Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
"ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ଓ ଆମ ଓଡ଼ିଶା ତଥା ଇକୋ କ୍ଲବ ଆନୁକୁଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ପ୍ରଥମେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ମିଶ୍ର ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହା ପରେ ଜନ୍ହ।ପଙ୍କ ସମ୍ବାଦ ପ୍ରତିନିଧି ସୁଧାଂଶୁ ଶେଖର ମିଶ୍ର ଚାରା ରୋପଣ କରିଥିଲେ ଏବଂ କେବଳ ଚାରା ରୋପଣ କରିଦେଲେ ହେବ ନାହିଁ।
ଏହାର ଯତ୍ନ ନେବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।Advertisment କାର୍ଯ୍ୟକ୍ରମରେ ଇକୋ କ୍ଲବର ଗାଇଡ ଶିକ୍ଷକ ଅମ୍ବରେସ ପ୍ରଧାନଙ୍କ ତତ୍ବାବଧାନରେ ବଉଳ, ଆତ, ସିଶୁପା, ନିମ୍ବ ଆଦି ୧୦୦ରୁ ଊର୍ଦ୍ଧ୍ବ ଚାରା ରୋପଣ କରିଥିଲେ।ଶିକ୍ଷକ ଶ୍ରୀନିବାସ ପୃଷ୍ଟି, ସୁଧୀର କୁମାର କର୍ଣ୍ଣ,କର୍ମଚାରୀ କପିଳ ହୋତା, କେଦାର ସେଠୀ, ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ଚାରା ରୋପଣ କରି ଏଥିରେ ସହଯୋଗ କରିଥିଲେ।
ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସଭା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।