Playground: କିମାଶ୍ଚର୍ଯ୍ୟମ୍: ଦେବତାମାନଙ୍କ ଖେଳପଡ଼ିଆ
ମେକ୍ସିକୋରେ ଏଭଳି ଏକ ଫୁଟ୍ବଲ୍ ପଡ଼ିଆ ଅଛି ଯାହା ‘ଦେବତାମାନଙ୍କ ଖେଳପଡ଼ିଆ’ ନାମରେ ପ୍ରସିଦ୍ଧ। ଏହାର ଏପରି ନାମକରଣ ପଛର କାରଣ ହେଲା ଏହି ପଡ଼ିଆଟି ଏକ ମୃତ ଆଗ୍ନେୟଗିରି ଉପରେ ଅବସ୍ଥିତ। ମେକ୍ସିକୋ ସିଟିର ଦକ୍ଷିଣ ପାର୍ଶ୍ବରେ ଥିବା ସେହି ଆଗ୍ନେୟଗିରିର ନାମ ଟେଓକା। ଚାରିପଟେ ସବୁଜିମାଭରା ପାହାଡ଼ ଥିବା ବେଳେ ମଝିରେ ସମତଳ ଭୂଇଁଟି ଫୁଟ୍ବଲ୍ ପଡ଼ିଆ ପାଇଁ ଉତ୍କୃଷ୍ଟ ସ୍ଥାନ ପାଲଟିଛି। ତେବେ ଏଠାରେ ଫୁଟ୍ବଲ୍ ଖେଳିବା ସ୍ଥାନୀୟ ଅଧିବାସୀଙ୍କ ପାଇଁ ଏକ ବାଧ୍ୟବାଧକତା।
West Bengal Politics: ଇସ୍ତଫା ଦେଲେ ବିଧାନନଗର ମେୟର କ୍ରୀଷ୍ଣା ଚକ୍ରବର୍ତ୍ତୀ
ଏହାର କାରଣ ହେଲା ଏହି ଅଞ୍ଚଳ ପାହାଡ଼ରେ ପରିପୂର୍ଣ୍ଣ ହୋଇଥିବାରୁ ସମତଳ ଭୂମି ମିଳିବା କଷ୍ଟ। ତେଣୁ ଆଖପାଖ ଗାଁର ଲୋକମାେନ ଏହି ପଡ଼ିଆର ବିଶେଷ ଯତ୍ନ ନିଅନ୍ତି। ଏହାର ରକ୍ଷଣାବେକ୍ଷଣ ପାଇଁ ସେମାନେ ସରକାରୀ ସହାୟତା ସୁଦ୍ଧା ନିଅନ୍ତି ନାହିଁ କାରଣ ସରକାର ଏହାର ମାଲିକାନା ଦାବି କରିବେ ବୋଲି ସେମାନଙ୍କର ଭୟ। ପ୍ରତି ରବିବାର ୧୦ଟି ପାରିବାରିକ ଦଳର ଖେଳାଳିଙ୍କୁ ନେଇ ଲିଗ୍ ଅନୁଷ୍ଠିତ ହୁଏ। ପ୍ରତ୍ୟେକ ଦଳରେ ଗୋଟିଏ ଯୌଥ ପରିବାରର ଛୋଟରୁ ବଡ଼ ସମସ୍ତେ ଖେଳନ୍ତି।
Education: ସିଇଇ ଅନଲାଇନ୍ ଆବେଦନର ଶେଷ ତାରିଖ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।