Palestine: ପାଲେଷ୍ଟାଇନ୍ ସମର୍ଥନରେ ଭାରତର ବଡ଼ କୂଟନୈତିକ ପଦକ୍ଷେପ: ଜାତିସଂଘରେ ୪ଟି ପ୍ରସ୍ତାବ ସପକ୍ଷରେ ଦେଲା ଭୋଟ୍

Nov 20, 2026 - 12:23
Palestine: ପାଲେଷ୍ଟାଇନ୍ ସମର୍ଥନରେ ଭାରତର ବଡ଼ କୂଟନୈତିକ ପଦକ୍ଷେପ: ଜାତିସଂଘରେ ୪ଟି ପ୍ରସ୍ତାବ ସପକ୍ଷରେ ଦେଲା ଭୋଟ୍

ନୂଆଦିଲ୍ଲୀ/ନ୍ୟୁୟର୍କ: ପାଲେଷ୍ଟାଇନର ଆତ୍ମନିର୍ଣ୍ଣୟ ଅଧିକାର ଓ ଶରଣାର୍ଥୀଙ୍କ ସୁରକ୍ଷା ନେଇ ଜାତିସଂଘ ସାଧାରଣ ପରିଷଦ (ୟୁଏମଜିଏ) ରେ ଆଗତ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍ ଦେଇଛି।

ବୁଧବାର ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦରେ ହୋଇଥିବା ମତଦାନରେ ଭାରତ ପାଲେଷ୍ଟାଇନ ବାସୀଙ୍କ ସ୍ୱାଧୀନ ରାଷ୍ଟ୍ର ଗଠନ ଅଧିକାର, ଶରଣାର୍ଥୀ ସଂସ୍ଥାର କାର୍ଯ୍ୟ ଜାରି ରଖିବା ଏବଂ ଅଧିକୃତ ଅଞ୍ଚଳରେ ଇସ୍ରାଏଲୀ ବସତି ସ୍ଥାପନକୁ ବେଆଇନ ଘୋଷଣା କରିବା ଭଳି ପ୍ରସ୍ତାବକୁ ସମର୍ଥନ ଜଣାଇଛି।

Advertisment ଭାରତ ସମେତ ୧୪୩ଟି ଦେଶ ସପକ୍ଷରେ ମତ ମତଦାନ ହୋଇଥିବା ପ୍ରଥମ ପ୍ରସ୍ତାବଟି ପାଲେଷ୍ଟାଇନ୍ ଲୋକଙ୍କ ଆତ୍ମନିର୍ଣ୍ଣୟ ଅଧିକାର ଏବଂ ଏକ ସ୍ୱାଧୀନ ପାଲେଷ୍ଟାଇନ୍ ରାଷ୍ଟ୍ର ଗଠନ ସମ୍ପର୍କିତ ଥିଲା।

ଏହି ପ୍ରସ୍ତାବ ସପକ୍ଷରେ ୧୬୨ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୮ଟି ଭୋଟ୍ ପଡ଼ିଥିଲା।

ଦ୍ୱିତୀୟ ପ୍ରସ୍ତାବଟି ପାଲେଷ୍ଟାଇନ୍ ଶରଣାର୍ଥୀ ଙ୍କ ପାଇଁ କାର୍ଯ୍ୟ କରୁଥିବା ଜାତିସଂଘ ସଂସ୍ଥା 'ୟୁଏନଆରଡବ୍ଲ୍ୟୁଏ'ର କାର୍ଯ୍ୟକୁ ନିରବଚ୍ଛିନ୍ନ ଭାବେ ଜାରି ରଖିବା ଉପରେ ଆଧାରିତ ଥିଲା।

ଇସ୍ରାଏଲ ଏବଂ ଆମେରିକା ସମେତ ୯ଟି ଦେଶ ଏହାକୁ ବିରୋଧ କରିଥିବା ବେଳେ ଭାରତ ସମେତ ୧୪୩ଟି ଦେଶ ସପକ୍ଷରେ ମତ ଦେଇଥିଲେ।

୧୫୫ଟି ଭୋଟରେ ଗୃହୀତ ହୋଇଛି ପ୍ରସ୍ତାବ ସେହିପରି ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ସମ୍ପତ୍ତି ଏବଂ ସେଥିରୁ ମିଳୁଥିବା ରାଜସ୍ୱ ଉପରେ ସେମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଆଗତ ତୃତୀୟ ପ୍ରସ୍ତାବକୁ ମଧ୍ୟ ନୂଆଦିଲ୍ଲୀ ସମର୍ଥନ କରିଛି।

ଏହି ପ୍ରସ୍ତାବଟି ୧୫୫ଟି ଭୋଟରେ ଗୃହୀତ ହୋଇଛି।

ଚତୁର୍ଥ ପ୍ରସ୍ତାବରେ ପୂର୍ବ ଜେରୁଜେଲମ ସମେତ ଅଧିକୃତ ପାଲେଷ୍ଟାଇନ୍ ଅଞ୍ଚଳ ଏବଂ ସିରିଆର ଗୋଲାନ ହାଇଟ୍ସରେ ଇସ୍ରାଏଲର ବସତି ସ୍ଥାପନକୁ ବେଆଇନ ତଥା ଶାନ୍ତି ପ୍ରକ୍ରିୟାରେ ବାଧକ ବୋଲି ଦର୍ଶାଯାଇଛି।

ଇସ୍ରାଏଲୀୟ ବସତି ନିର୍ମାଣ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଥିବା ଏହି ପ୍ରସ୍ତାବ ସପକ୍ଷରେ ଭାରତ ସମେତ ୧୪୩ଟି ରାଷ୍ଟ୍ର ଭୋଟ୍ ଦେଇଥିବା ବେଳେ ଆମେରିକା ଓ ଇସ୍ରାଏଲ ସମେତ ୧୧ଟି ଦେଶ ବିପକ୍ଷରେ ଭୋଟ୍ ଦେଇଥିଲେ।

କୋଟି କୋଟି ଟଙ୍କାର ସୁନା ପିନ୍ଧନ୍ତି ଏହି ଚାଷୀ ଅନ୍ୟପକ୍ଷରେ, ଜାତିସଂଘରେ ଭାରତର ଏହି ସମର୍ଥନକୁ ପାଲେଷ୍ଟାଇନ୍ ସ୍ୱାଗତ କରିଛି।

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଭାରତରେ ଅବସ୍ଥାପିତ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ଅବଦୁଲ୍ଲା ଏମ୍ ଆବୁ ଶାୱେଶ କହିଛନ୍ତି ଯେ, ଭାରତ ସହ ପାଲେଷ୍ଟାଇନର ସମ୍ପର୍କ ଅତ୍ୟନ୍ତ ପୁରୁଣା ଏବଂ ସୁଦୃଢ଼।

ପ୍ରଥମ ଅଣ-ମୁସଲିମ୍ ଏବଂ ଅଣ-ଆରବ ରାଷ୍ଟ୍ର ଭାବେ ଭାରତ ହିଁ ପାଲେଷ୍ଟାଇନ୍ ମୁକ୍ତି ସଂଗଠନ (ପିଏଲଓ) ଏବଂ ସ୍ୱାଧୀନ ପାଲେଷ୍ଟାଇନ୍ ରାଷ୍ଟ୍ରକୁ ମାନ୍ୟତା ଦେଇଥିଲା।

'ଦ୍ୱି-ରାଷ୍ଟ୍ର ସମାଧାନ' ଏବଂ ଜାତିସଂଘରେ ପାଲେଷ୍ଟାଇନର ଅଧିକାର ପାଇଁ ଭାରତ ସର୍ବଦା ସମର୍ଥନ ଦେଇଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ସମ୍ପର୍କ ଅତୁଟ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)