Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ
"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାର ବହୁଚର୍ଚ୍ଚିତ ଅଡ଼ବା–ହାଇଦ୍ରାବାଦ ମାନବ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଜିଲ୍ଲା କୋର୍ଟରୁ ବଡ଼ ଝଟକା ଲାଗିଛି।
୭ ଜଣ ବାଳିକାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରାଯାଇଥିବା ଏହି ସମ୍ବେଦନଶୀଳ ମାମଲାରେ ଜିଲ୍ଲା ଓ ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତି ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସିଧାସଳଖ ଖାରଜ କରିଛନ୍ତି।
ଏହାସହ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆଉ ଏକ ମାମଲା ଯୋଡ଼ି ହୋଇଥିବାରୁ ତାଙ୍କ ଆଇନଗତ ଅଡୁଆ ଆହୁରି ବଢ଼ିଛି।
Advertisment ଅଡ଼ବା ପୁଲିସ ମାନବ ଚାଲାଣ ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇବା ପରେ ଅତିରିକ୍ତ ଆଇଆଇସି ନଳିନୀ କୁମାରୀ କଁଅରଙ୍କ ନେତୃତ୍ୱରେ, ଗଜପତି ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ଓ ଆର୍.
ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ହାଇଦ୍ରାବାଦରେ ଚଢ଼ାଉ କରିଥିଲା।
ଚଢ଼ାଉ ବେଳେ ଅଭିଯୁକ୍ତ ଈଶ୍ୱର କୁଶୁଲିୟା ଓ ହାଇଦ୍ରାବାଦ ନିବାସୀ ସରିତା ଜୈନଙ୍କୁ ଗିରଫ କରାଯିବା ସହ ୭ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳିକା ଥିବାରୁ ମାମଲାର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ମୋହନା କୋର୍ଟରେ ପ୍ରଥମେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତମାନେ ଜିଲ୍ଲା ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।
ପ୍ରାୟ ୪୦ ମିନିଟ ଧରି ଚାଲିଥିବା ଶୁଣାଣିରେ ଅଭିଯୁକ୍ତଙ୍କ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀଙ୍କ ସହ ହାଇଦ୍ରାବାଦରୁ ଆସିଥିବା ଆଇନଜୀବୀମାନେ ଯୁକ୍ତି ବାଢ଼ିଥିଲେ।
ବହୁଚର୍ଚ୍ଚିତ ହନିଟ୍ରାପ୍ ଘଟଣାର ପର୍ଦ୍ଦାଫାସ: ଦୁଇ ମଧ୍ୟସ୍ଥିଙ୍କ ସମେତ ମହିଳା ଗିରଫ ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ଦୃଢ଼ତାର ସହ ମାମଲା ପରିଚାଳନା କରିଥିଲେ।
ଶୁଣାଣି ବେଳେ ପୀଡ଼ିତାଙ୍କ ନ୍ୟାୟିକ ବୟାନ, ତଦନ୍ତରେ ସଂଗୃହୀତ ପ୍ରମାଣ, ଗଜପତି ଜିଲ୍ଲାରୁ ବାରମ୍ବାର ଘଟୁଥିବା ମାନବ ଚାଲାଣ ଘଟଣା ଏବଂ ମହିଳା ଓ ନାବାଳିକାଙ୍କ ସୁରକ୍ଷା ପ୍ରସଙ୍ଗକୁ କୋର୍ଟ ଗୁରୁତ୍ୱର ସହ ବିଚାରକୁ ନେଇଥିଲେ।
ଉପସ୍ଥାପିତ ବଳିଷ୍ଠ ପ୍ରମାଣ ଓ ପୀଡ଼ିତାଙ୍କ ବୟାନକୁ ଆଧାର କରି ଜାମିନ ଦେଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ଥିବା ଦର୍ଶାଇ କୋର୍ଟ ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ।
ଏହି ମାମଲାରେ ତଦନ୍ତ ଏବେ ବି ଜାରି ରହିଛି।
ଅଡ଼ବା ପୁଲିସ ଅଧିକ ତଥ୍ୟ ସଂଗ୍ରହ ସହ ମାନବ ଚାଲାଣ ରାକେଟର ସମ୍ପୂର୍ଣ୍ଣ ନେଟୱର୍କର ଖୋଳତାଡ଼ କରୁଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ଆଉ ଏକ ମାମଲା ଯୋଡ଼ାଯିବା ଘଟଣା ଏହି ଚର୍ଚ୍ଚିତ ମାମଲାକୁ ଆହୁରି ଗୁରୁତର କରିଦେଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।