The manager: ସାହସ ଦେଖାଇଲେ ମ୍ୟାନେଜର୍: ବ୍ୟାଙ୍କ ଲୁଟ୍ ଉଦ୍ୟମ ବିଫଳ
"ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ରସାଳପୁରସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ମଙ୍ଗଳବାର ଦିନ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି।
୫ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ଲୁଟ୍ ଉଦ୍ୟମ କରିଥିଲେ।
କିନ୍ତୁ ବ୍ୟାଙ୍କ ମ୍ୟାନେଜର୍ ରାଜୀବ ବେହେରାଙ୍କ ସାହସିକତା ଯୋଗୁ ଡକାୟତମାନେ ସେଭଳି କିଛି ନେଇ ନପାରି ଫେରାର ହୋଇଯାଇଥିଲେ।
ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତ ବ୍ୟାଙ୍କ ମ୍ୟାନେଜର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Advertisment Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ ସୂଚନା ଅନୁଯାୟୀ, ୫ ଜଣ ଡକାୟତ ୨ଟି ବାଇକ୍ରେ ଆସିଥିଲେ।
ବ୍ୟାଙ୍କରେ ପଶିବା ପରେ ବନ୍ଧୁକ ଦେଖାଇ କର୍ମଚାରୀମାନଙ୍କୁ ଧମକ ଦେଇଥିଲେ।
ସିସିଟିଭି ହାର୍ଡଡିସ୍କ ଖୋଲି ନେଇଥିଲେ।
ତା"ପରେ ମ୍ୟାନେଜର୍ଙ୍କୁ କ୍ୟାସ୍ରୁମ୍କୁ ଯିବାକୁ ଡକାୟତମାନେ କହିଥିଲେ।
ସେହି ରୁମ୍କୁ ଯିବା ସମୟରେ ମ୍ୟାନେଜର୍ ଚତୁରତାର ସହ ଏମର୍ଜେନ୍ସି ସାଇରନ୍ ବଜାଇ ଦେଇଥିଲେ।
ସେହି ରାଗରେ ଡକାୟତମାନେ ମ୍ୟାନେଜରଙ୍କୁ କଟର୍ରେ ଆକ୍ରମଣ କରିଥିଲେ।
ସାଇରନ୍ ବାଜିବାରୁ ଦୁର୍ବୃତ୍ତମାନେ କେବଳ ସିସିଟିଭି ହାର୍ଡଡିସ୍କ ନେଇ ଫେରାର୍ ହୋଇଯାଇଥିଲେ।
ବାଲେଶ୍ବର ଅତିରିକ୍ତ ଏସ୍ପି ଦେବଜ୍ୟୋତି ଦାଶ କହିଛନ୍ତି, ଅପରାହ୍ଣ ୩ଟାରୁ ୩.୩୦ ମଧ୍ୟରେ ଏହି ଡକାୟତି ଉଦ୍ୟମ ହୋଇଛି।
ପ୍ରାଥମିକ ତଦନ୍ତରୁ ଡକାୟତମାନେ ସେଭଳି କିଛି ନେଇପାରି ନଥିବା ଜଣାପଡ଼ିଛି।
ସୂଚନା ମିଳିବା ପରେ ସଦର ଥାନାଧିକାରୀ ଅଜୟ ମୁର୍ମୁଙ୍କ ସହ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ଡକାୟତି ଉଦ୍ୟମ ସମୟରେ ୩ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ମିଶାଇ ପାଖାପାଖି ୩୦ ଜଣ ବ୍ୟାଙ୍କ ଭିତରେ ଥିଲେ।
ଡକାୟତମାନେ ହାର୍ଡଡିସ୍କ ନେଇଯାଇ ଥିବାରୁ ଚିହ୍ନଟ କରିବା ସମ୍ଭବ ହୋଇପାରି ନାହିଁ।
ସେମାନଙ୍କୁ ଧରିବା ପାଇଁ ଅନ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଥିବା ଶ୍ରୀ ଦାଶ କହିଛନ୍ତି।
Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍ଟିଏ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।