍ ଡଲାରର କେମିକାଲ୍ ଅର୍ଥନୀତି ଲକ୍ଷ୍ୟକୁ ସାକାର କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଏବଂ ସମୃଦ୍ଧ ଓଡ଼ିଶାର ଅଂଶୀଦାର ହେବାକୁ ଆହ୍ୱାନ ଦେଇଛନ୍ତି।

Advertisment କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ଖଣିଭିତ୍ତିକ ଅର୍ଥନୀତିରୁ ଏକ କେମିକାଲ୍-ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର ହେବାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।

ରାଜ୍ୟର ଖଣିଜ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି ଏବଂ ନୂତନ ନିବେଶ ସୁଯୋଗଗୁଡ଼ିକୁ କାମରେ ଲଗାଇ ଏହି ରୂପାନ୍ତରଣ କରାଯିବ ବୋଲି ସେ ମତ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପାରାଦୀପ, ଗୋପାଳପୁର ଏବଂ ଧାମରା ବନ୍ଦର ମାଧ୍ୟମରେ ଓଡ଼ିଶାର ରଣନୈତିକ ସୁବିଧାଗୁଡ଼ିକୁ ଆଲୋକପାତ କରିଥିଲେ, ଯାହାକି ଆଭ୍ୟନ୍ତରୀଣ ଏବଂ ଆନ୍ତର୍ଜାତିକ ବଜାର ସହିତ ସଂଯୋଗ ସ୍ଥାପନ କରିବାରେ ସହାୟକ ହେଉଛି।

ସେ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ (PCPIR), ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ଼ର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଏବଂ ପାରାଦୀପର ପ୍ଲାଷ୍ଟିକ୍ ପାର୍କର ଗୁରୁତ୍ୱକୁ କହି ପଲିମର, ପ୍ୟାକେଜିଂ ଏବଂ ଟେକ୍ନିକାଲ୍ ଟେକ୍ସଟାଇଲ୍ସ କ୍ଷେତ୍ରରେ ଡାଉନ୍‌ଷ୍ଟ୍ରିମ୍ ସୁଯୋଗ ସୃଷ୍ଟି କରୁଛି ବୋଲି କହିଥିଲେ।

ଗୋପାଳପୁରରେ ରେଫ୍ରିଜରେଣ୍ଟ୍ସ, ଫ୍ଲୋରୋକେମିକାଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ତଥା ତାଳଚେର ଏବଂ ଲଖନପୁରରେ କୋଇଲା ଗ୍ୟାସୀକରଣ ଭିତ୍ତିକ ପ୍ରକଳ୍ପଗୁଡ଼ିକରେ ଉତ୍ପନ୍ନ ହେଉଥିବା ନୂତନ ସୁଯୋଗଗୁଡ଼ିକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ଏହି ବିକାଶଗୁଡ଼ିକ ଆଭ୍ୟନ୍ତରୀଣ ଉତ୍ପାଦନକୁ ଦୃଢ଼ କରିବା ଏବଂ ଭାରତର କେମିକାଲ୍ ଓ ପେଟ୍ରୋକେମିକାଲ୍ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଭୂମିକାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିବ ବୋଲି ସେ ମତପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଓଡ଼ିଶାରେ ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି, ଯାହାକି ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କାର ନିବେଶକୁ ପ୍ରତିନିଧିତ୍ୱ କରୁଛି।

ରାଜ୍ୟରେ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ପ୍ରାପ୍ତ ହୋଇଛି, ଯେଉଁଥିରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକକୁ ହାଇ-ଲେଭେଲ୍ କ୍ଲିୟରାନ୍ସ ଅଥରିଟି (HLCA) ଅନୁମୋଦନ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ବିମାନ ବନ୍ଦରରେ ରାଜ୍ୟପାଳ ପଦ ନାମିତ ବ୍ରଜ ମୋହନ ରାମଙ୍କୁ ସ୍ୱାଗତ କରୁଛନ୍ତି ସେ ସେପ୍ଟେମ୍ବର ୨୦୨୬ରେ ୟୁଏଇ ଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀକୁ ମଧ୍ୟ ସ୍ମରଣ କରିଥିଲେ, ଯେଉଁଠାରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା; ଯେଉଁଥିରେ ଆନ୍ତର୍ଜାତିକ ହୋଲ୍ଡିଂ କମ୍ପାନିରୁ ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କା ଅନ୍ତର୍ଭୁକ୍ତ ଥିଲା।

ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅନେକ କେମିକାଲ୍ସ, ପେଟ୍ରୋକେମିକାଲ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସହିତ ଜଡ଼ିତ।

ରାଜ୍ୟର ଶିଳ୍ପ-ଅନୁକୂଳ ମନୋଭାବକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଉପସ୍ଥାପନ କରି ଶ୍ରୀ ମାଝୀ ଓଡ଼ିଶାର ଶିଳ୍ପ ନୀତି ସହାୟତା, ଭିତ୍ତିଭୂମି, ଦକ୍ଷ ଶ୍ରମଶକ୍ତି ଏବଂ ପ୍ରତିଷ୍ଠାନିକ ଇକୋସିଷ୍ଟମକୁ ପ୍ରଶଂସା କରିଥିଲେ।

ଏଥିରେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମାଧ୍ୟମରେ ମିଳୁଥିବା ସହଯୋଗ ମଧ୍ୟ ସାମିଲ ରହିଛି।

ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ.

ମୋହନ ଯାଦବ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)