Permission: ତିବ୍ଦତରେ ୮୦ ଜଣ ଈଶା ଫାଉଣ୍ଡେସନ ଭକ୍ତ ନିଖୋଜ: ସଦ୍‌ଗୁରୁ ଚୀନକୁ ଗ୍ୟାରୋଙ୍ଗ ଯିବା ପାଇଁ ଅନୁମତି ମାଗିଲେ

Aug 27, 2026 - 14:15
Permission: ତିବ୍ଦତରେ ୮୦ ଜଣ ଈଶା ଫାଉଣ୍ଡେସନ ଭକ୍ତ ନିଖୋଜ: ସଦ୍‌ଗୁରୁ ଚୀନକୁ ଗ୍ୟାରୋଙ୍ଗ ଯିବା ପାଇଁ ଅନୁମତି ମାଗିଲେ

"ନୂଆଦିଲ୍ଲୀ: ତିବ୍ଦତର ଗ୍ୟାରୋଙ୍ଗରେ ଆସିଥିବା ଭୟଙ୍କର ବନ୍ୟାରେ ସଦ୍‌ଗୁରୁ ଜାଗି ବାସୁଦେବଙ୍କ କୈଳାସ ଯାତ୍ରା ଦଳର ଅଶୀ ଜଣ ତୀର୍ଥଯାତ୍ରୀ ନିଖୋଜ ହୋଇଯାଇଛନ୍ତି।

ସଦ୍‌ଗୁରୁ ଚୀନ୍ ସରକାରଙ୍କଠାରୁ ସେହି ସ୍ଥାନ ପରିଦର୍ଶନ କରିବା ଓ ସନ୍ଧାନରେ ସହାୟତା କରିବା ପାଇଁ ଅନୁମତି ମାଗିଛନ୍ତି।

ନିଖୋଜଙ୍କ ମଧ୍ୟରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ବ୍ରିଟେନ ଓ ଜର୍ମାନୀର ନାଗରିକ ଅଛନ୍ତି।ଗୁରୁବାର ସଦଗୁରୁ ଜାଗି ବାସୁଦେବ ଚୀନ୍ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

ତାଙ୍କୁ ଓ ତାଙ୍କ ଦଳର କିଛି ସ୍ୱେଚ୍ଛାସେବକଙ୍କୁ ତିବ୍ଦତୀୟ ସହର ଗ୍ୟାରୋଙ୍ଗକୁ ଯାତ୍ରା କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

ବୁଧବାର ଦିନ ନେପାଳ ସୀମାନ୍ତବର୍ତ୍ତୀ ସହରରେ ଆସିଥିବା ବଡ଼ ବନ୍ୟାରେ ତାଙ୍କ ଦଳର ଅଶୀ ଜଣ ତୀର୍ଥଯାତ୍ରୀ ନିଖୋଜ ହୋଇଯାଇଥିଲେ।

ତୀର୍ଥଯାତ୍ରୀମାନେ କୈଳାସ ଯାତ୍ରାରୁ ଫେରୁଥିଲେ ଓ ଏକ ଇମିଗ୍ରେସନ କେନ୍ଦ୍ରରେ ରହୁଥିଲେ।

ହଠାତ୍ ପାଣି କୋଠା ଭିତରକୁ ପ୍ରବେଶ କରିଥିଲା।

ତେବେ ବନ୍ୟା ବିଷୟରେ ତାଙ୍କ ପାଖରେ କୌଣସି ବିଶେଷ ସୂଚନା ନାହିଁ।Advertisment ଉଦ୍ଧାରକାରୀ ଦଳ ହେଲିକପ୍ଟର ବ୍ୟବହାର କରୁଛନ୍ତି ଅଧିକାରୀମାନଙ୍କୁ ଲେଖିଥିବା ଚିଠିରେ ସଦଗୁରୁ ଉଲ୍ଲେଖ କରିଛନ୍ତି ଯେ, ସେ ଓ ନିଖୋଜ ବ୍ୟକ୍ତିଙ୍କ ପରିବାର ଖୋଜାଖୋଜି କାର୍ଯ୍ୟରେ ସହାୟତା କରିବା ପାଇଁ ଗ୍ୟାରୋଙ୍ଗ ଯାତ୍ରା କରିବାକୁ ଚାହୁଁଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଉଦ୍ଧାର ଦଳର କାର୍ଯ୍ୟରେ କୌଣସି ପ୍ରକାରେ ବାଧା ସୃଷ୍ଟି କରିବ ନାହିଁ, ବରଂ ସେ କେବଳ ପରିବାରଗୁଡ଼ିକୁ ଖୋଜିବାରେ ସାହାଯ୍ୟ କରିବାକୁ ଚାହୁଁଥିଲେ।

ସଦଗୁରୁ ବର୍ତ୍ତମାନ ସାକାରେ ଅଛନ୍ତି ଓ ସେଠାରୁ ଗ୍ୟାରୋଙ୍ଗ ଯାତ୍ରା କରିବାକୁ ଅନୁମତି ମାଗିଛନ୍ତି।

ସଦ୍‌ଗୁରୁ ସାମାଜିକ ଗଣମାଧ୍ୟମରେ ଏକ ଭାବନାତ୍ମକ ଭିଡିଓ ପୋଷ୍ଟ କରିଛନ୍ତି, ସେ ନିଖୋଜଙ୍କ ତାଲିକା ପଢ଼ିବାବେଳେ ଅତ୍ୟଧିକ ଭାବବିହ୍ବଳ ହୋଇଯାଇଥିଲେ। ‌ସେ କହିଥିଲେ ଯେ, ୨୨ ଜଣ ଆମେରିକା, ୧୨ ଜଣ କାନାଡା, ୧୧ ଜଣ ଅଷ୍ଟ୍ରେଲିଆ, ୯ ଜଣ ବ୍ରିଟେନ ଓ ୪ ଜଣ ଜର୍ମାନୀରୁ ମୋଟ ୮୦ ଜଣ ଏହି ଯାତ୍ରାରେ ସାମିଲ ହୋଇଥିଲେ।

ଏମାନଙ୍କ ମଧ୍ୟରେ ୩୪ ଜଣ ପୁରୁଷ ଓ ବାକି ମହିଳା ଅଛନ୍ତି।

ତିନି ଜଣ ସ୍ବେଚ୍ଛାସେବୀ ଓ ଜଣେ ଡାକ୍ତର ମଧ୍ୟ ସାମିଲ ଅଛନ୍ତି।ନେପାଳ-ତିବ୍ଦତ ସୀମା ନିକଟରେ ଏକ ହିମସ୍ଖଳନ ଯୋଗୁଁ ବନ୍ୟା ଘଟିଥିଲା, ଯାହା ଫଳରେ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଏପର୍ଯ୍ୟନ୍ତ ନେପାଳରେ ୧୬୩ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୩୩ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ସମେତ ୭୫୦ ରୁ ଅଧିକ ନିଖୋଜ ଅଛନ୍ତି।

ଗ୍ୟାରୋଙ୍ଗରେ ୨୬୦ ଜଣ ବିଦେଶୀ ନାଗରିକଙ୍କ ସମେତ ୫୫୮ ଜଣ ନିଖୋଜ ଅଛନ୍ତି।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଭୂସ୍ଖଳନ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ୫.୨ ତୀବ୍ରତାର ଭୂମିକମ୍ପ ସହିତ ତୁଳନୀୟ ଏକ କମ୍ପନ ସୃଷ୍ଟି କରିଥିଲା।

ଭୂସ୍ଖଳନ ଯୋଗୁଁ ଭୋଟେ କୋଶୀ ନଦୀର ଏକ ଶାଖା ନଦୀ ଲେଣ୍ଡେ ଖୋଲା ନଦୀରେ ପ୍ରଚୁର ପରିମାଣର ତୁଷାର, ପଥର, କାଦୁଅ ଓ ପାଣି ଚାଲି ଆସିଥିଲା।

ଏହି ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ହେଲିକପ୍ଟର ବ୍ୟବହାର କରୁଛନ୍ତି ଓ ନିଖୋଜଙ୍କ ସନ୍ଧାନ ଜାରି ରହିଛି।

ଯୁବବର୍ଗମାନଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଆସିବା ଉଚିତ୍: ଜେନ୍-ଜିଙ୍କ ସହ ଖେଲୋ ଇଣ୍ଡିଆ ଆଲୋଚନା କଲେ ପ୍ରଧାନମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)