Paneer: ଖାଦ୍ୟ ଥାଳିରୁ ପନିର ଗାଏବ: ଅପମିଶ୍ରିତ ପନିର ଉତ୍ସକୁ ନ ଖୋଜି ଦୋକାନରେ ଚଢ଼ଉ
"ଭୁବନେଶ୍ବର: ଭୁବନେଶ୍ବର, କଟକ ସମେତ ବ୍ରହ୍ମପୁର ଓ ସମ୍ବଲପୁର ଭଳି ମହାନଗର ଅଞ୍ଚଳରେ ପନିର ବିକ୍ରି ଉପରେ ଏବେ ଜୋର୍ଦାର ଚଢ଼ଉ ଚାଲିଛି।
ପ୍ରତିଦିନ ଶହ ଶହ କେଜି ଅପମିଶ୍ରିତ ପନିର ନଷ୍ଟ କରାଯାଉଛି।
ଦୋକାନୀଙ୍କଠାରୁ ଜରିମାନା ଓ ନମୁନା ସଂଗ୍ରହ ହେଉଛି।
ଖାଦ୍ୟ ସୁରକ୍ଷା ଅଧିକାରୀ ରାପିଡ୍ ଟେଷ୍ଟିଂ କିଟ୍ରେ କେଉଁଟି ଅସଲି କିମ୍ବା ଅପମିଶ୍ରିତ ତାହାକୁ ଚିହ୍ନଟ କରୁଛନ୍ତି।
ହେଲେ ସାଧାରଣ ଲୋକଟିଏ ଏହାକୁ କେମିତି ଚିହ୍ନିବେ?
ଲୋକଙ୍କୁ ସଚେତନ କରିବା ଲାଗି ସରକାର ବର୍ତ୍ତମାନ ସୁଦ୍ଧା ସେଭଳି କିଛି ପଦକ୍ଷେପ ନେଇନାହାନ୍ତି।
ଦେଶର କିଛି ରାଜ୍ୟ ଆନାଲୋଗ (ବିନା କ୍ଷୀରରୁ ପ୍ରସ୍ତୁତ) ପନିର ବିକ୍ରିକୁ ନିଷିଦ୍ଧ କରିଛନ୍ତି।
ଓଡ଼ିଶା ସରକାର ଏଭଳି କୌଣସି ପଦକ୍ଷେପ ନ ନେଇ ସିଧାସଳଖ ଚଢ଼ଉକୁ ଓହ୍ଲାଇଥିବାରୁ ଉଭୟ ଖାଉଟି ଓ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି।
ପନିର ଓ ଛେନା ଭଳି ଦୁଗ୍ଧଜାତୀୟ ଦ୍ରବ୍ୟ ସାଧାରଣ ଲୋକଙ୍କ ଦୈନନ୍ଦିନ ଖାଦ୍ୟର ଏକ ଅଂଶ।
ବିଶେଷକରି ଯେଉଁମାନେ କେବଳ ନିରାମିଷ ଖାଦ୍ୟ ଖାଉଛନ୍ତି, ସେମାନଙ୍କ ପାଇଁ ବଜାରରେ ମିଳୁଥିବା ପନିର ଓ ଛେନା ପୋଷଣର ଏକ ପ୍ରମୁଖ ଉତ୍ସ।
ପନିର ଓ ଛେନା ଜାତୀୟ ଖାଦ୍ୟ ସାଧାରଣ ଭାବେ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ।Advertisment Protest: ଯନ୍ତର-ମନ୍ତରରେ "ଆରକ୍ଷଣ ହଟାଅ" ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ ଯାହାକୁ ଅସଲି ପନିର ଭାବି ଲୋକମାନେ ବର୍ଷ ବର୍ଷ ଧରି ଖାଇ ଚାଲିଥିଲେ ତହିଁରେ ଯେ ବିଷ ଭରି ରହିଛି ତାହା ଜାଣିବା ପରେ ଏବେ ସଭିଏଁ ଆତଙ୍କିତ।
ହଠାତ୍ ଲୋକଙ୍କ ଖାଦ୍ୟ ଥାଳିରୁ ପନିର ଗାଏବ ହୋଇଯିବା ଅନେକଙ୍କୁ ଚିନ୍ତାରେ ପକାଇଛି।
ଦୋକାନୀ ମଧ୍ୟ ପନିର ବିକ୍ରି କରିବାକୁ ଡରିଲେଣି।
ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପନିର ଓ ଛେନାଜାତୀୟ ଖାଦ୍ୟ ଉପରେ ଚଢ଼ଉ ଜାରି ରହିଛି।
ରାଜଧାନୀରେ କଳିଙ୍ଗ ଷ୍ଟାଡିୟମ ପାଖ, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର ଆଦି ଅଞ୍ଚଳରେ ଧରପଗଡ଼ କରାଯାଇଛି।
୬୫ କେଜିର ଅପମିଶ୍ରିତ ପନିର ନଷ୍ଟ କରାଯାଇଥିବା ବେଳେ ୩ଟି ନମୁନା ସଂଗ୍ରହ ହୋଇଛି।
ଏକାଧିକ ଦୋକାନୀଙ୍କଠାରୁ ୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ବ୍ରହ୍ମପୁରର ହନୁମାନବଜାର ଓ ଅନ୍ୟାନ୍ୟ ଅଞ୍ଚଳରେ ଲସି ଏବଂ ଜୁସ୍ ଦୋକାନରେ ଚଢ଼ଉ ହୋଇଛି।
ଜୟପୁରରେ ମଧ୍ୟ ସମାନ ଭାବେ ଯାଞ୍ଚ ଜାରି ରହିଛି।
ଯାହାଫଳରେ ଆନ୍ଧ୍ର ଓ ରାୟପୁର ଅଞ୍ଚଳରୁ ଆସୁଥିବା ପନିର ଉଭାନ ହୋଇଯାଇଛି।
ଆଗକୁ ମଧ୍ୟ ଏଭଳି ପନିର ବିକ୍ରି ଉପରେ ଚଢ଼ଉ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି।
ଅଧିକାରୀଙ୍କ ଟାର୍ଗେଟ୍ରେ ପନିର ଥିବାରୁ ଅନେକ ମିଠା ଦୋକାନୀ ଏବେ ଚିନ୍ତାରେ।
ଯେଉଁମାନେ ପ୍ରକୃତ କ୍ଷୀରରୁ ପ୍ରସ୍ତୁତ ପନିର ରଖୁଥିଲେ ସେମାନେ କିଭଳି ଲୋକଙ୍କ ଭରସା ଜିତିବେ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
ଏହାର ପ୍ରଭାବ କେବଳ ସାଧାରଣ ଲୋକ ନୁହେଁ, ହୋଟେଲ ଓ ରେସ୍ତୋରାଁ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି।
ଲୋକେ ଦ୍ବନ୍ଦ୍ବରେ: ଅସଲି ଓ ନକଲିକୁ ଜାଣିବେ କେମିତି?
ଅପମିଶ୍ରିତ ପନିର ଉତ୍ସକୁ ନ ଖୋଜି ଦୋକାନରେ ଚଢ଼ଉରାଜଧାନୀରେ ପୁଣି ୬୫ କେଜି ପନିର, ଖୁଆଜାତୀୟ ଦ୍ରବ୍ୟ ନଷ୍ଟ ଅପରପକ୍ଷରେ ବର୍ଷ ବର୍ଷ ଧରି ଅସାଧୁ ବ୍ୟବସାୟୀମାନେ ଅପମିଶ୍ରିତ ପନିର ଓ ଛେନା ବିକ୍ରି କରି ଲୋକଙ୍କ ସ୍ବାସ୍ଥ୍ୟକୁ ବିପଦକୁ ପକାଇ ଆସୁଥିଲେ ହେଁ ଏହାର ମୂଳ ଉତ୍ସଟି କେଉଁଠି, ଏହା ପଛରେ ନିର୍ଦ୍ଦିଷ୍ଟ ରୢାକେଟ୍ ରହିଛି କି, ବ୍ୟକ୍ତିଗତ ଭାବେ କେହି ଏଭଳି ପନିରକୁ ପ୍ରସ୍ତୁତ କରୁଛନ୍ତି କି, ସେ ସଂକ୍ରାନ୍ତରେ ସରକାରୀ କଳ ନିରବ ରହିଛି।
ସ୍ଥାନୀୟ ପ୍ରଶାସନ ଏବେ କେବଳ ଦୋକାନ ଉପରେ ଚଢ଼ଉ କରୁଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ ଉପରେ ଧରପଗଡ଼ କରିବାକୁ ଦାବି ହୋଇଛି।
ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାର୍ବଣ ଋତୁ ପାଇଁ ପନିର ଓ ଛେନାଜାତୀୟ ଖାଦ୍ୟ ଉପରେ ଚଢ଼ଉ ଚାଲିଛି।
ନିଆଳି ଓ ଏହାର ଆଖପାଖ ଅଞ୍ଚଳରୁ ଏଭଳି ପନିର ଆସୁଥିବା ସନ୍ଦେହ କରାଯାଉଛି।
ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ଗୋଷ୍ଠୀ ସଂପର୍କରେ କିଛି ସୂଚନା ମିଳିନାହିଁ।
ଏହାସହ ଆନାଲୋଗ ପନିରକୁ ରାଜ୍ୟରେ ନିଷିଦ୍ଧ ଘୋଷଣା କରିବା ନେଇ ବର୍ତ୍ତମାନ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି।
Education: ନିସ୍ ଇନଷ୍ଟିଚ୍ୟୁଟ୍ର ସ୍ବାଗତ ଉତ୍ସବ ଶୁଦ୍ଧ ପନିର-ଛେନା ଜାଣିବାର ଉପାୟବଜାରରେ ବିକ୍ରି ହେଉଥିବା ପନିର-ଛେନା ଅସଲି କି ନୁହେଁ ଜାଣିବା ଲାଗି ଖାଦ୍ୟ ସୁରକ୍ଷା ଅଧିକାରୀ ରାପିଡ୍ ଟେଷ୍ଟିଂ କିଟ୍ ବ୍ୟବହାର କରୁଛନ୍ତି।
କେମିକାଲ ଦୋକାନରେ ଏହା ଉପଲବ୍ଧ ହେଉଛି।
କିଟ୍ରେ ଥିବା ତରଳ ପଦାର୍ଥକୁ ଛେନା-ପନିର-କ୍ଷୀରରେ ପକାଇଲେ ତାହାର ରଙ୍ଗ ଯଦି ହଳଦିଆ ହୁଏ ତାହା ଶୁଦ୍ଧ।
ଯଦି ରଙ୍ଗ କଳା ପଡ଼ିଯାଏ ତା"ହେଲେ ଅପମିଶ୍ରିତ ବୋଲି ଜାଣିବାକୁ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

