Photographer of the Year: ନେଚର୍‌ ଫଟୋଗ୍ରାଫର୍‌ ଅଫ୍ ଦି ଇୟର୍‌

Nov 19, 2026 - 05:35
Photographer of the Year: ନେଚର୍‌ ଫଟୋଗ୍ରାଫର୍‌ ଅଫ୍ ଦି ଇୟର୍‌

ପ୍ରକୃତି ନିଜ ଭିତରେ ଅନେକ ଆଶ୍ଚର୍ଯ୍ୟ ଲୁଚାଇ ରଖିଛି।

କେତେବେଳେ ଏହାର ସୌନ୍ଦର୍ଯ୍ୟ ଏମିତି ରୂପ ନିଏ, ଯାହାକୁ ଦେଖିଲେ ଆଖି ଲାଖିଯାଏ।

ଏମିତି ଏକ ଅଦ୍ଭୁତ ପ୍ରାକୃତିକ ଦୃଶ୍ୟକୁ କ୍ୟାମେରାରେ କଏଦ କରି ଚର୍ଚ୍ଚାକୁ ଆସିଛନ୍ତି ଫିନଲାଣ୍ଡ୍‌ର ଫଟୋଗ୍ରାଫର୍‌ ହାନୁ ଆହୋନେନ୍।

ତାଙ୍କୁ 'ନେଚର୍‌ ଫଟୋଗ୍ରାଫର୍‌ ଅଫ୍ ଦି ଇୟର୍‌ ୨୦୨୬' ପୁରସ୍କାର ମିଳିଛି।

ତାଙ୍କ ପୁରସ୍କାରପ୍ରାପ୍ତ ଫଟୋର ନାଁ ହେଉଛି 'ଦି ୱାନ୍ ଦ୍ୟାଟ୍ ଲେଫ୍‌ଟ ଆଣ୍ଡ୍‌ ଦି ୱାନ୍ ଦ୍ୟାଟ୍ ଷ୍ଟେଡ୍'।

ଏଥିରେ ପାଣି ଭିତରେ ଥିବା ଏକ କଇଁପତ୍ର ପାଖରେ ତାହାର ଅବିକଳ ଆକୃତିର ବରଫ ରହିଛି।

୯୬ଟି ଦେଶର ଫଟୋଗ୍ରାଫର୍‌ମାନେ ପଠାଇଥିବା ୨୭ ହଜାରରୁ ଅଧିକ ଫଟୋକୁ ଏହା ପଛରେ ପକାଇ ବିଜେତା ହୋଇଛି।

Advertisment ଶୀତଦିନେ ପୋଖରୀରେ ବରଫ ଜମିଥିଲା, କିନ୍ତୁ ତୁଷାରପାତ ହୋଇ ନଥିଲା।

ସେହି ସମୟରେ ହାଲୁକା ପବନରେ କଇଁପତ୍ର ଉପରେ ଜମିଥିବା ପତଳା ବରଫ ଆସ୍ତରଣଟି ପାଣି ଉପରେ ଭାସି ସାମାନ୍ୟ ଦୂରକୁ ଚାଲିଯାଇଥିଲା।

ଫଳରେ ପତ୍ର ନିକଟରେ ତା'ର ଅବିକଳ ଆକୃତିର ଏକ ବରଫ ଖଣ୍ଡ ପାଣିରେ ଭାସମାନ ଥିଲା।

ଏହି ଦୃଶ୍ୟକୁ ଆହୋନେନ୍ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)