Paradip Port: ବାତ୍ୟା ଅର୍ଣ୍ଣବ ଯୋଗୁଁ ପ୍ରତିକୂଳ ପାଣିପାଗ: ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସତର୍କତାମୂଳକ ପଦକ୍ଷେପ
ପାରାଦୀପ: ବାତ୍ୟା ଅର୍ଣ୍ଣବ ଯୋଗୁଁ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାରାଦୀପ ହାର୍ବର ମଧ୍ୟରେ ମାଛଧରା ଡଙ୍ଗା ଓ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଛନ୍ତି।
Advertisment ୩୦୫ ଜଣ ମତ୍ସ୍ୟଜୀବୀଙ୍କୁ ରଖାଯାଇଛି ପାରାଦୀପ ବନ୍ଦରର ଇଷ୍ଟର୍ଣ୍ଣ କ୍ୱେ-୧ (EQ-1) ବର୍ଥରେ ୩୦୫ ଜଣ ମତ୍ସ୍ୟଜୀବୀଙ୍କୁ ରଖାଯାଇଛି।
ପ୍ରତିକୂଳ ପାଣିପାଗ ସମୟରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଛି।
ସମୟୋଚିତ ପଦକ୍ଷେପ ଓ ଆଗୁଆ ପ୍ରସ୍ତୁତି ମାଧ୍ୟମରେ ଜୀବନ ସୁରକ୍ଷା ଏବଂ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ସହଯୋଗ କରିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରତିବଦ୍ଧ ରହିଛନ୍ତି।
Elephant: ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ: ଭାଙ୍ଗିଲା ଗେଟ୍ ଓ ପାଚେରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
