PhonePe: ସ୍ମାର୍ଟଫୋନ୍ ନାହିଁ? ତଥାପି କରିପାରିବେ ୟୁପିଆଇ ପେମେଣ୍ଟ, ଫୋନ୍‌ପେ ଆଣିଲା ନୂଆ ସୁବିଧା...

Sep 01, 2026 - 18:12
PhonePe: ସ୍ମାର୍ଟଫୋନ୍ ନାହିଁ? ତଥାପି କରିପାରିବେ ୟୁପିଆଇ ପେମେଣ୍ଟ, ଫୋନ୍‌ପେ ଆଣିଲା ନୂଆ ସୁବିଧା...

"ସ୍ମାର୍ଟଫୋନ୍ ନାହିଁ ବୋଲି ଏବେ ୟୁପିଆଇ ପେମେଣ୍ଟରୁ ଦୂରେଇ ରହିବାକୁ ପଡ଼ିବ ନାହିଁ।

ଫିଚର୍ ଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଫୋନ୍‌ପେ ଆଣିଛି ନୂଆ ସୁବିଧା।

ଏହା ମାଧ୍ୟମରେ ବିନା ଇଣ୍ଟରନେଟ୍‌ରେ ମଧ୍ୟ ୟୁପିଆଇ ପେମେଣ୍ଟ କରିହେବ।Advertisment ଫିଚର୍ ଫୋନ୍‌ରେ ଚାଲିବ ୟୁପିଆଇ ପେମେଣ୍ଟ ଫୋନ୍‌ପେ ଏହାର ୟୁପିଆଇ 123Pay ସର୍ଭିସ୍‌କୁ ଏବେ ସପୋର୍ଟ କରୁଥିବା ଫିଚର୍ ଫୋନ୍‌ରେ ଉପଲବ୍ଧ କରାଇଛି।

ଏଥିପାଇଁ ସ୍ମାର୍ଟଫୋନ୍ କିମ୍ବା ଇଣ୍ଟରନେଟ୍ କନେକ୍ସନ୍ ଜରୁରୀ ନୁହେଁ।

ଏହି ସର୍ଭିସ୍‌ରେ ଟଙ୍କା ପଠାଇବା, ଦୋକାନରେ ପେମେଣ୍ଟ କରିବା, ବ୍ୟାଙ୍କ ବାଲାନ୍ସ ଚେକ୍ କରିବା ଏବଂ ଟ୍ରାଞ୍ଜାକ୍ସନ୍ ହିଷ୍ଟ୍ରି ଦେଖିବା ଭଳି ସୁବିଧା ମିଳିବ।

ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଏହି ସେବା କାମ କରିବ।

ତେଣୁ ଯେଉଁଠାରେ 2G ନେଟୱର୍କ ମଧ୍ୟ ଦୁର୍ବଳ, ସେଠାରେ ଏହା ଉପଯୋଗୀ ହୋଇପାରେ।

ଫୋନ୍‌ପେ ଅନୁସାରେ, ଏହି ସୁବିଧା ଦେଶର ୨୦ କୋଟିରୁ ଅଧିକ ଫିଚର୍ ଫୋନ୍ ୟୁଜର୍‌ଙ୍କ ପାଖରେ ୟୁପିଆଇ ପେମେଣ୍ଟର ସୁବିଧା ପହଞ୍ଚାଇବାରେ ସାହାଯ୍ୟ କରିବ।

ଆହୁରି ପଢ଼ନ୍ତୁ- Shanghai Cooperation Organisation: ଏସସିଓ ସମ୍ମିଳନୀ ଗ୍ରୁପ୍ ଫଟୋରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇରାନ ରାଷ୍ଟ୍ରପତିଙ୍କୁ କ୍ରପ୍ କଲା ପାକିସ୍ତାନ ପିଏମଓ ଆଗକୁ ଆହୁରି ସୁବିଧା ମିଳିବ ବର୍ତ୍ତମାନ ୟୁପିଆଇ 123Payରେ ଟଙ୍କା ପଠାଇବା, ମର୍ଚ୍ଚାଣ୍ଟ ପେମେଣ୍ଟ, ବ୍ୟାଙ୍କ ବାଲାନ୍ସ ଚେକ୍ ଓ ଟ୍ରାଞ୍ଜାକ୍ସନ୍ ହିଷ୍ଟ୍ରି ଭଳି ସୁବିଧା ରହିଛି।

ଆଗାମୀ ଦିନରେ ବିଲ୍ ପେମେଣ୍ଟ, ମୋବାଇଲ୍ ରିଚାର୍ଜ ଓ ଆଧାର ମାଧ୍ୟମରେ ୟୁପିଆଇ ରେଜିଷ୍ଟ୍ରେସନ୍ ଭଳି ସୁବିଧା ମଧ୍ୟ ଯୋଡ଼ାଯିବ ବୋଲି ଫୋନ୍‌ପେ କହିଛି।

କେଉଁ ଫିଚର୍ ଫୋନ୍‌ରେ ମିଳିବ ଏହି ସୁବିଧା?

ଏଚ୍‌ଏମ୍‌ଡି ଏହାର କିଛି ଫିଚର୍ ଫୋନ୍‌ରେ ଫୋନ୍‌ ପେ ୟୁପିଆଇ 123Payର ସପୋର୍ଟ ନିଶ୍ଚିତ କରିଛି।

ଏଥିରେ ଏଚ୍‌ଏମ୍‌ଡି ୧୦୫ 2G, ଏଚ୍‌ଏମ୍‌ଡି ୧୧୦ 2G, ନୋକିଆ ୧୦୫ କ୍ଲାସିକ୍‌, ନୋକିଆ ୧୦୫ ସିଙ୍ଗଲ ସିମ୍‌, ନୋକିଆ ୧୦୫ ଡୁଆଲ୍‌ ସିମ୍‌, ନୋକିଆ ୧୦୬ ଓ ନୋକିଆ ୧୨୩ ସିଲ୍‌ଡ ଭଳି ମଡେଲ୍ ରହିଛି।

ଏହାଛଡ଼ା ଏଚ୍‌ଏମ୍‌ଡି, ନୋକିଆ, ଲାଭା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଓ ଆଇଟେଲ୍‌ ମୋବାଇଲ୍‌ର କିଛି ଚୟନିତ ଫିଚର୍ ଫୋନ୍‌ରେ ମଧ୍ୟ ଏହି ସୁବିଧା ମିଳୁଛି।

ଆଗାମୀ ମାସଗୁଡ଼ିକରେ ଆହୁରି ଅନେକ ଫିଚର୍ ଫୋନ୍‌ରେ ଏହି ସେବା ଉପଲବ୍ଧ ହୋଇପାରେ।

ଆହୁରି ପଢ଼ନ୍ତୁ- One Nation One Time: ଏକ ଦେଶ, ଏକ ସମୟ ନୀତି କ"ଣ ଏବଂ ସମୟର ଗଣିତ କିପରି ସ୍ଥିର ହୁଏ?

ସେଟ୍‌ଅପ୍ କିପରି କରିବେ?

କମ୍ପାଟିବଲ୍ ଫିଚର୍ ଫୋନ୍‌ରେ ପୂର୍ବରୁ ଇନ୍‌ଷ୍ଟଲ୍ ଥିବା ଫୋନ୍‌ପେ ଆପ୍ ମାଧ୍ୟମରେ ଏହି ସର୍ଭିସ୍ ସେଟ୍‌ଅପ୍ କରିହେବ।

ଏଥିପାଇଁ ପ୍ରଥମେ ନିୟମ ଓ ସର୍ତ୍ତାବଳୀକୁ ଗ୍ରହଣ କରିବାକୁ ପଡ଼ିବ।

ଏହାପରେ ବ୍ୟାଙ୍କ ଚୟନ କରି ଡେବିଟ୍ କାର୍ଡର ଶେଷ ୬ଟି ଅଙ୍କ ଏବଂ କାର୍ଡର ଏକ୍ସପାୟରି ଡେଟ୍ ଦେବାକୁ ହେବ।

ଶେଷରେ ୟୁପିଆଇ ପିନ୍‌ ସେଟ୍ କରିବାକୁ ପଡ଼ିବ।ରେଜିଷ୍ଟ୍ରେସନ୍ ସରିଗଲେ କଣ୍ଟାକ୍ଟ, ମୋବାଇଲ୍ ନମ୍ବର କିମ୍ବା ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା ପଠାଇପାରିବେ।

ଫିଚର୍ ଫୋନ୍‌ରେ କ୍ୟାମେରା ଥିଲେ କ୍ୟୁଆର୍‌ କୋଡ୍ ସ୍କାନ୍ କରି ପେମେଣ୍ଟ କରିବାର ସୁବିଧା ମଧ୍ୟ ମିଳିବ।

ପେମେଣ୍ଟ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କ ତଥ୍ୟ ଭଲଭାବେ ଯାଞ୍ଚ କରିବାକୁ ହେବ।

ଏହାପରେ ଟଙ୍କାର ପରିମାଣ ଦେଇ ୟୁପିଆଇ ପିନ୍‌ ପକାଇଲେ ପେମେଣ୍ଟ କନ୍‌ଫର୍ମ ହୋଇଯିବ।

ଆହୁରି ପଢ଼ନ୍ତୁ- GST Collection: ଅଗଷ୍ଟରେ ୧.୯୯ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ ଭାରତୀୟ ଭାଷାରେ ଏଆଇ ଭଏସ୍ ହେଲ୍ପଲାଇନ୍ ୟୁଜର୍‌ଙ୍କୁ ସହାୟତା କରିବା ପାଇଁ ଫୋନ୍‌ପେ ଏକ ଏଆଇ ଆଧାରିତ ଭଏସ୍ ହେଲ୍‌ପଲାଇନ୍ ମଧ୍ୟ ଆରମ୍ଭ କରିଛି।

ଏଥିରେ ଇଂରାଜି ସହ ୧୨ଟି ଭାରତୀୟ ଭାଷାର ସପୋର୍ଟ ରହିଛି।

ଏହି ହେଲ୍ପଲାଇନ୍ ମାଧ୍ୟମରେ ୟୁପିଆଇ 123Pay ସେଟ୍‌ଅପ୍ କରିବାର ପୂରା ପ୍ରକ୍ରିୟା ଜାଣିହେବ।

ଏହାସହ ୟୁପିଆଇ ସମ୍ପର୍କିତ ସାଧାରଣ ପ୍ରଶ୍ନର ଉତ୍ତର ମଧ୍ୟ ପାଇପାରିବେ।

ସ୍ମାର୍ଟଫୋନ୍ ନଥିଲେ ମଧ୍ୟ ଫିଚର୍ ଫୋନ୍ ୟୁଜର୍‌ମାନେ ଏବେ ଡିଜିଟାଲ୍ ପେମେଣ୍ଟର ସୁବିଧା ନେଇପାରିବେ।

ଏହାଦ୍ୱାରା ଦେଶର ଅଧିକ ସଂଖ୍ୟକ ଲୋକ ୟୁପିଆଇ ସେବା ସହ ଯୋଡ଼ି ହୋଇପାରିବେ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)