Patient commits suicide: ଡାକ୍ତରଖାନା କୋଠାରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

Jul 28, 2026 - 02:19
Patient commits suicide: ଡାକ୍ତରଖାନା କୋଠାରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

"ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଅଘଟଣ ଘଟିଛି।

ଡାକ୍ତରଖାନାର ୫ ମହଲା କୋଠାରୁ ଡେଇଁ ଜଣେ ରୋଗୀ ଜୀବନ ହାରିଛନ୍ତି।

ମୃତକ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବଦ୍ରାଶୋଳ ଅଞ୍ଚଳର ସଂଜୟ ସିଂ।

ସୂଚନା ମୁତାବକ, ଅପସ୍ମାର ରୋଗରେ ପୀଡ଼ିତ ହୋଇ ସଂଜୟ ବେତନଟୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।Advertisment NDA: ଆଜି ଏନ୍‌ଡିଏ ସଂସଦୀୟ ଦଳ ବୈଠକ, ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା ଗତକାଲି ରାତି ୩ଟାରେ ତାଙ୍କୁ ପିଆର୍‌ଏମ୍‌ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେ ଭେଷଜ ୱାର୍ଡରେ ରହି ଚିକିତ୍ସିତ ହେଉଥିଲେ।

ତେବେ, ଆଜି ସଂଧ୍ୟାବେଳେ ସେ ଡାକ୍ତରଖାନାର ୫ ମହଲା କୋଠାରୁ ଡେଇଁ ପଡ଼ିଥିଲେ।

ଫଳରେ, ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା।

ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ଜଣାପଡ଼ିନାହିଁ।

ମେଡିକାଲ କଲେଜ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ।

ବାରିପଦା ସଦର ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।