Peerzada Mohammad : ବରିଷ୍ଠ କଂଗ୍ରେସ ନେତା ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ
ଶ୍ରୀନଗର: ଜମ୍ମୁ-କଶ୍ମୀର ର ବରିଷ୍ଠ କଂଗ୍ରେସ ନେତା ତଥା ଅନନ୍ତନାଗ ବିଧାନସଭା ଆସନର ବିଧାୟକ ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ ହୋଇଛି।
ଗୁରୁବାର (ନଭେମ୍ବର ୨୬) ସନ୍ଧ୍ୟାରେ ୭୩ ବର୍ଷ ବୟସରେ ଦୀର୍ଘଦିନର ଅସୁସ୍ଥତା ପରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।
Advertisment ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅଚାବଲ ଅନ୍ତର୍ଗତ ତାଙ୍କ ଜନ୍ମସ୍ଥାନ ଦମହଲ ଖୁଶିପୋରା ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ପୀରଜାଦା ଦୀର୍ଘବର୍ଷ ଧରି କଂଗ୍ରେସ ଦଳ ସହ ଜଡ଼ିତ ଥିଲେ।
ସେ ଜମ୍ମୁ-କଶ୍ମୀର କଂଗ୍ରେସର ମୁଖ୍ୟ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।
୨୦୨୪ ବିଧାନସଭା ନିର୍ବାଚନରେ ଅନନ୍ତନାଗ ଆସନରୁ ପିଡିପି ପ୍ରାର୍ଥୀ ମେହବୁବ ବେଗଙ୍କୁ ୧୬୦୦ ଭୋଟରେ ପରାସ୍ତ କରି ବିଧାୟକ ହୋଇଥିଲେ।
୧୯୮୭ରେ ସେ ପ୍ରଥମଥର ପାଇଁ କୋକେରନାଗ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ।
୨୦୦୨ ଓ ୨୦୦୮ରେ ମଧ୍ୟ ଏହି ଆସନରୁ ବିଜୟୀ ହୋଇଥିଲେ।
୧୯୮୭ରୁ ୧୯୯୦ ମଧ୍ୟରେ ଫାରୁକ ଅବଦୁଲ୍ଲାଙ୍କ ସରକାରରେ ସେ ଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ।
ପରବର୍ତ୍ତୀ ସମୟରେ ମୁଫତି ମହମ୍ମଦ ସୟିଦ, ଗୁଲାମ ନବୀ ଆଜାଦ ଓ ଓମାର ଅବଦୁଲ୍ଲାଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ଭାବେ କାମ କରିଥିଲେ।
ମଝିରେ କଂଗ୍ରେସ ଛାଡ଼ି ଗୁଲାମ ନବୀ ଆଜାଦଙ୍କ ଡିପିଏପିରେ ଯୋଗ ଦେଇଥିଲେ।
ପରେ ପୁଣି କଂଗ୍ରେସକୁ ଫେରିଥିଲେ।
ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଅପନି ପାର୍ଟି ମୁଖ୍ୟ ଅଲତାଫ ବୁଖାରୀ ଶୋକ ପ୍ରକାଶ କରିଛନ୍ତି।
ତାଙ୍କର ଦୀର୍ଘ ରାଜନୈତିକ ଜୀବନ ଓ ଜନସେବାକୁ ନେତାମାନେ ସ୍ମରଣ କରିଛନ୍ତି।
ଭଦ୍ରକରେ ଗୋ ଚାଲାଣ କଣ୍ଟେନରକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଗୋ-ରକ୍ଷକ: ଗାଡ଼ି ଛାଡ଼ି ଚାଲାଣକାରୀ ଫେରାର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
