Phulbani Medical College: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ହେବ ଫୁଲବାଣୀ ମେଡିକାଲ କଲେଜ
"ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ ହେବ ଫୁଲବାଣୀ ସରକାରୀ ମେଡିକାଲ କଲେଜ।
କନ୍ଧମାଳର ସନ୍ଥ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ ରଖିବା ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି।
ଏହାସହ ଜଲେଶପଟ୍ଟାରେ ଥିବା ସ୍ବାମୀଜୀଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସିଏମ୍ଏସ୍ଏ ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ସ୍ୱାମୀଜୀଙ୍କ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ତଥା ସ୍ମରଣୀୟ କରିବା ପାଇଁ ଏହି ଅର୍ଥ ବରାଦ କରାଯାଇଛି।Advertisment NDA: ଆଜି ଏନ୍ଡିଏ ସଂସଦୀୟ ଦଳ ବୈଠକ, ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା ଜଲେଶପଟ୍ଟା ଆଶ୍ରମ ଐତିହ୍ୟର ସୁରକ୍ଷା ପାଇଁ ୧୩କୋଟିସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଏଥିରେ ୫ କୋଟି ଟଙ୍କା ବିନିଯୋଗରେ ଛାତ୍ରୀଙ୍କ ପାଇଁ ୩ଶହ ଆସନ ବିଶିଷ୍ଟ ଏକ ଛାତ୍ରୀ ନିବାସ ପ୍ରତିଷ୍ଠା ଓ ୩ କୋଟି ଟଙ୍କାରେ ସ୍ୱାମୀଜୀଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ।
ଏହାସହିତ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମ ଛାତ୍ରୀ ନିବାସକୁ ଜଳ ଯୋଗାଣ ପାଇଁ ୬୦ ଲକ୍ଷ ଟଙ୍କାରେ ଏକ ବୃହତ ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ସେହିପରି ଶୌଚାଳୟ ନିର୍ମାଣ, ଛାତ୍ରୀ ନିବାସ ପାଇଁ ଅତିରିକ୍ତ ଗୃହ ନିର୍ମାଣ, ପାଚେରି ନିର୍ମାଣ, ଶ୍ରେଣୀଗୃହ, ହଷ୍ଟେଲ କୋଠାର ନବୀକରଣ ଆଦି ପାଇଁ ମଧ୍ୟ ଅର୍ଥର ବ୍ୟବସ୍ଥା କରାଯାଇଛି।
Paper Leak: ପ୍ରଶ୍ନପତ୍ର ଲିକ୍ ବିଲ୍ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।