Pinky’s Daring Bike Journey: ପିଙ୍କିଙ୍କ ଦୁଃସାହସିକ ବାଇକ୍ ଯାତ୍ରା: ଏକାକୀ କଲେ ଭାରତ ଭ୍ରମଣ
ନଠୁଆବର/ହରିପୁର: ବାଇକ୍ ଯୋଗେ ଏକାକୀ ଭାରତ ଭ୍ରମଣ କରି ଚର୍ଚ୍ଚାରେ କୁଆଖିଆର ଝିଅ ପିଙ୍କି ପଲେଇ।
ଚାରିଧାମ ଦର୍ଶନ ସହ ୬୩ ଦିନ ମଧ୍ୟରେ ମୋଟ ୩୨ ହଜାର କିଲୋମିଟର ଅତିକ୍ରମ କରି ସେ ନିଜର ଦୁଃସାହସିକ ଯାତ୍ରା ଶେଷ କରିଛନ୍ତି।
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ମାଧବ ଚନ୍ଦ୍ର ପଲେଇ ଓ ବିଦୁଲତା ପଲେଇଙ୍କ ବଡ଼ଝିଅ ପିଙ୍କି (୨୯) ଗତ ଅଗଷ୍ଟ ମାସ ୨୨ ତାରିଖରେ ଯାଜପୁରରୁ ହଣ୍ଟର୍ ବାଇକ୍ ଯୋଗେ ଯାତ୍ରା ଆରମ୍ଭ କରିଥିଲେ।
ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ସହ ୪ ଧାମ ଓ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠ ଦର୍ଶନ ପରେ ଗତକାଲି ସେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭ୍ରମଣ ଶେଷ କରିଛନ୍ତି।
ଆଜି ମଧ୍ୟାହ୍ନରେ ସେ ଜନ୍ମମାଟି କୁଆଖିଆରେ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
Advertisment Brain Stroke: 'ଷ୍ଟ୍ରୋକ୍କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ତାଙ୍କୁ ଓରାଳିସ୍ଥିତ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା।
କୁଆଖିଆ ହାଇଟେକ୍ କଲେଜ୍ ନିକଟରେ ତାଙ୍କ ଶିକ୍ଷାଗୁରୁ ଯୋଗାଚାର୍ଯ୍ୟ ବିଜୟ କୁମାର ଦାସ, ସମାଜସେବୀ କାଳନ୍ଦି ଚରଣ କଣ୍ଠ, ଲାୟନ୍ସ କ୍ଲବ୍ର ବରିଷ୍ଠ ସଭ୍ୟ ଶିଶିର କୁମାର ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ।
କୁଆଖିଆ ଲକ୍ଷ୍ମୀନାରାୟଣ ପୂଜା କମିଟି କାର୍ଯ୍ୟାଳୟ ନିକଟରେ ସଭାପତି ବିପିନ ବିହାରୀ ପଣ୍ଡା, ସମ୍ପାଦକ ବାସୁଦେବ ପଲେଇ, ଆବାହକ ଅଶୋକ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, କୋରେଇ ବିଧାୟକଙ୍କ ମିଡିଆ ପ୍ରତିନିଧି ପଦ୍ମଲୋଚନ ନାୟକ, ସମିତି ସଭ୍ୟା ମାମି ମହାନ୍ତି, ନରେନ୍ଦ୍ର ସ୍ୱାଇଁ, ସୁନାକର ପଣ୍ଡା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଓରାଳି ସୂର୍ଯ୍ୟନାରାୟଣ ମନ୍ଦିରରେ ନବଭାରତ ହିନ୍ଦୁ ସଂଗଠନ ପକ୍ଷରୁ ଜିଲ୍ଲା ସଭାପତି ସତ୍ୟରଞ୍ଜନ ନାୟକ, ଉପସଭାପତି ବିକି ସ୍ୱାଇଁ, ମନୋଜ କୁମାର ସାହୁ, ଗୋକୁଳାନନ୍ଦ ପଲେଇ, ଅମୂଲ୍ୟ ପରିଡ଼ା, ସୁଧାକର ପଲେଇ, ପ୍ରକାଶ ମଲିକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଆଗାମୀ ଦିନରେ ସେ ବାଇକ୍ ଯୋଗେ ବିଶ୍ୱ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପିଙ୍କି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
Horoscope 2026 November 26: ଜାଣନ୍ତୁ ଆଜିର ରାଶିଫଳ ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
