Phuket-Delhi Air India flight crash: ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ନିଦ ବଟିକା ଖାଉଥିଲେ ପାଇଲଟ୍
"ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରେ ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଆକାଶମାର୍ଗରେ ହଠାତ୍ ପ୍ରାୟ ୩୦୦ ଫୁଟ ତଳକୁ ଖସିପଡ଼ିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ବିମାନର ପାଇଲଟ୍-ଇନ୍-କମାଣ୍ଡ ନିଦ୍ରାହୀନତା ସମସ୍ୟା ପାଇଁ ନିଦ ବଟିକା ସେବନ କରୁଥିବା ନେଇ ଏୟାରଲାଇନ୍ସର ଆଭ୍ୟନ୍ତରୀଣ ଫ୍ଲାଇଟ୍ ସେଫ୍ଟି ରିପୋର୍ଟରୁ ପର୍ଦ୍ଦାଫାଶ ହୋଇଛି।
କେବଳ ସେତିକି ନୁହେଁ, ପୂର୍ବରୁ ଦୁଇଥର ଡ୍ରଗ୍ ପରୀକ୍ଷାରେ ଏହି ପାଇଲଟ୍ ଗଞ୍ଜେଇ ସେବନ କରିଥିବା ପ୍ରମାଣିତ ହୋଇଥିଲା।Advertisment କର୍ଣ୍ଣାଟକରେ ଗୁଟଖା ଓ ପାନ ମସଲା ବ୍ୟାନ୍: ବର୍ଷକ ପାଇଁ ନିଷେଧାଦେଶ ଜାରି ନିଜ ବୟାନରେ ପାଇଲଟ୍ ସ୍ୱୀକାର କରିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ସେ ସୋଇପାରୁ ନଥିବାରୁ ଫ୍ୟାମିଲି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିଲେ ଏବଂ ଫୁକେଟରେ ଲେଓଭର ସମୟରେ ତାଙ୍କୁ ଠିକରେ ନିଦ ହୋଇନଥିଲା।
ଏହାସହ ନିରନ୍ତର ଡ୍ୟୁଟି ଓ ଅନିୟମିତ ବିଶ୍ରାମ ସମୟ ଯୋଗୁଁ ସେ ଆବଶ୍ୟକୀୟ ଶାରୀରିକ ସୁସ୍ଥତା ପାଇପାରୁ ନଥିବା ଦର୍ଶାଇଛନ୍ତି।
ରିପୋର୍ଟ ଅନୁଯାୟୀ, ବିମାନଟି ତଳକୁ ଖସିବା ସମୟରେ ମୁଖ୍ୟ ପାଇଲଟ୍ ନିଜ ସିଟ୍ ରେ ନଥିଲେ ଏବଂ କୋ-ପାଇଲଟ୍ ବିମାନ ପରିଚାଳନା କରୁଥିଲେ।
ଦିଲ୍ଲୀରେ ଅବତରଣ କରିବା ପରେ ମୁଖ୍ୟ ପାଇଲଟ୍ ସିଧାସଳଖ ଛିଡ଼ା ହୋଇପାରୁ ନଥିଲେ ଏବଂ ନମୁନା ସଂଗ୍ରହ ବେଳେ ତଦନ୍ତକାରୀ ଅଧିକାରୀ ତାଙ୍କୁ ଧରି ବସାଇବାକୁ ପଡ଼ିଥିଲା।
ବର୍ତ୍ତମାନ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଡ୍ୟୁଟିରୁ ନିଲମ୍ବିତ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
