PF Withdrawal Rules Changed: PF ଉଠାଣ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ'ଣ ବଦଳିଲା
PF ଟଙ୍କା ଉଠାଇବାକୁ ଆଉ ଲମ୍ବା ଅପେକ୍ଷା କରିବାକୁ ପଡ଼ିବନି।
କର୍ମଚାରୀଙ୍କ ପାଇଁ EPFO ଆଣିଛି ୫ଟି ବଡ଼ ପରିବର୍ତ୍ତନ।
ଏହାଦ୍ୱାରା ଆବଶ୍ୟକ ସମୟରେ ସଦସ୍ୟମାନେ ନିଜ PF ସଞ୍ଚୟର ଅଧିକ ଟଙ୍କା ଉଠାଇପାରିବେ।
Advertisment ପ୍ରଥମ ପରିବର୍ତ୍ତନ ଅନୁସାରେ, PF ଖାତାରେ ଏଣିକି ସର୍ବନିମ୍ନ ୨୫ ପ୍ରତିଶତ ବଦଳରେ ମାତ୍ର ୧୦ ପ୍ରତିଶତ ଟଙ୍କା ରଖିବାକୁ ପଡ଼ିବ।
ଅର୍ଥାତ୍ ନିୟମ ଅନୁଯାୟୀ ଯୋଗ୍ୟ ବାଲାନ୍ସରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଇବାର ସୁଯୋଗ ମିଳିବ।
ଦ୍ୱିତୀୟତଃ, ଚାକିରି ଛାଡ଼ିବା କିମ୍ବା ହରାଇବା ପରେ PFର ଅନ୍ତିମ ଟଙ୍କା ଉଠାଇବା ପାଇଁ ୧୨ ମାସ ନୁହେଁ, ମାତ୍ର ୨ ମାସ ଅପେକ୍ଷା କରିବାକୁ ପଡ଼ିବ।
ତେବେ EPS ପେନ୍ସନ୍ ଉଠାଣ ପାଇଁ ୩୬ ମାସର ଅପେକ୍ଷା ଅପରିବର୍ତ୍ତିତ ରହିବ।
ତୃତୀୟ ବଡ଼ ପରିବର୍ତ୍ତନ ହେଉଛି, ଅବସର ପରେ ଆଉ ଏକାଥରକେ ସମସ୍ତ PF ଟଙ୍କା ଉଠାଇବାକୁ ପଡ଼ିବନି।
ମାସିକ, ତିନି ମାସ କିମ୍ବା ଛଅ ମାସ ବ୍ୟବଧାନରେ କିସ୍ତି ଆକାରରେ ଟଙ୍କା ନେଇପାରିବେ।
ଚତୁର୍ଥତଃ, ଖାତାରେ ରହିଥିବା ଅବଶିଷ୍ଟ ଟଙ୍କା ଉପରେ ନିୟମ ଅନୁସାରେ ସୁଧ ମିଳିବ।
ଆବଶ୍ୟକ ପଡ଼ିଲେ ଏହି କିସ୍ତି ଯୋଜନା ବନ୍ଦ କରି ବାକି ଟଙ୍କା ଏକାଥରକେ ଉଠାଇବାର ବିକଳ୍ପ ମଧ୍ୟ ରହିବ।
Advertisment ପଞ୍ଚମ ପରିବର୍ତ୍ତନରେ ଗିଗ୍ ୱାର୍କର, ପ୍ଲାଟଫର୍ମ କର୍ମଚାରୀ ଓ ଘରୋଇ କର୍ମଚାରୀଙ୍କୁ ମଧ୍ୟ UAN ମାଧ୍ୟମରେ ସ୍ୱେଚ୍ଛାକୃତ PF ସଞ୍ଚୟର ସୁଯୋଗ ଦେବାକୁ ପ୍ରସ୍ତାବ ରହିଛି।
କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ନଭେମ୍ବର ୧୯ରେ ଏହି ନିଷ୍ପତ୍ତିଗୁଡ଼ିକୁ ଅନୁମୋଦନ କରିଛି।
ତେବେ କିସ୍ତି ଆକାରରେ PF ଟଙ୍କା ଦେବା ଓ ନୂଆ କର୍ମଚାରୀ ବର୍ଗଙ୍କୁ ଯୋଡ଼ିବା ପ୍ରସ୍ତାବ କାର୍ଯ୍ୟକାରୀ ହେବା ପାଇଁ ଆବଶ୍ୟକ ନିୟମ ସଂଶୋଧନ ଓ ଅନୁମୋଦନ ବାକି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
