Pellet Gun: ଯନ୍ତର ମନ୍ତର ହିଂସା; ପେଲେଟ୍ ଗନ୍ ବ୍ୟବହାର ନେଇ ପ୍ରଭାବିତଙ୍କ ଅଭିଯୋଗ ଶୁଣିବେ ସୁପ୍ରିମକୋର୍ଟ କମିଟି
ନୂଆଦିଲ୍ଲୀ : ଜୁଲାଇ ମାସରେ ଯନ୍ତର ମନ୍ତର ଆନ୍ଦୋଳନ ସମୟରେ ହୋଇଥିବା ହିଂସା ଘଟଣାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ନିଯୁକ୍ତ ଉଚ୍ଚ କ୍ଷମତାସମ୍ପନ୍ନ ତଦନ୍ତ କମିଟି(ଏଚ୍ପିଇସି) ଆସନ୍ତା ଅକ୍ଟୋବର ୨୯ ତାରିଖରେ ପ୍ରଭାବିତ ଲୋକଙ୍କ କଥା ଶୁଣିବେ ଏବଂ ଆନ୍ଦୋଳନକାରୀ ଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର, ମହିଳା ଆନ୍ଦୋଳନକାରୀଙ୍କୁ ନିର୍ଯାତନା ଘଟଣା ସଂକ୍ରାନ୍ତରେ ପ୍ରମାଣ ଗ୍ରହଣ କରିବେ ।
କମିଟି ୧୭ ରାଉଜ୍ ଆଭେନ୍ୟୁ ଇନଷ୍ଟିଚ୍ୟୁସନାଲ ଏରିଆ ସ୍ଥିତ ଶିକ୍ଷା ସଦନ ଅଫିସ୍ରେ ଅକ୍ଟୋବର ୨୯ ପୂର୍ବାହ୍ନ ୧୧ଟାରୁ ପ୍ରଭାବିତ ଲୋକଙ୍କ କଥା ଶୁଣିବା ଆରମ୍ଭ କରିବ।
ହିଂସାର ଶିକାର ହୋଇଥିବା ଯେକୌଣସି ବ୍ୟକ୍ତି ସେହିଦିନ ପୂର୍ବାହ୍ନ ୧୧.୩୦ରୁ ଅପରାହ୍ନ ୩ଟା ମଧ୍ୟରେ ଯାଇ ଅଭିଯୋଗ ଏବଂ ପ୍ରମାଣ ଦାଖଲ କରିପାରିବେ ।
Advertisment Sim Binding: ସିମ୍ ବାଇଣ୍ଡିଂ ଟେକ୍ନୋଲୋଜି: ଏହା କ'ଣ ଏବଂ ସାଇବର ଠକେଇକୁ କିପରି ରୋକିବ?
କମିଟି ନିର୍ଦ୍ଦିଷ୍ଟ ଭାବେ ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗ, ଟାର୍ଗେଟ୍ ହିଂସା ଏବଂ ମହିଳା ଆନ୍ଦୋଳନକାରୀଙ୍କୁ ନିର୍ଯାତନା ଘଟଣାର ପରୀକ୍ଷା କରିବ ।
ଉଲ୍ଲେଖଯୋଗ୍ୟ ପୂର୍ବରୁ ଅଧିକାରୀମାନେ କହିଥିଲେ ଯେ ଅକ୍ଟୋବର ୨୯ ଏବଂ ୩୦ ଦୁଇ ଦିନ ଧରି ପ୍ରଭାବିତ ଲୋକଙ୍କର ବିଭିନ୍ନ ଅଭିଯୋଗ ଉପରେ ଶୁଣାଣି କରାଯିବ ।
କିନ୍ତୁ ପରେ ସ୍ପଷ୍ଟ କରାଗଲା ଯେ କେବଳ ଅକ୍ଟୋବର ୨୯ ତାରିଖରେ କମିଟି ଅଭିଯୋଗ ଶୁଣିବା ସହ ପ୍ରମାଣ ଗ୍ରହଣ କରିବ ।
ସୁପ୍ରିମକୋର୍ଟଙ୍କ ଦ୍ବାରା ଏହି ୫ ଜଣିଆ କମିଟି ଗଠନ ହୋଇଛି ଏବଂ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡି ଏହି କମିଟିର ଅଧ୍ୟକ୍ଷତା କରୁଛନ୍ତି ।
କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରବି ଶଙ୍କର ଝା, ପୂର୍ବତନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶାଲିନ୍ଦର କୌର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଋଷୀ କୁମାର ଶୁକ୍ଳା ଏବଂ ଅବସରପ୍ରାନ୍ତ ମେଘାଳୟ ପୁଲିସ ଡିଜି ଏଲ୍ଆର ବିଷ୍ଣୋଇ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
