Paradip Port: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Aug 20, 2026 - 10:41
Paradip Port: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

"କଟକ: ପାରାଦୀପ ବନ୍ଦରରେ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାବସାୟିକ ବିବା‌ଦକୁ ନେଇ ସୋଗ୍‌ଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ସଂପର୍କିତ ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ମୂଳ ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨)କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।

ସେପ୍ଟେମ୍ବର ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।Advertisment ପାରଦୀପ ବନ୍ଦରରେ ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାମଲାର ବିବରଣୀରୁ ପ୍ରକାଶ ଯେ ୩ କୋଟି ୧ ଲକ୍ଷ ୯୮ ହଜାର ୪୮୩ ଟଙ୍କା ଦାବି କରି ଜାହାଜ ବିରୋଧରେ ଆବେଦନକାରୀ ସଂସ୍ଥା ଏହି ମାମଲା ଦାୟର କରିଛି।

ମୂଳ ସାମୁଦ୍ରିକ ବିବାଦ ମାମଲା ବିଚାରାଧୀନ ଥିବା ବେଳେ ଜାହାଜକୁ ଆରେଷ୍ଟ କରାଯାଉ ବୋଲି ଦର୍ଶାଇ ଆବେଦନକାରୀ ଅନ୍ତରୀଣ ଆବେଦନ ଦାୟର କରିଥିଲେ।

ପ୍ରତିପକ୍ଷ ଜାହାଜଟି ଖୁବ ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯାଇ ପାରେ ବୋଲି ଆବେଦନକାରୀ ଦର୍ଶାଇଥିଲେ।

ଯଦି ପାରାଦୀପ ବନ୍ଦରରୁ ଜାହାଜ ଅନ୍ୟତ୍ର ଚାଲିଯାଏ ତେବେ ଏହି ମାମଲା ଅପ୍ରାସଂଗିକ ହୋଇଯିବ ବୋଲି ଶୁଣାଣି ବେଳେ ସ୍ପଷ୍ଟ ‌ହୋଇଥିଲା।

ଏହାପରେ ହାଇକୋର୍ଟ ଜାହାଜକୁ ପାରଦୀପ ବନ୍ଦରରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

PESA Act: ପେସା ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ନିଷ୍କ୍ରିୟତା ଓ ଏ ପର୍ଯ୍ୟନ୍ତ ନିୟମାବଳୀ ପ୍ରଣୟନ ହୋଇ ନଥିବା ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media