Phone addiction: ଫୋନ୍‌ ନିଶା ପାଇଁ: ବେକରେ ୩ ଲକ୍ଷର ଅସ୍ତ୍ରୋପଚାର!

Aug 14, 2026 - 07:44
Phone addiction: ଫୋନ୍‌ ନିଶା ପାଇଁ: ବେକରେ ୩ ଲକ୍ଷର ଅସ୍ତ୍ରୋପଚାର!

"ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶକୀଲା ଘଣ୍ଟା ଘଣ୍ଟା ଧରି ଫୋନ୍‌ରେ ଭିଡିଓ ଦେଖିବା ଓ ଗେମ୍‌ ଖେଲିବାରେ ବ୍ୟସ୍ତ ରହୁଥିଲେ।

ଏ ବଦଭ୍ୟାସ ଯୋଗୁଁ ତାଙ୍କୁ ପ୍ରବଳ ଶାରୀରିକ ଯନ୍ତ୍ରଣା ସହିବାକୁ ପଡ଼ିଛି ଏବଂ ସେଥିରୁ ମୁକ୍ତି ପାଇବା ଲାଗି ଶେଷରେ ଅସ୍ତ୍ରୋପଚାର କରିବାକୁ ପଡ଼ିଛି।

ନିକଟରେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏକ ଭିଡିଓ ଛାଡ଼ି ସେ ନିଜର ଏହି କଷ୍ଟଦାୟକ ଅଭିଜ୍ଞତା ବିଷୟରେ ବ୍ୟାଖ୍ୟା କରିଛନ୍ତି।

ସେଥିରେ ସେ କହିଛନ୍ତି ଯେ ବିଛଣାରେ କଡ଼ ମାଡ଼ି ସେ ଲଗାତାର ଚାରି ଘଣ୍ଟା ପର୍ଯ୍ୟନ୍ତ ଫୋନ୍‌ରେ ଗେମ୍‌ ଖେଳୁଥିଲେ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ରେ ଭିଡିଓ ଦେଖୁଥିଲେ।

ଏଭଳି ଭୁଲ୍ ଭଙ୍ଗୀରେ ଶୋଇବା ଓ ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁଁ ତାଙ୍କ ବେକର ରକ୍ତବାହୀ ନଳୀଗୁଡ଼ିକ ପ୍ରଭାବିତ ହୋଇଥିଲା।

କ୍ରମେ କଷ୍ଟ ବଢ଼ିବାରୁ ସେ ଚେନ୍ନାଇର ଏକ ଡାକ୍ତରଖାନାକୁ ଗଲେ।

Advertisment Migrant workers: ଶ୍ରମିକଙ୍କ ପରିବାର ପାଇଁ ତୁରନ୍ତ ପଦକ୍ଷେପ; ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଲା ସ୍ବେଚ୍ଛାସେବୀ ସଂଗଠନ ସେଠାରେ ଡାକ୍ତର କହିଲେ ଯେ ତାଙ୍କ ବେକରେ ଅସ୍ତ୍ରୋପଚାର କରିବାକୁ ପଡ଼ିବ।

ଶେଷରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତଥାପି ସେ ସହାୟତା ବିନା ବିଛଣାରୁ ଉଠି ପାରୁନାହାନ୍ତି ଏବଂ ବେକରେ ପଟି ବାନ୍ଧିବାକୁ ପଡୁଛି।

ତେଣୁ ସେ ସମସ୍ତଙ୍କୁ ପରାମର୍ଶ ଦେଇ କହିଛନ୍ତି- କେବଳ ଜରୁରି କାମ ପାଇଁ ଫୋନ୍‌ ବ୍ୟବହାର କରିବା ଉଚିତ।

ଛୋଟ ପିଲାଙ୍କୁ ଫୋନ୍‌ ଦିଅନ୍ତୁ ନାହିଁ।

ଅଦରକାରୀ ଭିଡିଓ ଦେଖନ୍ତୁ ନାହିଁ।

ଏମିତି କି ତାଙ୍କ ନିଜ ଭିଡିଓ ଦେଖିବାକୁ ମଧ୍ୟ ସେ ପ୍ରଶଂସକଙ୍କୁ ବାରଣ କରିଛନ୍ତି।

ନହେଲେ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ସାଙ୍ଗକୁ ଅସହ୍ୟ ଯନ୍ତ୍ରଣା ଆପଣଙ୍କୁ ଅପେକ୍ଷା କରିଛି ବୋଲି ସେ ସତର୍କ କରାଇଦେଇଛନ୍ତି।

Horoscope 2026 August 14: ଜାଣନ୍ତୁ ଆଜିର ରାଶିଫଳ...

ଶକୀଲା ହେଉଛନ୍ତି ଜଣେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ।

ସେ ଅନେକ ବି-ଗ୍ରେଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ସିଲ୍‌କ ସ୍ମିତାଙ୍କ ପରେ ସେ ହିଁ ଦକ୍ଷିଣ ଭାରତୀୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ।

ସେ ଅଭିନୟ କରିଥିବା କେତେକ ଲୋକପ୍ରିୟ ଚଳଚ୍ଚିତ୍ର ହେଉଛି "ପ୍ଲେଗାର୍ଲସ", "କିନ୍ନର", "ଥୁମ୍ବିକାଲ", ମୋହନାୟନଙ୍ଗଲ୍‌"।

୨୦୨୦ରେ "ଶକୀଲା" ନାମରେ ତାଙ୍କର ବାୟୋପିକ୍‌ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଋଚା ଚଡ୍‌ଢ଼ା ଓ ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media