PM Awas Yojana: ହଟିବ ଗରିବଙ୍କ ଆବାସ ଦୁଃଖ; ୨ ଲକ୍ଷ ୯୧ ହଜାରରୁ ଅଧିକ ପକ୍କା ଘର ବଣ୍ଟନ

Nov 14, 2026 - 19:45
PM Awas Yojana: ହଟିବ ଗରିବଙ୍କ ଆବାସ ଦୁଃଖ; ୨ ଲକ୍ଷ ୯୧ ହଜାରରୁ ଅଧିକ ପକ୍କା ଘର ବଣ୍ଟନ

ହଟିବ ଗରିବ ଗୁରୁବାଙ୍କ ଆବାସ ଦୁଃଖ।

ମୁଣ୍ଡରୁ ଦୂର ହେବ ମୁଣ୍ଡ ଉପରେ ଛାତ ଚିନ୍ତା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ଘର ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ଘର ସ୍ବପ୍ନ ପୂରଣ ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ବଲାଙ୍ଗୀରରୁ କରିଛନ୍ତି ଆବାସ ଯୋଜନାର ଶୁଭାରମ୍ଭ।

Advertisment କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ବଣ୍ଟାଯାଇଛି ୨ ଲକ୍ଷ ୯୧ ହଜାର ୬୬୬ଟି ପକ୍କା ଘର।

ଆଉ ଏପଟେ ଘର ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ହିତାଧିକାରୀଙ୍କ ମନରେ ଫୁଟିଛି ହସ।

ବର୍ଷ ବର୍ଷ ଅପେକ୍ଷାର ଅନ୍ତ, ଗରିବ ଗୁରୁବାଙ୍କ ମୁଣ୍ଡକୁ ମିଳିବ ଛାତ।

ପୂରଣ ହେବ ଅଭାବୀ ଲୋକଙ୍କ ପକ୍କା ଘର ସ୍ୱପ୍ନ, ସାକାର କରିବ ସରକାରଙ୍କ ପିଏମ୍ ଆବାସ ଯୋଜନା।

ଆଜି ବଲାଙ୍ଗୀରରୁ ଶୁଭାରମ୍ଭ ହୋଇଛି ରାଜ୍ୟସ୍ତରୀୟ ମେଗା ପିଏମ୍ ଆବାସ ବଣ୍ଟନ କାର୍ଯ୍ୟକ୍ରମ।

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ୍ୟ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ଆବାସ ଯୋଜନାରେ ଘର।

Advertisment ଆଜି ଗୋଟିଏ ଦିନରେ ବଣ୍ଟାଯାଇଛି ୨ ଲକ୍ଷ ୯୧ ହଜାର ୬୬୬ଟି ପକ୍କା ଘର।

ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ପୂର୍ବରୁ ପିଏମ୍ ଆବାସ ଯୋଜନାରେ ୪ ଲକ୍ଷ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ବଣ୍ଟା ସାରିଛି।

ଆଜିର ଏ ମେଗା ଆବାସ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବବିହ୍ବଳ ଢଙ୍ଗରେ କହିଥିଲେ ଯେ, ଜଣେ ବ୍ୟକ୍ତି ଜୀବନ କାଳରେ ଏକ ପକ୍କା ଘର ପାଇଁ ସ୍ବପ୍ନ ଦେଖିଥାଏ।

ମାତ୍ର ଗରିବ ଲୋକଟିଏ ଅନେକ ସମୟରେ ଏ ସ୍ବପ୍ନ ପୂରଣ କରିପାରେନା।

ହେଲେ ମୋଦିଙ୍କ ନେତୃତ୍ବରେ ଆଜି ୧୨ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି।

ଡବଲ ଇଞ୍ଜିନ ସରକାର ଆସିବା ପରେ କେନ୍ଦ୍ରରୁ ଘର ମିଳିବା ଆରମ୍ଭ କରିଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ଚୌହ୍ବାନ ଭୁରି ଭୁରି ପ୍ରଶଂସା କରିବା ସହ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ।

ଏପଟେ ମୁଖ୍ୟମନ୍ତ୍ରୀ ଆଜି ଆବାସ ଯୋଜନାରେ ଏତେ ସଂଖ୍ୟାରେ ପକାଘର ବଣ୍ଟନ କରିବା ପରେ ବର୍ଷ ବର୍ଷ ଧରି ଘରଟିଏ ପାଇଁ ଅପେକ୍ଷା କରିଥିବା ପରିବାର ମୁହଁରେ ଫୁଟିଛି ହସ।

ଇଏ କେନ୍ଦୁଝର ସଦର ବ୍ଲକ ଶିରିଶପାଳ ଗାଁର ଚିତ୍ର।

ଗାଁରେ ଅନେକ ସାହି ବସ୍ତିରେ ପୀଢ଼ି ପରେ ପୀଢ଼ି, ଏମିତି ଝାଟିମାଟି ଓ ଟାଇଲ୍ ଛପର ଘରେ ରହି ଆସୁଛନ୍ତି ଲୋକେ।

ଘରଟିଏ ପାଇଁ କେତେ ଆବେଦନ ପରେ ବି ମିଳୁନଥିଲା।

ତେଣୁ ବାଧ୍ୟ ହୋଇ ନିଜ ମାଟି ଘରକୁ ଏମିତି ରଙ୍ଗଦେଇ, ସାଜସଜା କରି ତାରି ଭିତରେ ମୁଣ୍ଡ ଗୁ୍ଞ୍ଜିବାକୁ ବାଧ୍ୟ ହେଉଥିଲେ।

ଖାଲି ଏ ଗାଁ ନୁହେଁ, କେନ୍ଦୁଝର ଜିଲ୍ଲା ଗ୍ରାମାଞ୍ଚଳରେ ପ୍ରାୟ ଏକ ଲକ୍ଷ ଦଶ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ଆବାସ ପାଇଁ ଆବେଦନ କରିଛନ୍ତି।

ଏବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ବଣ୍ଟନ ପରେ ଏମାନଙ୍କ ଦୁଃଖ ଫେରିବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ସାରା ଦେଶରେ ନୂତନ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଯାହାକୁ ନେଇ ନିରାଶ୍ରୟଙ୍କ ଭିତରେ ନୂଆ ଆଶା ଆଉ ନୂଆ ସ୍ବପ୍ନ ସଞ୍ଚାର ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)